ଛାଡ଼ିବାକୁ ଚାହୁଁଛନ୍ତି କି Instagram? ଏମିତି କରି ପାରିବେ ନିଜ ଆକାଉଣ୍ଟକୁ ଡିଲେଟ୍ କିମ୍ବା ଡିସେବଲ୍, ଜାଣନ୍ତୁ ପୂରା ପ୍ରକ୍ରିୟା
Instagram ଫେମସ୍ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ବନି ଯାଇଛି। ଏଠି ଅନେକ ଲୋକ ଅନେକ ସମୟ ଧରି ସମୟ ଅତିବାହିତ କରୁଛନ୍ତି। ଏମିତିରେ ଯଦି ଆପଣ Instagramରୁ ବ୍ରେକ୍ ନେବାକୁ ଚାହୁଁଛନ୍ତି, ତା’ହେଲେ ଆପଣଙ୍କୁ ଦୁଇଟି ଅପଶନ୍ ମିଳିବ। ଗୋଟିଏ ହେଲା, ଆପଣ ନିଜ ଆକାଉଣ୍ଟକୁ ଡିସେବଲ୍ କରି ପାରିବେ ଏବଂ ଅନ୍ୟଟି ହେଲା, ଆପଣ ସବୁଦିନ ପାଇଁ ନିଜ ଆକାଉଣ୍ଟକୁ Instagramରୁ ଡିଲେଟ୍ କରି ପାରିବେ। ଏଠାରେ ଆପଣଙ୍କୁ ଦୁଇଟି ଉପାୟ କହିବାକୁ ଯାଉଛୁ।
ପ୍ରଥମେ ଆପଣଙ୍କୁ ନିଜ ଡାଟାକୁ ବ୍ୟାକ୍ଅପ ନେବା ଉଚିତ। ଏହାଦ୍ୱାରା ଆପଣଙ୍କ ପାଖରେ ଆପଣଙ୍କ Instagram ଆକାଉଣ୍ଟର ଡାଟା ମହଜୁଦ ରହିବ। ଏଥିପାଇଁ ନିଜ ଆକାଉଣ୍ଟରେ ଲଗ୍ଇନ କରନ୍ତୁ। ଏବେ ପ୍ରୋଫାଇଲକୁ ଯାଆନ୍ତୁ। ପ୍ରୋଫାଇଲକୁ ଯିବା ପରେ ଆପଣଙ୍କୁ ସିକ୍ୟୁରିଟିରେ ଯାଇ ଡାଉନଲୋଡ୍ ଡାଟାକୁ ଯିବାକୁ ହେବ। ଏଠାରେ ଆପଣଙ୍କୁ ଇମେଲ ଆଇଡି ଦେଇ Request download ଅପଶନ୍ ଉପରେ କ୍ଲିକ୍ କରିବାକୁ ହେବ।
ଏହାପରେ Instagram ପାସ୍ଓ୍ଵାର୍ଡ ଦେଇ Done ଉପରେ କ୍ଲିକ୍ କରି ଦିଅନ୍ତୁ। ଆପଣଙ୍କ ଇମେଲରେ Instagram ଡାଟାର ଲିଙ୍କ୍ ଆସିଯିବ। ଆପଣ ଡାଉନଲୋଡ୍ ଡାଟା ଉପରେ କ୍ଲିକ୍ କରି ଡାଉନଲୋଡ୍କୁ ପୂରା କରି ପାରିବେ। ଏବେ ଆକାଉଣ୍ଟକୁ ଡିଲେଟ୍ କିମ୍ବା ଡିଆକ୍ଟିଭେଟ୍ କରିବା ପାଇଁ ନିଜ ଆକାଉଣ୍ଟକୁ ଲ୍ୟାପ୍ଟପ କିମ୍ବା ମୋବାଇଲ ବ୍ରାଉଜରରେ ଓପନ କରିବାକୁ ହେବ। ଏହାପରେ ଆପଣଙ୍କୁ ଆକାଉଣ୍ଟ ଡିଲେଟ୍ ପେଜ୍କୁ ଯିବାକୁ ହେବ। ଏଠାରେ dropdown menuରୁ ଆକାଉଣ୍ଟ ଡିଲେଟ୍ କରିବାର କାରଣ ସିଲେକ୍ଟ କରନ୍ତୁ।
ଏହାପରେ ପୁଣିଥରେ ନିଜ ପାସଓ୍ଵାର୍ଡ ଦେଇ ଡିଲେଟ୍ ବଟନ ଉପରେ କ୍ଲିକ୍ କରନ୍ତୁ। ଏଥିପାଇଁ ୩୦ ଦିନର ଟାଇମ୍ ମିଳିବ। ଏହାପରେ ଆପଣଙ୍କ ଡାଟା ସବୁଦିନ ପାଇଁ ଡିଲେଟ୍ ହୋଇଯିବ। ଏହି ସମୟରେ ଆପଣ ଆକାଉଣ୍ଟକୁ ଏକ୍ସେସ୍ କରି ପାରିବେ ନାହିଁ। ଆକାଉଣ୍ଟ ଡିଆକ୍ଟିଭେଟ୍ କରିବା ପାଇଁ ଆପଣଙ୍କୁ Instagramର େଓ୍ଵବ୍ସାଇଟକୁ ଯାଇ ନିଜ ଆକାଉଣ୍ଟକୁ ଲଗ୍ଇନ କରିବାକୁ ହେବ। ଏହାପରେ ନିଜ ପ୍ରୋଫାଇଲ ପିକ୍ଚରକୁ ଯାଆନ୍ତୁ, ଏଠାରେ ଟପ୍ ରାଇଟ୍ରେ ଥିବା ଏଡିଟ୍ ପ୍ରୋଫାଇଲ ଉପରେ କ୍ଲିକ୍ କରନ୍ତୁ। ଏହାପରେ ଆପଣ ସ୍କ୍ରଲ ଡାଉନ କରି Temporarily disable my account ଅପଶନକୁ ସିଲେକ୍ଟ କରନ୍ତୁ। ପୁଣି ପାସ୍ଓ୍ଵାର୍ଡ ଦେଇ ଓକେ କରି ଦିଅନ୍ତୁ। ଆପଣଙ୍କ ଆକାଉଣ୍ଟ ଡିଆକ୍ଟିଭେଟ୍ ହୋଇଯିବ।