Paytm ବାଲା ମୋବାଇଲ ଚୋରି ହୋଇଗଲେ ବ୍ୟସ୍ତ ହୁଅନ୍ତୁ ନାହିଁ , ଏହି ସହଜ ଉପାୟରେ ଆକାଉଣ୍ଟକୁ କରନ୍ତୁ ବ୍ଲକ୍‌

ନୂଆଦିଲ୍ଲୀ : ଆପଣଙ୍କ ମୋବାଇଲ ଚୋରି ହୋଇଗଲେ କିଏ ଯେପରି ଆପଣଙ୍କ ମୋବାଇଲରୁ ଟଙ୍କା ଚୋରି କରି ନନିଅନ୍ତି ସେଥିପାଇଁ ଆମେ ଆପଣଙ୍କୁ ଏମିତି କିଛି ତରିକା ବତାଇବୁ । ଯାହଦ୍ୱାରା ଆପଣ ବ୍ୟାଙ୍କ ଆକାଉଣ୍ଟ ସହିତ ପେଟିଏମ୍‌ ବାଲାନ୍ସକୁ ସୁରକ୍ଷିତ କରିପାରିବେ ।

ଆଜିକାଲି ଭାରତରେ ଏମିତି କେହି ବ୍ୟକ୍ତି ନାହାଁନ୍ତି ଯିଏ କି ଇଣ୍ଟରନେଟରେ କାମ କରୁନଥିବେ । ଅଧିକାଂଶ ସମୟରେ ଆମେ ମୋବାଇଲରେ ଟଙ୍କା ଦେଣ ନେଣ କରିଥାଉ । ଆମର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ମଧ୍ୟ ଏଥିରେ ରଖିଥାଉ । ଯଦି ମୋବାଇଲ ହଜିଯାଏ ତେବେ ଆମର ଟଙ୍କା ଗାଏବ ହୋଇଯିବାର ଆଶଙ୍କା ରହିଥାଏ । ହେଲେ ଆଜି ଆମେ ଆପଣଙ୍କୁ ଏମିତି କିଛି ତରିକା ବତାଇବୁ । ଯାହାଦ୍ୱାରା ଆପଣଙ୍କ ମୋବାଇଲ ଚୋରି ହୋଇଗଲେ ମଧ୍ୟ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ପେଟିଏମ୍‌ ଆକାଉଣ୍ଟ ସୁରକ୍ଷିତ ରହିବ । ଅର୍ଥାତ ଆପଣ ସହଜରେ ପେଟିଏମ୍‌ ଓ ବ୍ୟାଙ୍କ ଆକାଉଣ୍ଟକୁ ବନ୍ଦ କରିପାରିବେ ।

ଲଗ ଆଉଟ କରନ୍ତୁ ପେଟିଏମ୍‌ ଆକାଉଣ୍ଟ :

ମୋବାଇଲ ଚୋରି ହେବା ପରେ ତୁରନ୍ତ ପେଟିଏମ ଦ୍ୱାରା ଜାରି କରାଯାଇଥିବା ହେଲ୍ପ ଲାଇନ ନମ୍ବର Paytm Payments Bank – 01204456456 କୁ କଲ୍‌ କରନ୍ତୁ ।

୧.  କଲ୍‌ ରିସିଭ ହେବା ପରେ ‘lost phone’ ଅପସନ୍‌ ବାଛନ୍ତୁ ।

୨. ଏହାପରେ ଆପଣଙ୍କୁ alternative number ମଗାଯିବ । ଏଥିରେ ଆପଣ ପିତା ମାତା କିମ୍ବା କୌଣସି ସମ୍ପର୍କିୟଙ୍କ ନମ୍ବର ଦିଅନ୍ତୁ ।

୩.  alternative number ଦିଆଯିବା ପରେ ଆପଣଙ୍କ ହଜିଯାଇଥିବା ମୋବାଇଲ ନମ୍ବର ଦିଅନ୍ତୁ ।

୪. ଏହାପରେ ‘log out from all device’ ଅପସନ୍‌ ବାଛନ୍ତୁ । ଏମିତି କରିବା ପରେ ଆପଣଙ୍କ ହଜିଯାଇଥିବା ମୋବାଇଲରୁ ପେଟିଏମ୍‌ ଆକାଉଣ୍ଟ ଲଗ୍‌ ଆଉଟ ହୋଇଯିବ । ଏହାପରେ କେହି ବି ବ୍ୟକ୍ତି ଆପଣଙ୍କ ମୋବାଇଲକୁ ନା ଖୋଲି ପାରିବେ ନା ଟଙ୍କା କାଢ଼ି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.