କାର ମେକାନିକର ଆବଶ୍ୟକତା ନାହିଁ, ଏପରି ଘରେ ସହଜରେ ବଦଳାନ୍ତୁ ଇଞ୍ଜିନ୍‌ ଅଏଲ୍‌

କୌଣସି ବି ବାହନ ହେଉ ଗାଡିର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପାର୍ଟ ହେଉଛି ଏହାର ଇଞ୍ଜିନ। ଯଦି ଇଞ୍ଜିନରେ କୌଣସି ବି କମି ଆସିଯାଏ ତ ଆପଣଙ୍କ ପାଇଁ କାର କିମ୍ବା ବାଇକ କବାଡ ସହ ସମାନ ହୋଇଯାଏ। କାରର ଇଞ୍ଜିନ୍‌ ସୂଚାରୁରୂପେ କାମ କରିବା ପାଇଁ ସମୟ ସମୟରେ ଏହାର ଇଞ୍ଜିନ ଅଏଲକୁ ପରିବତ୍ତନ କରାଯାଏ। ଏହି ଅଏଲ ଗାଡିର ଇଞ୍ଜିନକୁ ଲୁବ୍ରିକଟ କରିବା କାମ କରିଥାଏ। ଯଦି ଆପଣ ଭାବୁଛନ୍ତି କାରର ଇଞ୍ଜିନ ଅଏଲ ବଦଳାଇବା କାମ ବହୁତ ମୁସକିଲ। ତାହେଲେ ଆପଣଙ୍କୁ କହିବାକୁ ଚାହିଁବୁ ଯେ ଆଦୌ ନୁହେଁ, ଏହାକୁ ଚେଞ୍ଜ୍‌ କରିବା ବହୁତ ସହଜ। ପ୍ରାୟ ଲୋକ ଏହାକୁ ନିଜେ ବି କରିପାରିବେ। ଯଦି ଆପଣ ଭାବୁଛନ୍ତି ଆପଣ ନିଜେ ନିଜେ ଆପଣଙ୍କ ଗାଡିର ଇଞ୍ଜିନ ଅଏଲ କେମିତି ବଦଳାଇବେ ତାହେଲେ ଆପଣଙ୍କୁ କିଛି ଷ୍ଟେପ୍ସ ବତାଇବୁ। ତେବେ ଆସନ୍ତୁ ଆଉ ଡେରି ନକରି ଜାଣିବା ଏହାକୁ କେମିତି କରିବେ ଚେଞ୍ଜ୍‌।

ଇଞ୍ଜିନକୁ ଗରମ କରନ୍ତୁ

କାରକୁ ଷ୍ଟାର୍ଟ କରନ୍ତୁ ଏବଂ ଇଞ୍ଜିନ ଓ ତେଲକୁ ଗରମ କରିବା ପାଇଁ ଏହାକୁ କିଛି ମିନିଟ୍‌ ପର୍ଯ୍ୟନ୍ତ ଚଲାନ୍ତୁ। ଏଭଳି କଲେ ଏହା ତେଲକୁ ଅଧିକ ସହଜରେ ପ୍ରବାହିତ କରିବାରେ ସାହାଯ୍ୟ କରିବ ଏବଂ ଏହାକୁ ବାହାର କରିବା ବି ସହଜ କରିଦେବ।

ଅଏଲ ଫିଲ୍ଟର ଏବଂ ଡ୍ରେନ୍‌ ପ୍ଲଗର ପତ୍ତା ଲଗାନ୍ତୁ

ଅଏଲ ଫିଲଟର ସାଧାରଣତଃ ଇଞ୍ଜିନର ତଳେ ଥାଏ। ଯେବେକି ଡ୍ରେନ୍‌ ପ୍ଲଗ ସାଧାରଣତଃ ଅଏଲ ପ୍ୟାନ୍‌ ତଳେ ରହିଥାଏ। ଯଦି ଆପଣ ଏହା ଜାଣିପାରୁନାହାଁନ୍ତି ତାହେଲେ ୟୂଜର ମାନୁଆଲକୁ ଦେଖନ୍ତୁ।

ଡ୍ରେନ୍‌ ପ୍ଲଗ କଳେ ଏକ ପ୍ୟାନ୍‌ ରଖନ୍ତୁ

ଡ୍ରେନ୍‌ ପ୍ଲଗ ତଳେ ଏକ ପ୍ୟାନ୍‌ କିମ୍ବା ବଡ କଣ୍ଟେନର ରଖନ୍ତୁ ଯାହାଦ୍ୱାରା ପୁରୁଣା ତେଲ ବାହାରକୁ ବାହାରିଆସିବ।

ଡ୍ରେନ୍‌ ପ୍ଲଗ୍‌ ଏବଂ ଅଏଲ ଫିଲଟରକୁ ହଟାଇ ଦିଅନ୍ତୁ

ଡ୍ରେନ୍‌ ପ୍ଲଗ୍‌ ଏବଂ ଅଏଲ ଫିଲ୍ଟରକୁ ଢ଼ିଲା କରିବା ଏବଂ ବାହାର କରିବା ପାଇଁ ଚାବିର ବ୍ୟବହାର କରନ୍ତୁ। ଧ୍ୟାନ ରଖନ୍ତୁ ପ୍ଲଗ କିମ୍ବା ଫିଲ୍ଟରକୁ ଅଧିକ ଘସିବେନାହିଁ। କାହିଁକିନା ଏହାଦ୍ୱାରା କ୍ଷତି ବି ହୋଇପାରେ। କିଛି ମିନିଟ୍‌ ପାଇଁ ପୁରୁଣା ତେଲକୁ ଇଞ୍ଜିନରୁ ବାହାରକୁ ବାହାର କରିଦିଅନ୍ତୁ।

ଡ୍ରେନ୍‌ ପ୍ଲଗ ଏବଂ ଅଏଲ ଫିଲଟରକୁ ବଦଳାନ୍ତୁ

ଯେତେବେଳେ ଥରେ ସବୁ ପୁରୁଣା ତେଲ ବାହାରକୁ ବାହାରିଯିବ ସେତେବେଳେ ଡ୍ରେନ୍‌ ପ୍ଲଗ ଏବଂ ଅଏଲ ଫିଲଟରକୁ ବଦଳାଇ ଦିଅନ୍ତୁ। ତାକୁ ଠିକଭାବେ ବାନ୍ଧି ଦିଅନ୍ତୁ, ଧ୍ୟାନ ରଖିବେ ଯେପରି ଅଧିକ ଜୋରରେ ବାନ୍ଧିବେ ନାହିଁ।

ନୂଆ ତେଲ ଭରନ୍ତୁ

ଇଞ୍ଜିନରେ ନୂଆ ତେଲ ସାବଧାନୀରେ ଭରିବା ପାଇଁ ଫନେଲର ବ୍ୟବହାର କରନ୍ତୁ। ଆପଣଙ୍କ କାରକୁ କେତେ ତେଲର ଆବଶ୍ୟକ ରହିଛି ଏବଂ କେଉଁ ପ୍ରକାର ତେଲ ଭରିବା ଉଚିତ ଏହା ଜାଣିବା ପାଇଁ ୟୁଜର ମାନୁଆଲ ପଢ଼ନ୍ତୁ।

ତେଲର ସ୍ତର ଦେଖନ୍ତୁ

ଇଞ୍ଜିନରେ ନୂଆ ତେଲ ଭରିବା ପରେ ତେଲର ସ୍ତରକୁ ନିଶ୍ଚୟ ଚେକ କରନ୍ତୁ। ଯଦି ସ୍ତର କମ୍‌ ଥିବ, ତାହେଲେ ସେତେ ପର୍ଯ୍ୟନ୍ତ ତେଲ ପକାନ୍ତୁ ଯେପର୍ଯ୍ୟନ୍ତ ଏହା ଡିପଷ୍ଟିକର ପୂରା ଚିହ୍ନ ପର୍ଯ୍ୟନ୍ତ ନପହଁଚିଛି।

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ନିଜ କାରର ଇଞ୍ଜିନ୍‌ ଅଏଲ ଚେଞ୍ଜ୍‌ କରିବା ପାଇଁ ଆପଣ ସବୁବେଳେ କାରର ମାନୁଆଲ ପଢ଼ି ହିଁ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.