ଅଘଟଣ ପ୍ରାୟତଃ ସମସ୍ତଙ୍କ ସହ ଘଟିଥାଏ । ଯେମିତିକି ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଆମର ଫୋନ କୌଣସି ସ୍ଥାନରେ ହଜି ଯାଏ କିମ୍ବା ଚୋରି ହୋଇଯାଏ ଆଉ ଆମେ ଏହା ଜାଣି ପାରିନଥାନ୍ତି । ଏମିତି ପରିସ୍ଥିତିରେ ଆମ ମନକୁ ପ୍ରଥେ ମ ଆସେ ଯେ କିପରି ଫୋନରେ ଥିବା ଆପଣଙ୍କ ଗୁଗଲ ଆକାଉଣ୍ଟକୁ ରିମୁଭ୍ କରିବେ। କାହିଁକିନା ଏଥିରେ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ବି ରହୁଛି। ତେଣୁ ବେଶ୍ ଜରୁରୀ ହୋଇଥାଏ ଯେ କାହା ହାତ ଆପଣଙ୍କ ଆକାଉଣ୍ଟରେ ବାଜିବା ପୂର୍ବରୁ ଏହାକୁ କ୍ଲୋଜ୍ କରିଦେବା। ଏହା ଯଦି ଆପଣଙ୍କ ସହ ଘଟିଛି ଏବଂ ଆପଣ ଆପଣଙ୍କର ଗୁଗୁଲ ଆକାଉଣ୍ଟ ବନ୍ଦ କରିବା ପାଇଁ ଚିନ୍ତା କରୁଛନ୍ତି ? ତେବେ ଚିନ୍ତା କରନ୍ତୁ ନାହିଁ ଏହି ସମସ୍ୟାର ସମାଧାନ ବିଷୟରେ ଆପଣଙ୍କୁ ଜଣାଇବୁ ।
- ହଜିଯାଇଥିବା ଫୋନରୁ ଗୁଗୁଲ ଆକାଉଣ୍ଟ ଡିଲିଟ୍ କରିବାକୁ ପ୍ରଥମେ www.google.comକୁ ଯାଆନ୍ତୁ ।
- ସେଠାରେ ଥିବା securityକୁ ଯାଇ manage devices ଉପରେ କ୍ଲିକ୍ କରନ୍ତୁ |
- ଏହା କରିବା ପରେ, ଆପଣଙ୍କର ସାମ୍ନା your devicesର ଅପସନ୍ ଆସିବ। ଯେଉଁଠାରେ ସେହି ସମସ୍ତ ଡିଭାଇସର ଡିଟେଲସ୍ ଆସିଯିବବ ଯେଉଁଥିରେ ଆପଣଙ୍କର ଗୁଗୁଲ୍ ଆକାଉଣ୍ଟ୍ ସାଇନ୍ ଇନ୍ ଥିବ ।
- ତେବେ ଆପଣ ଗୁଗୁଲ୍ ଆକାଉଣ୍ଟକୁ ଯେଉଁ ଡିଭାଇସରୁ ଡିଲିଟ୍ କରିବାକୁ ଚାହୁଁଛନ୍ତି, ସେହି ତିନୋଟି ବିନ୍ଦୁ ଉପରେ କ୍ଲିକ୍ କରି ସାଇନ ଆଉଟ କରିପାରିବେ ।
ଏବେ ଆସନ୍ତୁ ଜାଣିବା ଗୁଗୁଲ୍ historyରେ ପାସୱାର୍ଡ କିପରି ଲଗାଇବେ
• ଗୁଗୁଲ୍ historyରେ ପାସୱାର୍ଡ ଲଗାଇବା ପାଇଁ ସର୍ବପ୍ରଥମେ ଆପଣଙ୍କର ୱେବ୍ ବ୍ରାଉଜରରେ activity .Google.com ଖୋଲନ୍ତୁ ।
• ତେବେ ଏଠାରେ ମନେ ରଖିବାକୁ ହେବ ଯେ ପାସୱାର୍ଡ ଲଗାଇବା ସମୟରେ ଆପଣଙ୍କର ଗୁଗୁଲ୍ ଆକାଉଣ୍ଟ୍ ସାଇନ୍ ଇନ୍ ହେବା ଜରୁରୀ ।
• ଏହା କରିବା ପରେ, ଆପଣଙ୍କୁ manage my activity ଉପରେ କ୍ଲିକ୍ କରିବାକୁ ପଡିବ ।
• କ୍ଲିକ୍ କରିବା ମାତ୍ରେ ଆପଣଙ୍କ ସାମ୍ନାରେ require extra verification ଏବଂ don’t require extra verification ଲେଖା ଆସିବ ।
• ଏଠାରେ require extra verification କୁ ସିଲେକ୍ଟ କରି ସେଭ କରିଦିଅନ୍ତୁ ।
• ସେଭ୍ କରିବା ମାତ୍ରେ verification ପାଇଁ ଗୁଗୁଲ୍ ଆକାଉଣ୍ଟ୍ ପାସୱାର୍ଡ ମାଗିବ ।
• ତେବେ ପାସୱାର୍ଡ ପକାଇବା ମାତ୍ରେ, ଗୁଗୁଲ୍ ସର୍ଚ୍ଚ history ପାସୱାର୍ଡ ସୁରକ୍ଷିତ ହୋଇଯିବ ଏବଂ ଏହାକୁ କେହି ଯାଞ୍ଚ କରିପାରିବେ ନାହିଁ ।
• ଅନ୍ୟ ପଟେ, ଯଦି ସର୍ଚ୍ଚ historyରୁ ପାସୱାର୍ଡ ଡିଲିଟ୍ କରିବାକୁ ଚାହୁଁଛନ୍ତି, ତାହାଲେ ସମାନ ପ୍ରକ୍ରିୟା ରହିବ, ସେଠାରେ ଆପଣଙ୍କୁ don’t require extra verificationକୁ ସିଲେକ୍ଟ କରିବାକୁ ପଡିବ ।
• ଏହା ପରେ ଆପଣଙ୍କ ସର୍ଚ୍ଚ history ପୁଣି ଥରେ ଦେଖିବାକୁ ମିଳିବ ।