ଟେକ୍

Netflix ଓ Amazon Prime ଦେଖିବା ପାଇଁ ଏହି ସହଜ ଷ୍ଟେପକୁ ଫଲୋ କରନ୍ତୁ, ବର୍ଷସାରା ଦେଖିବେ ଏକଦମ୍‌ ମାଗଣାରେ

ଜିଓ ଦେଉଛି ବଢ଼ିଆ ମାଗଣା ଅଫର। ଯେଉଁଥିରେ ଆପଣ ଫ୍ରି ନେଟଫ୍ଲିକ୍ସ ଓ ଆମାଜନ ପ୍ରାଇମ ଦେଖିବା ପାଇଁ କ୍ଲେମ କରିପାରିବେ। ଗ୍ରାହକଙ୍କୁ ଖୁସି କରିବା ପାଇଁ ସୁନ୍ଦର ମୈାକା ଦେଉଛି ଜିଓ ଟେଲିକମ କମ୍ପାନୀ। ଜିଓର ସମସ୍ତ ରିଚାର୍ଜ ପ୍ଲାନରେ ମାଗଣାରେ ନେଟଫ୍ଲିକ୍ସ , ଆମାଜନ ପ୍ରାଇମ ଭିଡ଼ିଓ , ଡିଜନି+ହଟଷ୍ଟାର ଭଳି ଓଟିଟି ପ୍ଲାଟଫର୍ମର ଆକ୍ସେସ ମିଳିଥାଏ। ଯେଉଁଥିରେ ଗ୍ରାହକଙ୍କ ବଢ଼ିଆ ମନୋରଞ୍ଜନ ହୋଇଥାଏ। ଯେଉଁଥିପାଇଁ ଦାମ ଶସ୍ତା ପଡ଼େ।

ଯଦି ଆପଣ ବିି ଏହି ପ୍ଲାଟଫର୍ମରେ ମାଗଣା ଆକ୍ସେସ ପାଇବା ପାଇଁ ଚାହୁଁଥାନ୍ତି ତେବେ ଆମ ଭିଡ଼ିଓ େ ଦଖି ଜାଣନ୍ତୁ ଜିଓର ବଢ଼ିଆ ପ୍ଲାନ ସମ୍ପର୍କରେ। ଏଥିରେ ଆପଣ ନେଟଫ୍ଲିକ୍ସ , ଆମାଜନ ପ୍ରାଇମ ଭିଡ଼ିଓ , ଡିଜନି+ହଟଷ୍ଟାର ବ୍ୟତିତ jio tv, jio security, jio cloud , jio cinema ର ଲାଭ ଉଠାଇପାରିବେ। ସେ ବି ପୁଣି ମାଗଣାରେ.. ଆସନ୍ତ ଜାଣିବା ସେହି ସବୁ ପ୍ଳାନ ସମ୍ପର୍କରେ..

ଜିଓ ପ୍ରିପେଡ ପ୍ଳାନ:
ଜିଓର ଦୁଇଟି ପ୍ରିପେଡ ପ୍ଲାନ ଯେଉଁଥିରେ ଡିଜନି+ହଟଷ୍ଟାର ର ଆକ୍ସେସ ପାଇପାରିବେ। ପ୍ରଥମ ପ୍ୟାକ ହେଉଛି ୧୪୯୯ ଟଙ୍କା। ଦ୍ୱିତୀୟ ଟି ହେଉଛି ୪୧୯୯ ଟଙ୍କା। ପ୍ରଥମ ପ୍ଲାନରେ ଜିଓ ୟୁଜର୍ସଙ୍କୁ ୮୪ ଦିନର ବୈଧତା ମିଳିବ। ଏହାସହ ଅନଲିମିଟେଡ ଭଏସ୍‌ କଲିଂ , ପ୍ରତିଦିନ ୨ ଜିବି ଡାଟା ଓ ୧୦୦ ଏସଏମଏସ୍‌ ମିଳିବ। ଏହାବ୍ୟତିତ ମାଗଣାରେ ଡିଜନି+ହଟଷ୍ଟାର ଦେଖିବାକୁ ସୁଯୋଗ ପାଇବେ। ସେହିପରି ୪୧୯୯ ଟଙ୍କା ରିଚାର୍ଜ କରିବା ପରେ ଜିଓର ପ୍ରିପେଡ ୟୁଜର୍ସଙ୍କୁ ଡିଜନି+ହଟଷ୍ଟାର ର ମାଗରା ସବସ୍କ୍ରିପସନ ମିଳିଯିବ। ସେ ବି ୩୬୫ ଦିନ ର ଭାଲିଡିଟି ପାଇଁ। ଏହାସହ ୟୁଜର୍ସଙ୍କୁ ଅନଲିମିଟେଡ ଭଏସ୍‌ କଲିଂ ସହିତ ୩୬୫ ଦିନର ଭାଲିଡିଟି ସହ ଦୈନିକ ୩ଜିବି ହାଇସ୍ପିଡ଼ି ଇଣ୍ଟରନେଟ ଡାଟା ଓ ୧୦୦ ଏସଏମଏସ ମିଳିବ।

photo: gizbot tamil

ଜିଓର ପୋଷ୍ଟପେଡ ପ୍ଲାନ:
ଜିଓର ୩ଟି ପୋଷ୍ଟପେଡ ପ୍ଲାନ ରହିଛି। ଯେଉଁଥିରେ ଆପଣ Netflix ଓ Amazon Prime ଭିଡ଼ିଓ ର ଫ୍ରି ସବସ୍କ୍ରିପସନ ପାଇପାରିବେ। ପ୍ରଥମ ପ୍ଳାନ ହେଉଛି ୭୯୯ ଟଙ୍କା। ଏହାର ଭାଲିଡିଟି ହେଉଛି ଗୋଟିଏ ମାସ । ଏଥିରେ ୟୁଜର୍ସଙ୍କୁ ୧୫୦ ଜିବି ହାଇ ସ୍ପିଡ ଡାଟା , ଅନଲିମିଟେଡ କଲିଂ ଓ ଦୈନିକ ୧୦୦ ଏସଏମଏସ୍‌ ମିଳେ। ତେବେ ୯୯୯ ଟଙ୍କା ରିଚାର୍ଜ ପ୍ଲାନରେଆପଣ Netflix ଓ Amazon Prime ର ସୁବିଧା ପାଇପାରିବେ। ଏଥିରେ ଦୈନିକ ୧୦୦ ମେସେଜ ପାଇପାରିବେ। ଅନଲିମିଟେଡ ଭଏସ କଲିଂ ମଧ୍ୟ ପାଇପାରିବେ। ଡାଟା ୨୦୦ ଜିବି ପାଇବେ। ଶେଷ ପ୍ଲାନ ଟି ହେଉଛି ୧୪୯୯ ଟଙ୍କା। ଏଥିରେ ଆପଣ Netflix ଓ Amazon Prime ର ମାଗଣା ଅକ୍ସେସ ପାଇପାରିବେ।

ତେବେ ମନେରଖନ୍ତୁ ଜିଓ ନେଟଫ୍ଲିକ୍ସର ମାଗଣା ଆକ୍ସେସ କେବଳ ମୋବାଇଲ ୟୁଜର୍ସଙ୍କୁ ପ୍ରଦାନ କରୁଛି । ଦ୩ଟି ପୋଷ୍ଟପେଡ ପ୍ଳାନରେ ସୀମିତ ସେବା ରହିଛି। କେବଳ ଗୋଟିଏ ମୋବାଇଲ ଫୋନରେ ଏହାକୁ ଆକ୍ସେସ କରିପାରିବେ। ଯଦି ଆପଣ ପୋଷ୍ଟପେଡ ପ୍ଲାନକୁ ପରିବର୍ତ୍ତନ କରୁଛନ୍ତି ତେବେ ଏହି ଫାଇଦା ଆଉ ଆପଣ ପାଇପାରିବେ ନାହିଁ।

ଏମିତି କରନ୍ତୁ ଫ୍ରିରେ ନେଟଫ୍ଳିକ୍ସ ଆକ୍ଟିଭେଟ:
-ନିଜ ସ୍ମାର୍ଟଫୋନରେ ଜିଓ ସିମକାର୍ଡ ଆକ୍ଟିଭେଟ କରି myjio app ଓପନ କରନ୍ତୁ। ପରେ ନିଜ ଜିଓ ଆକାଉଣ୍ଟ ଲଗ ଇନ କରନ୍ତୁ।
-ଏବେ ସ୍କ୍ରିନରେ ଥିବା ପ୍ରମଟ୍‌ ର ହୋମ ପେଜକୁ ଯାଆନ୍ତୁ। ପରେ ନେଟଫ୍ଲିକ୍ସ କୁ ଆକ୍ଟିଭେଟ କରିବା ପାଇଁ Activate now ଉପରେ କ୍ଲିକ କରନ୍ତୁ।
-ପରେ ନେଟଫ୍ଲିକ୍ସ େଓ୍ଵବସାଇଟରେ ନିଜ ର ନୂଆ ଆକାଉଣ୍ଟ ତିଆରି କରନ୍ତୁ। ଏହାପରେ ସହଜରେ ଆପଣ ଏହାର ମାଗଣାରେ ଲଭା ଉଠାଇପାରିବେ।

pc: 91mobiles

ଆମାଜନ ପ୍ରାଇମ ଆକ୍ଟିଭେଟ ଷ୍ଟେପ:
– myjio app ଓପନ କରି ଆମାଜନ ପ୍ରାଇମ ଉପରେ ଟ୍ୟାପ କର ିActivate now ଉପରେ କ୍ଲିକ କରନ୍ତୁ।
-ପରେ ସିଧା ଆମାଜନ ପ୍ରାଇମ େଓ୍ଵବସାଇଟରେ ନିଜ ଆକାଉଣ୍ଟ ତିଆରି କରନ୍ତୁ।
-ସବୁ ଡିଟେଲ୍ସ ଭରନ୍ତୁ। ଲଗ ଇନ କରନ୍ତୁ।
-ଏମିତିରେ ଆପଣ ଆମାଜନ ପ୍ରାଇମର ଆକ୍ଟିଭେଟ ପାଇଯିବେ।

Disney+Hotstar ମେମ୍ବରସିପ୍‌ ଏପରି ପାଆନ୍ତୁ:
– Disney+Hotstar ମେମ୍ବରସିପ୍‌ କୁ ୧ବର୍ଷ ପାଇଁ ଆକ୍ଟିଭେଟ କରିବାକୁ ଚାହିଁଲେ ପ୍ରଥମେ Hotstar ର ସାଇଟକୁ ଯାଆନ୍ତୁ।
-ପରେ ନିଜ ମୋବାଇଲ ନମ୍ବର ସାହାଯ୍ୟରେ ଲଗ ଇନ କରନ୍ତୁ।ପରେ ଓଟିପି ଏଣ୍ଟର କରି ନିଜ ସବୁ ତଥ୍ର ଭରନ୍ତୁ। ଏମିତି କଲେ ଆପଣ ସହଜରେ Disney+Hotstar ମେମ୍ବରସିପ୍‌ ପାଇଯିବେ ସେ ବି ମାଗଣାରେ।

D Sonali

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

35 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

49 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago