ଆପଣଙ୍କ ଫେସବୁକ ପ୍ରୋଫାଇଲ ଆଉ କିଏ ଚେକ୍ କରୁଛି କି ? ଏମିତି ଲଗାନ୍ତୁ ପତ୍ତା, ଜାଣନ୍ତୁ ପୂରା ପ୍ରୋସେସ

ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଲୋକେ ନିଜର ପର୍ସନାଲ ଏବଂ ପ୍ରଫେସନାଲ ବିବରଣୀ ସେୟାର କରୁଛନ୍ତି। ଏହି ପ୍ଲାଟଫର୍ମ କେବଳ ସାଙ୍ଗମାନଙ୍କ ସହିତ ଯୋଡି ହୋଇ ରହିବା ନୁହେଁ, ବରଂ ଆଖପାଖରେ ହେଉଥିବା ଘଟଣା ବିଷୟରେ ମଧ୍ୟ ଅବଗତ ରହିବାର ଏକ ମଜବୁତ ମାଧ୍ୟମ ହୋଇଛି। କିନ୍ତୁ ଏକ ରିପୋର୍ଟ ଅନୁଯାୟୀ, ଫେସବୁକରେ ପାଖାପାଖି ୨୭ କୋଟି ଲୋକ ନକଲି ଆକାଉଣ୍ଟ ରହିଛି, ଯାହା ଡାଟା ଚୋରି କରି ୟୁଜର୍ସଙ୍କୁ କ୍ଷତି ପହଞ୍ଚାଉଛି। ଏମିତି ଆକାଉଣ୍ଟ ବିଷୟରେ ଜାଣି କିଏ ଆପଣଙ୍କ ଆକାଉଣ୍ଟକୁ ଖୋଳତାଡ କରୁଛି, ତାହା ଜାଣିବା ଜରୁରୀ। ତେଣୁ ଏମିତି କିଛି ଟିପ୍ସ ରହିଛି, ଯାହା ସାହାଯ୍ଯରେ ଆପଣ ଜାଣିପାରିବେ କିଏ ଆପଣଙ୍କ ଆକାଉଣ୍ଟ ଚେକ୍ କରୁଛି କି ନାହିଁ।

ଏମିତି ଲଗାନ୍ତୁ ପତ୍ତା:

ଏଥିପାଇଁ ପ୍ରଥମେ ଫେସବୁକ ଆକାଉଣ୍ଟ ଓପନ କରନ୍ତୁ ଆଉ ଏହାକୁ ଲଗଇନ କରନ୍ତୁ। ଆପଣ ଆକାଉଣ୍ଟକୁ ବ୍ରାଉଜରରେ ଓପନ କରନ୍ତୁ ନଚେକ ଆପଣଙ୍କୁ ଏହା ବିଷୟରେ କିଛି ବି ସୂଚନା ମିଳିବ ନାହିଁ।

ବ୍ରାଉଜରରେ ଫେସବୁକ ଲଗଇନ କରିବା ପରେ ପ୍ରୋଫାଇଲକୁ ଯାଇ ରାଇଟ କ୍ଲିକ କରନ୍ତୁ। ଏହା ପରେ ଦିଆଯାଇଥିବା ବିକଳ୍ପ ମଧ୍ୟରୁ view Page source ରେ କ୍ଲିକ କରନ୍ତୁ।

ଏଠାରେ ୧୫ ଡିଜିଟ ନଂ ଶୋ କରିବ, ଏହାକୁ କପି କରି ପୁଣି https://facebook.com/15 ଦେଇ ଏହାକୁ ଓପନ କରନ୍ତୁ। ଏହା ପରେ ଆପଣ ଜାଣିପାରିବେ କିଏ କିଏ ଆପଣଙ୍କ ପ୍ରୋଫାଇଲ ଚେକ୍ କରିଛନ୍ତି।

ଯଦି ଆପଣ ଏହି ସମୟରେ କୌଣସି ଅଜଣା ଲୋକ କିମ୍ବା ସନ୍ଦିଗ୍ଧ ଲୋକ ପ୍ରୋଫାଇଲ ଚେକ୍ କରିଥାନ୍ତି ବୋଲି ଜାଣିବାକୁ ପାଆନ୍ତି, ତେବେ ସତର୍କ ରୁହନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.