ଫୋନରେ କଥା ଆପଣଙ୍କୁ ଠିକସେ ଶୁଣାଯାଉନାହିଁ, ତେବେ ବିନା ସର୍ଭିସ ସେଣ୍ଟର ଯାଇ ଘରେ କରନ୍ତୁ ଠିକ୍‌

କଣ ଆପଣଙ୍କୁ ସ୍ମାର୍ଟଫୋନରେ କଥାବେଳେ କମ୍‌ ଭଏସ ଶୁଭାଯାଉଛି। ଯଦି ହଁ, ତାହେଲେ ଆପଣଙ୍କର ଏହି ସମସ୍ୟାର ସଲ୍ୟୁସନ୍‌ ନେଇ ଆସିଛୁ। କାହିଁକିନା ଅନେକ ୟୁୁଜର୍ସ ଏପରି ଅଛନ୍ତି ଯେଉଁମାନେ ଏମିତି ସମସ୍ୟା ଦେଖାଦେଲେ ନିଜ ଫୋନକୁ ସର୍ଭିସ ସେଣ୍ଟର ନେଇଯାନ୍ତି କାମ କରିବାକୁ। ସାଧାରଣତଃ ଏମିତି ସମସ୍ୟା ଅଧିକ ହୋଇଥାଏ କାରଣ ସ୍ପିକର୍ସରେ ଧୂୂଳୀ ପଶିଯାଇଥାଏ। ଆଉ ଏହି ସମସ୍ୟା କେଉଁ ବି କାରଣ ପାଇଁ ହୋଇପାରେ। ଏମିତିରେ ଯଦି ଆପଣ ନିଜ ସ୍ପିକକୁ ବିନା କୌଣସି ସର୍ଭିସ ସେଣ୍ଟରକୁ ଯାଇ ଠିକ କରିବାକୁ ଚାହୁଁଛନ୍ତି ତାହେଲେ ଆମେ ଆଜି ଆପଣଙ୍କୁ କିଛି ଟିପ୍ସ ବତାଇବୁ ଯାହା ଦ୍ୱାରା ଆପଣ ଘରେ ବସି ନିଜ ଫୋନକୁ ଠିକ୍‌ କରିପାରିବେ।

ପ୍ରୋଫେସନାଲ କ୍ଲିନିଙ୍ଗ କିଟ୍‌

ଏହି ତରିକାରେ ଯଦିଓ ଆପଣଙ୍କର ସାମାନ୍ୟ ଟଙ୍କା ଖର୍ଚ୍ଚ ହେବ, କିନ୍ତୁ ଆପଣଙ୍କ ଫୋନ ସମ୍ପୂର୍ଣ୍ଣ ଭାବେ ପରିଷ୍କାର ହୋଇଯିବ। ଆପଣ ଆଫ୍ଟରମାର୍କେଟ କିମ୍ବା ଅନଲାଇନ୍‌ େଓ୍ଵବସାଇଟରୁ ଏହି ସ୍ମାର୍ଟଫୋନ୍‌ କ୍ଲିନିଙ୍ଗ କିଟ୍‌ କିଣନ୍ତୁ ଏବଂ ତାପରେ ଏହାଦ୍ୱାରା ସ୍ପିକରକୁ ସଫା କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କର ଫାଇଦା ନିଶ୍ଚୟ ହେବ।

ସଫ୍ଟ ବ୍ରଶ୍‌ ଆବଶ୍ୟକ

ଯଦି ଆପଣ ଜବରଦସ୍ତ ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁନାହାଁନ୍ତି ଏବଂ କ୍ଲିନିଙ୍ଗ କିଟ୍‌ କିଣିବାକୁ ଚାହୁଁଛନ୍ତି, ତାହେଲେ ଆପଣ କୌଣସି ବି ସଫ୍ଟ ବ୍ରଶର ବ୍ୟବହାର କରିପାରିବେ। ଆପଣଙ୍କୁ ଏହା ଧ୍ୟାନ ରଖିବାକୁ ହେବଯେ ବ୍ରଶ ଯେପରି ବ୍ରିସଲ୍ସ ବ୍ରଶ୍‌ ହୋଇଥିବ। ଏହା ଜରିଆରେ ଆପଣ ସ୍ପିକର୍ସକୁ ଧୀରେ ଧୀରେ ସଫା କରି ଠିକ କରିପାରିବେ।

କମ୍ପ୍ରେସଡ୍‌ ଏୟାର ପମ୍ପ୍‌

ଏକ କମ୍ପ୍ରେସଡ ଏୟାର ପମ୍ପ୍‌ ଜରିଆରେ ଆପଣ କେବଳ ଫୋନର ସ୍ପିକରକୁ ଗ୍ରିଲ କରିବା ନୁହେଁ ବରଂ ଚାର୍ଜିଙ୍ଗ ପୋର୍ଟକୁ ମଧ୍ୟ ସଫା କରିପାରିବେ। ଧ୍ୟାନ ରଖିବେ ଯେପରି ଏହି ପମ୍ପ୍‌ ବହୁତ ପାଓ୍ଵାରଫୁଲ ହୋଇନଥିବ।

କପଡା

ଯଦି ଏହିସବୁ ତରିକା ଆପଣଙ୍କ କାମରେ ଆସୁନାହିଁ ତାହେଲେ ଆପଣ ଘରେ ଥିବା କୌଣସି ବି କପଡା ଦେଇ ସ୍ପିକରର ସଫା କରିପାରିବେ। କେବଳ ଧ୍ୟାନ ରଖିବାକୁ ହେବ ଯେ କପଡାର କୌଣସି ଫ୍ୟାବ୍ରିକ ସ୍ପିକରରେ ନ ରହିଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.