ଡିଜିଟାଲ ଦୁନିଆରେ ସାଇବର ସିକ୍ୟୁରିଟୀ ସହ ଜଡିତ ମାମଲା ସବୁଦିନ ପ୍ରାୟ ଦେଖିବାକୁ ମିଳୁଛି। ଏମିତିରେ କଣ ଆପଣ ନିଜ ଜିମେଲ ଆକାଉଣ୍ଟକୁ ନେଇ କେବେ ଚିନ୍ତିତ ହୋଇଛନ୍ତି କି? ଯେମିତିକି ଅନ୍ୟ କାହା ପାଖରେ ଆପଣଙ୍କ ଜିମେଲ ଆକସେସ ରହିଥାଇପାରେ ଏବଂ ସେ ଆପଣଙ୍କ ଆକାଉଣ୍ଟରୁ ଅନେକ ଡିଟେଲ୍ସ ଚୋରି କରିନେଉଛନ୍ତି। ଯଦି ଏମିତି କିଛି ଚିନ୍ତାରେ ଆପଣ ଅଛନ୍ତି, ତାହେଲେ ଏଥିପାଇଁ ଆପଣଙ୍କୁ ଆଉ ଚିନ୍ତା କରିବା ଆବଶ୍ୟକ ନାହିଁ। କାହିଁକିନା ଆପଣ କିଛି ସହଜ ଷ୍ଟେପକୁ ଫଲୋ କରି ଚେକ କରିପାରିବେ ଯେ ଆପଣଙ୍କ ଜିମେଲ ଆକାଉଣ୍ଟ ହ୍ୟାକ୍ ହୋଇଛି ନା ନାହିଁ।
ଗୁଗଲ ପାସଓ୍ଵାର୍ଡ ଚେକଅପ୍ ଆଡ-ଅନ୍ ଫିଚର ସାହାଯ୍ୟରେ ଆପଣ ନିଜର ଜିମେଲ ଆକାଉଣ୍ଟକୁ ଚେକ କରିପାରିବେ। ଗୁଗଲ କ୍ରୋମ୍ େଓ୍ଵବ ବ୍ରାଉଜରରେ ଏହି ଫିଚରକୁ ୨୦୧୯ରେ ଯୋଡା ଯାଇଥିଲା। ଆସନ୍ତୁ ଜାଣିବା ଏହି ଫିଚର ସାହାଯ୍ୟରେ ଆପଣ କେମିତି ନିଜ ଆକାଉଣ୍ଟକୁ ଚେକ କରିପାରିବେ।
ସର୍ବପ୍ରଥମେ ଆପଣଙ୍କୁ ଗୁଗଲ କ୍ରୋମ ବ୍ରାଉଜରରେ ଫ୍ରି ପାସଓ୍ଵାର୍ଡ ଚେକଅପ୍ ସଫ୍ଟଓ୍ଵୟାର ଡାଉନଲୋଡ କରିବାକୁ ହେବ। ଇନଷ୍ଟଲ ହେବା ପରେ କ୍ରୋମ୍ ଏକ୍ସଟେନସନ ଆପଣଙ୍କ ଲଗଇନ୍ କ୍ରେଡେନସିଆଲକୁ ଚେକ କରିବ।
ଯଦି ଆପଣଙ୍କ ୟୁଜରନେମ କିମ୍ବା ପାସଓ୍ଵାର୍ଡ ଗୁଗଲ ଡାଟା ବେସରେ ମହଜୁଦ ୪ କୋଟିରୁ କୌଣସି ବି ଏମିତି ପାସଓ୍ଵାର୍ଡ ସହ ମ୍ୟାଚ କରିବ, ଯାହା ଲିକ୍ ହୋଇଛି ତାକୁ ନେଇ ଗୁଗଲ ଆପଣଙ୍କୁ ଆଲର୍ଟ କରିବ।
ଏହାପରେ ଆପଣଙ୍କ ସ୍କ୍ରୀନ ଉପରେ ଏକ ମେସେଜ ନଜର ଆସିବ। ଯେଉଁଥିରେ ଆପଣଙ୍କୁ ସମ୍ବନ୍ଧୀତ େଓ୍ଵବସାଇଟର ପାସଓ୍ଵାର୍ଡ ଚେକଅପର ବିବରଣୀ ଦେବ। ଏହି ଫିଚର ସାହାଯ୍ୟରେ ଆପଣ ବ୍ରାଉଜରରେ ସେଭ ହୋଇଥିବା କୌଣସି ବି ପାସଓ୍ଵାର୍ଡକୁ ଚେକ କରିପାରିବେ। ଆପଣଙ୍କ ଡାଟା ଲିକ୍ ହେବାର ସୂଚନା ମିଳିଯିବ।
ଯଦି ଆପଣଙ୍କ ଆକାଉଣ୍ଟ ହ୍ୟାକ ହୋଇଥାଏ, ତାହେଲେ ତାକୁ ସୁରକ୍ଷିତ କରିବା ପାଇଁ ଆପଣଙ୍କୁ କିଛି ଷ୍ଟେପ ଫଲୋ କରିବାକୁ ହେବ। ସର୍ବପ୍ରଥମେ ଆପରଙ୍କୁ ନିଜ ଆକାଉଣ୍ଟର ପାସଓ୍ଵାର୍ଡକୁ ବଦଳାଇବାକୁ ହେବ। କେବଳ ଜିମେଲ ନୁହେଁ ଆପଣଙ୍କୁ ସେହିସବୁ ସର୍ଭିସର ପାସଓ୍ଵାର୍ଡ ବଦଳାଇଦେବା ଉଚିତ,ଯାହା ଲିକ ସହ ପ୍ରଭାବିତ ହୋଇଛି।