ଭ୍ୟାକ୍ସିନ ପାଇଁ ସ୍ଲଟ୍ ବୁକିଂ କରିବା ଏବେ ହେଲା ଆହୁରି ସହଜ, କେବଳ ଏହି ନମ୍ବରରେ କରିବାକୁ ହେବ କଲ୍

ଏବେ ୧୮ ବର୍ଷରୁ ବଡ଼ ବୟସର ଲୋକଙ୍କୁ ଟିକା ଦାନ ପାଇଁ ଅନୁମତି ମିଳିସାରିଛି। CO-WIN ଆପ୍ ମାଧ୍ୟମରେ ୧୮-୪୪ ବର୍ଷୀୟ ଲୋକେ ଏଥିପାଇଁ ସ୍ଲଟ୍ ବୁକିଂ କରିବା ବି ଆରମ୍ଭ କରିଦେଲେଣି। ସେହିଭଳି ଆଉ କିଛି ଟିକା ନେଇ ବି ସାରିଲେଣି। ତେବେ ସ୍ମାର୍ଟଫୋନ ବ୍ୟବହାର କରୁନଥିବା ଲୋକମାନେ କିଭଳି ସ୍ଲଟ୍ ବୁକିଂ କରିପାରିବେ ସେଥିପାଇଁ ସରକାର ଏକ ନୂଆ ସୁବିଧା ଉପଲବ୍ଧ କରିଛନ୍ତି। ଏବେ ଫୋନ କଲ୍ ମାଧ୍ୟମରେ ବି ଲୋକେ ସ୍ଲଟ୍ ବୁକ କରିପାରିବେ।

ସ୍ଲଟ୍ ବୁକିଂ କରିବା ପାଇଁ ହେଲ୍ପ ଲାଇନ ନମ୍ବର ୧୦୭୫ ଡାଏଲ କରିବାକୁ ହେବ। ଏହା ଖାସ୍ କରି ଗାଁ ଲୋକଙ୍କ ପାଇଁ ସୁବିଧାଜନକ ହେବ ବୋଲି ନ୍ୟାସନାଲ ହେଲଥ ଅଥରିଟିର ମୁଖ୍ୟ ଆରଏସ ଶର୍ମା କହିଛନ୍ତି।

ଏହି ନମ୍ବରକୁ କଲ୍ କରିବା ପରେ ସେମାନେ ଆପଣଙ୍କୁ କଣ କରିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିବେ। ଆପଣ ସ୍ଲଟ ବୁକିଂ ଚୟନ କରିବେ। ପରେ ଆପଣଙ୍କୁ ନିଜ ଆଧାର କିମ୍ବା ଭୋଟର କାର୍ଡ ସୂଚନା ତାଙ୍କୁ ଦେବାକୁ ହେବ। ଡାଟା ଦେଇ ସାରିବା ପରେ ସେମାନେ କହିବେ ଯେ ଆପଣଙ୍କ ସ୍ଲଟ୍ ବୁକିଂ ହୋଇଗଲା। ସୂଚନାଯୋଗ୍ୟ ଯେ ଆପଣ ଚାହିଁଲେ ଏବେ ଆରୋଗ୍ୟ ସେତୁ ଆପରେ ବି ସ୍ଲଟ୍ ବୁକିଂ କରିପାରିବେ।

Leave A Reply

Your email address will not be published.