ଏହି ଟ୍ରିକକୁ ଫଲୋ କଲେ ସ୍କ୍ରିନରେ ସୋ ହେବନି ଆପଣଙ୍କ ID , ନିଜ ନମ୍ବରକୁ ଏପରି ଲୁଚାଇ କରିପାରିବେ କଲ୍‌

ସାଧାରଣତଃ ଆମେ କାହାକୁ ଫୋନ କଲେ ଆମ ନମ୍ବର ସ୍କ୍ରିନରେ ସୋ କରିଥାଏ ଏହି ସେମ କଥା ଆମ ପାଖକୁ ଆସୁଥିବା କଲରେ ମଧ୍ୟ ଆମେ ଦେଖିଥାଉ। କିନ୍ତୁ ଏବେ ଯେଉଁ ଟ୍ରିକ ସମ୍ପର୍କରେ କହିବୁ ଯାହାଦ୍ୱାରା ଆପଣ କାହାକୁ ବି କଲ କରନ୍ତୁ ନା କାହିଁକି ଏମିତିରେ ନିଜ ଆଇଡିକୁ ହାଇଡ କରିପାରିବେ। ଏବେ ଆପଣ କାହାକୁ ବି କଲ କରି ନିଜ ଆଇଡିକୁ ଲୁଚାଇପାରିବେ ।

ଯଦି ଆପଣ ବିି ନିଜ କଲର ଆଇଡି ଲୁଚାଇ କାହାକୁ କଲ କରିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହାର ଏକ ସିକ୍ରେଟ ଟିପ୍ସ ସମ୍ପର୍କରେ କହିବୁ। ଯାହା ଆପଣଙ୍କର ବଡ଼ କାମରେ ଆସିବ।  ଆପଣ ପ୍ରାଇଭେଟ ନମ୍ବର ସମ୍ପର୍କରେ ନିଶ୍ଚିତ ଭାବେ ଶୁଣିଥିବେ। ଯେଉଁଥିରେ କୌଣସି ବ୍ୟକ୍ତି ଯଦି କଲ କରେ ତେବେ ତାର ନମ୍ବର ଆପଣଙ୍କ ମୋବାଇଲ ନମ୍ବରରେ ସୋ କରିବନି। ଏମିତିରେ ଆପଣ ବ୍ୟକ୍ତିର ନମ୍ବର ଜାଣିପାରିବେ ନାହିଁ। କିନ୍ତୁ ଏହି ପ୍ରାଇଭେଟ ନମ୍ବର ସମସ୍ତଙ୍କୁ ମିଳିନଥାଏ। ଯଦି ଆପଣ ବି ଏମାନଙ୍କ ମଧ୍ୟରୁ ଗୋଟିଏ। ତେବେ ଆମେ ଆପଣଙ୍କୁ ଏହା ସମ୍ପର୍କରେ ଏକ ବଢ଼ିଆ ଟ୍ରିକ ସମ୍ପର୍କରେ କହିବୁ। ଯାହାକୁ ଆପଣାଇ ଆପଣ ନିଜ ନମ୍ବରକୁ ହାଇଡ କରିପାରିବେ। ଆଉ କଲ ରିସିଭ କରିବା ବ୍ୟକ୍ତି କନଫ୍ୟୁଜ ହୋଇଯିବେ।

ଆପଣ ଏହି କାମ ଲାପଟପ କିମ୍ବା ନିଜ ସ୍ମାର୍ଟଫୋନ ସାହାଯ୍ୟରେ ଖୁବ ସହଜରେ କରିପାରିବେ। ଏମିତିରେ ନିଜ ନମ୍ବରକୁ ହାଇଡ କରିପାରିବେ। ଏଥିପାଇଁ ମାର୍କେଟରେ ଅନେକ ଆପ୍ସ ଓ େଓ୍ଵବସସାଇଯ ମହଜୁଦ ରହିଛି। କିନ୍ତୁ ଏହି ଉଭୟ ପ୍ଲାଟଫର୍ମରେ ଗୋଟିଏ ଡିମାଣ୍ଡ ରହିଥାଏ। ଯେ ଆପଣଙ୍କୁ ପ୍ରଥମେ ଏଥିପାଇଁ ଟ୍ରାୟଲ ନେବାକୁ ହେବ। ଏହାପରେ ଆପଣ ଏହି ସର୍ଭିସର ସବସ୍କ୍ରିପସନ ନେବାକୁ ହେବ। ଯଦି ଆପଣ ସବସ୍କ୍ରିପସନ ନନେଇ ଏହି ସର୍ଭିସର ବ୍ୟବହାର କରୁଛନ୍ତି ତେବେ କିଛି ମିନିଟ ପାଇଁ ଆପଣ କାହାକୁ କଲ କରିପାରିବେ। କିନ୍ତୁ ଆପଣ ଯଦି ଏହାକୁ ପୂରା ପୁରି ନେଇଯାଉଛନ୍ତି ତେବେ ଆପଣଙ୍କୁ ଏଥିପାଇଁଟଙ୍କା ଖର୍ଚ୍ଚ କରିବାକୁ ହେବ। ଆପଣ ଏଥିପାଇଁ ସାପ୍ତାହିକ କିମ୍ବା ମାସିକ ଆକାରରେ ଦେୟ ପୈଠ କରିବାକୁୁ ପଡ଼ିବ।

ଆପଣ େଓ୍ଵବସାଇଟ କିମ୍ବା ଆପ୍‌ ମାଧ୍ୟମରେ ଏହି କଲ କରିବାକୁ ଚାହୁଁଥିଲେ ଏଥିପାଇଁ ପ୍ରଥମେ ଏହି ସାଇଡରେ ଲଗଇନ କରିବାକୁ ହେବ। ସାଇନ କରିବା ପରେ ଆପଣ ଙ୍କୁ ଏହି ସର୍ଭିସର ସବସ୍କ୍ରିପସନ ନେବାକୁ ହେବ। ଏହାପରେ ହିଁ ଆପଣ କାହାକୁ କଲ କରିପାରିବେ। ଥରେ କଲ କରିବା ପରେ ଆପଣ ସହଜରେ ଏହି ସର୍ଭିସର ଲାଭ ଉଠାଇପାରିବେ। ଆଉ ଏହାପରେ ଆପଣ ଯେକୌଣସି ବ୍ୟକ୍ତିଙ୍କୁ କଲ କରି ନିଜ ଆଇଡିକୁ ଲୁଚାଇପାରିବେ। ମନେ ରଖନ୍ତୁ ଏହି ସର୍ଭିସ ଇଣ୍ଟରନେଟ ଆଧାରିତ । ତେଣୁ ଆପଣ ଏହାର ଲାଭ ଉଠାଇବା ପାଇଁ ହେଲେ ଇଣ୍ଟରନେଟ ସୁବିଧା ରହିବା ଜରୁରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.