TV ସହ କନେକ୍ଟ ହୋଇଯିବ ଆପଣଙ୍କ ଲାପଟପ୍, ଜାଣନ୍ତୁ କେମିତି କରିବେ ସେଟିଙ୍ଗ୍

କଣ ଆପଣଙ୍କୁ ଲାପଟପର ଛୋଟ ସ୍କ୍ରୀନରେ ଅସୁବିଧା ହେଉଛି କି, ତେବେ ଆପଣ ଟିଭି ସହ ଆପଣଙ୍କ ଲାପଟପକୁ କନେକ୍ଟ କରିପାରିବେ। ଲାପଟପ୍ ହେଉଛି ଏକ କମ୍ପାକ୍ଟ ଏବଂ ସୁବିଧାଜନକ ଅପ୍ସନ, ଯାହାକୁ ଆପଣ ନିଜ ସାଥିରେ କେଉଁଠାକୁ ଆଉ କୁଆଡେ ବି ସାଙ୍ଗରେ ନେଇ ଯାଇପାରିବେ। କିନ୍ତୁ କମ୍ପାକ୍ଟ ହୋଇଥିବା କାରଣରୁ ଏଥିରେ ଛୋଟ ସ୍କ୍ରୀନ ଲାଗିଥାଏ। ଆପଣ ନିଜ ଲାପଟପ୍ କଣ୍ଟେଣ୍ଟକୁ ବଡ ସ୍କ୍ରୀନରେ ବି ଦେଖିପାରିବେ। ଏଥିପାଇଁ ଆପଣଙ୍କୁ କେବଳ ନିଜ ଲାପଟପକୁ ଟିଭିରେ କନେକ୍ଟ କରିବାକୁ ହେବ। କେବଳ କିଛି ଷ୍ଟେପକୁ ଫଲୋ କରି ଆପଣ ଲାପଟପକୁ ଟିଭି ସହ କନେକ୍ଟ କରିପାରିବେ। ତେବେ ଆସନ୍ତୁ ଜାଣିବା ଏମିତି କରିବାର ସହଜ ତରିକା।

କୌଣସି ଏକ ଲାପଟପକୁ ଟିଭି ସହ କନେକ୍ଟ କରିବାର ସହଜ ତରିକା HDMI କେବଲ। ଧ୍ୟାନ ଦେବେ ଯେ କିଛି ଲାପଟପରେ ପୂର୍ବରୁ ହିଁ Micro HDMI କିମ୍ବା Mini HDMI ପୋର୍ଟ ମିଳିଥାଏ। ଏଥିପାଇଁ ଆପଣଙ୍କୁ ଅଲଗା କେବଲକୁ ବ୍ୟବହାର କରିବାକୁ ହେବ। ଆସନ୍ତୁ ଜାଣିବା ଏହାକୁ କନେକ୍ଟ କରିବା ପାଇଁ ଆପଣଙ୍କୁ କଣ କରିବାକୁ ହେବ।

ସର୍ବପ୍ରଥମେ ୟୁଜରକୁ ନିଜ ଲାପଟପ ଏବଂ ଟିଭିକୁ HDMI କେବଲ ସାହାଯ୍ୟରେ କନେକ୍ଟ କରିବାକୁ ହେବ।
ଦୁଇଟି ଡିଭାଇସକୁ ଅନ୍ କରିବାକୁ ହେବ।

ରିମୋଟ ସାହାଯ୍ୟରେ ଟିଭିର ସଠିକ HDMI ମୋଡକୁ ସିଲେକ୍ଟ କରିବାକୁ ହେବ।

ଉଭୟ ଡିଭାଇସେସ୍ ଭିତରେ କନେକ୍ସନ ଅଟୋମେଟିକ ହୋଇଯାଏ। କିନ୍ତୁ ଯଦି ଏମିତି ହେଉନାହିଁ ତାହେଲେ ଆପଣ Settings > System > Displayକୁ ଯାଇ ଏପରି କରିପାରିବେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଓ୍ଵିଣ୍ଡୋଜ୍ ପିସିରେ ଡିସପ୍ଲେ ସେଟିଙ୍ଗ ଓପନ କରିବା ପାଇଁ ଆପଣଙ୍କୁ Windows key ଏବଂ P ବଟନକୁ ପ୍ରେସ୍ କରିବାକୁ ହେବ। କିନ୍ତୁ ମାକରେ ଆପଣଙ୍କୁ ସ୍କ୍ରୀନର ବାମ ଆଡକୁ ଥିବା ଆପଲ ଆଇକନ୍ ଉପରେ କ୍ଲିକ କରିବାକୁ ହେବ। ଏଠାରେ ଆପଣଙ୍କୁ System Preferences ଏବଂ Displaysକୁ ଯିବାକୁ ହେବ।

LAPTOPଏବେ ଜାଣନ୍ତୁ ଲାପଟପରେ ଟିଭିକୁ ଓ୍ଵାୟରଲେସ ତରିକାରେ କେମିତି କରିବେ କନେକ୍ଟ

ଯଦି ଆପଣ ମାକ ବ୍ୟବହାର କରୁଛନ୍ତି ତାହେଲେ ଆପଣଙ୍କ ପାଖରେ Apple TV box ରହିଥିବ। ଆପଣ ସହଜରେ ଏହାଦ୍ୱାରା କନେକ୍ଟ କରିପାରିବେ।

ଏଥିପାଇଁ ଦୁଇ ଡିଭାଇସେସକୁ ଗୋଟିଏ ଓ୍ଵାଇଫାଇରେ କନେକ୍ଟ କରିବାକୁ ପଡିଥାଏ। ଓ୍ଵାଇଫାଇରେ କନେକ୍ଟ କରିବା ପରେ ଆପଣଙ୍କୁ ଡିସପ୍ଲେ ସେଟିଙ୍ଗକୁ ଯିବାକୁ ହେବ। ଏଠାରେ ଆପଣଙ୍କୁ ଆପଲ ମେନ୍ୟୁରେ System Preferences ଅପ୍ସନ ମିଳିବ।

ଏବେ ଆପଣଙ୍କୁ Display ଏବଂ ତାପରେ AirPlay Displayକୁ ଯିବାକୁ ହେବ। ଏଠାରେ ଆପଣଙ୍କୁ ଡ୍ରପଡାଉନ ଲିଷ୍ଟରେ Apple TV ସିଲେକ୍ଟ କରିବାକୁ ହେବ। ଯାହାପରେ ଆପଣଙ୍କ ସ୍କ୍ରୀନ ଟିଭି ଉପରେ ନଜର ଆସିବାକୁ ଲାଗିବ।

ଓ୍ଵିଣ୍ଡୋଜ୍ ୟୁଜର୍ସ କେମିତି ୟୁଜ୍ କରିବେ ଜାଣନ୍ତୁ

ଯଦି ଆପଣ ଓ୍ଵିଣ୍ଡୋଜ କମ୍ପ୍ୟୁଟର ବ୍ୟବହାର କରୁଛନ୍ତି ତାହେଲେ ଆପଣ ସହଜରେ ଏହାକୁ ନିଜ ଟିଭି ସ୍କ୍ରୀନ ସହ କନେକ୍ଟ କରିପାରିବେ। ଏଥିପାଇଁ ଆପଣଙ୍କୁ ଧ୍ୟାନ ରଖିବାକୁ ହେବ ଯେ ଉଭୟ ଡିଭାଇସ୍ ଗୋଟିଏ ଓ୍ଵାଇ-ଫାଇ ନେଟଓ୍ଵର୍କ ସହ କନେକ୍ଟ ହୋଇଛି ନା ନାହିଁ।

ଏହାପରେ ରିମୋଟ ସାହାଯ୍ୟରେ ଟିଭି ସ୍କ୍ରୀନ ମିରରିଙ୍ଗର ଅପ୍ସନକୁ ବାଛନ୍ତୁ। ଆପଣଙ୍କୁ ନିଜ ଟିଭିକୁ ଲାପଟପ ଆପ୍ରୁଭଡରେ ଆଡ୍ କରିବାକୁ ହେବ। ଏଥିପାଇଁ ଆପଣଙ୍କୁ କନେକ୍ଟେଡ ଡିଭାଇସ ଏବଂ ତାପରେ Add Device କୁ ଯିବାକୁ ହେବ। ଏଠାରେ ନିଜ ଟିଭିକୁ ସିଲେକ୍ଟ କରନ୍ତୁ।

ଆଶା କରୁଛୁ ଭିଡିଓ ଆପଣଙ୍କୁ ପସନ୍ଦ ଆସିଥିବ ନିଶ୍ଚୟ। ଆଉ ଭିଡିଓରେ କୁହାଯାଇଥିବା ଟିପ୍ସକୁ ଫଲୋ କରି ଆପଣ ସହଜ ଭାବେ ମେସେଜକୁ ନିଜ ଭାଷାରେ ଟ୍ରାନ୍ସଲେଟ୍‌ କରିପାରିବେ। ଏମିତି ଭିଡିଓ ଆଗକୁ ଦେଖିବା ପାଇଁ ଯୋଡି ହୋଇ ରୁହନ୍ତୁ କେନ୍ୟୁଜଓଡିଶା ସହ।

Leave A Reply

Your email address will not be published.