ଜିମେଲରେ ଆସିଥିବା ଅନାବଶ୍ୟକ ମେସେଜ୍‌ ଯୋଗୁ ଟେନ୍‌ସନ୍‌ ନେଉଛନ୍ତି କି! ଏମିତି କରନ୍ତୁ ବ୍ଲକ୍‌

ବେଳେବେଳେ ଜିମେଲ୍‌ରେ ଆସୁଥିବା ଅନାବଶ୍ୟକ ଇମେଲ ୟୁଜର୍ସଙ୍କ ଚିନ୍ତା ବଢ଼ାଇଦେଇଥାଏ। ପ୍ରାୟତଃ ଏଥିରେ ସ୍ପାମ୍‌ ଓ ଅଯଥା ମେସେଜ୍‌ ଆସେ ଯାହା ଆମ ମେଲ୍‌କୁ ବି ଫୁଲ୍‌ କରେ। ଯେତେ ଡିଲିଟ୍‌ କଲେ ବି ଏହି ମେଲ କିଛି ଦିନ ପରେ ପୁଣି ଆସି ଇନ୍‌ବକ୍ସକୁ ଫୁଲ କରିଥାଏ। ଏଥିରୁ ମୁକ୍ତି ପାଇବାର ଗୋଟିଏ ମାତ୍ର ଉପାୟ ହେଉଛି ବ୍ଲକ୍‌। ତେବେ ଆଜି ଆସନ୍ତୁ ଜାଣିବା ଅନାବଶ୍ୟକ ଇମେଲ୍‌କୁ ବ୍ଲକ୍‌ କରିବା ଉପାୟ ସମ୍ପର୍କରେ…

gmail

  • ପ୍ରଥମେ ୟୁଜର ନେମ୍‌ ଓ ପାସ୍‌ଓ୍ଵାର୍ଡ ଦେଇ ଲଗ୍‌ ଇନ୍‌ କରନ୍ତୁ।
  • ଏବେ ଯେଉଁ ଇମେଲ ଆଡ୍ରେସ୍‌କୁ ବ୍ଲକ୍‌ କରିବାକୁ ଚାହୁଁଛନ୍ତି ସେଥିରୁ ଆସିଥିବା ଯେକୌଣସି ଇମେଲ ଖୋଲନ୍ତୁ।
  • ଏବେ ଇମେଲର ଡାହାଣ ପଟ ଉପର କୋଣରେ ଦିଆଯାଇଥିବା ୩ଟି ଡଟ୍‌ଥିବା More ବଟନ୍‌କୁ କ୍ଲିକ୍‌ କରନ୍ତୁ।
  • ଏବେ Block ସିଲେକ୍ଟ କରନ୍ତୁ। ଉକ୍ତ ଆଡ୍ରେସ୍‌ଟି ବ୍ଲକ୍‌ ହୋଇଯିବ।
  • ଯଦି ଆପଣ କୌଣସି ଇମେଲ ଆଡ୍ରେସ୍‌କୁ ଅନ୍‌ବ୍ଲକ୍‌ କରିବାକୁ ଚାହୁଁଥାନ୍ତି ତେବେ ଉପରୋକ୍ତ ଷ୍ଟେପ୍‌କୁ ଫଲୋ କରି ତଳେ ଥିବା Unblock କୁ ସିଲେକ୍ଟ କରନ୍ତୁ। ଆଡ୍ରେସ୍‌ ଅନ୍‌ବ୍ଲକ ହୋଇଯିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.