କୌଣସି କାଫେ କିମ୍ବା ଅନ୍ୟ କାହାକୁ ଖୋସମତି କରିବାର ନାହିଁ, ନିଜ ସ୍ମାର୍ଟଫୋନରେ ଏପରି ସହଜରେ କରନ୍ତୁ ଆଧାର ଡାଉନଲୋଡ୍‌

କଣ ଆପଣ ବି ନିଜ ସାଥିରେ ଆଧାର କାର୍ଡର କପି ରଖିବା ଭୁଲିଯାଉଛନ୍ତି। ଯଦି ଆପଣଙ୍କ ସାଥିରେ ଏପରି ବାରମ୍ବାର ହେଉଛି ତାହେଲେ ବ୍ୟସ୍ତ ହୁଅନ୍ତୁନି। କାହିଁକିନା ଏବେ ଆପଣ ନିଜ ସ୍ମାର୍ଟଫୋନ ଜରିଆରେ ନିଜ ଆଧାର କାର୍ଡକୁ ଡାଉନଲୋଡ୍‌ କରିପାରିବେ। ଆଜିକାଲି ସବୁ କ୍ଷେତ୍ରରେ ଆଧାରକାର୍ଡ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଗଲାଣି। ହଠାତ୍ କେତେବେଳେ କେଉଁଠି ଦରକାର ପଡ଼ିଯିବ ଏଥିପାଇଁ ପାଖରେ ଆଧାରକାର୍ଡ ଥିବା ନିହାତି ଦରକାର। ହେଲେ ସବୁବେଳେ ଆଧାରକାର୍ଡ ସାଙ୍ଗରେ ଧରି ବୁଲିବା ସମ୍ଭବ ହୁଏନି। ତେଣୁ ସମସ୍ୟାର ସମାଧାନ ପାଇଁ ଆପଣ ନିଜ ସ୍ମାର୍ଟଫୋନରେ ଆଧାରକାର୍ଡର ସଫ୍ଟ କପି ରଖିପାରିବେ। କରୋନା ମହାମାରୀ ସମୟରେ ୟୁଆଇଡିଏଆଇ ଲୋକମାନଙ୍କ ସୁବିଧା ପାଇଁ ଏହି ସର୍ଭିସକୁ ଆଣିଥିଲା। ଏହା ଜରିଆରେ ଆପଣ କେଉଁଠୁ ବି ନିଜ ସ୍ମାର୍ଟଫୋନ ଦ୍ୱାରା ଆଧାର କାର୍ଡ ଡାଉନଲୋଡ କରିପାରିବେ। ତାହେଲେ ଆସନ୍ତୁ ଜାଣିବା ଏହାକୁ ଡାଉନଲୋଡ କରିବାର ପ୍ରୋସେସ୍‌।

୧. ପ୍ରଥମେ UIDAI ଅଫିସିଆଲ୍ ୱେବ୍ସାଇଟ- https://uidai.gov.in/ କୁ ଯିବାକୁ ପଡ଼ିବ।
୨. ଏହାପରେ ଗେଟ୍ ଆଧାର କାର୍ଡ(Get Aadhaar) ବିଭାଗକୁ ଯାଇ ଡାଉନ୍ଲୋଡ ଆଧାର ଅଫସନ ପରେ କ୍ଲିକ୍ କରନ୍ତୁ।
୩. ଏହାପରେ ଯେଉଁ ପେଜ୍ ଖୋଲିବ ସେଥିରେ ନିଜର ଆଧାର ନମ୍ବର ଓ ପେଜର ତଳେ ଥିବା ସିକ୍ୟୁରିଟି କୋଡ୍ ଦିଅନ୍ତୁ।
୪.ଏହାପରେ ସେଣ୍ଡ ଓଟିପି ଅପସନ ଉପରେ କ୍ଲିକ୍ କରନ୍ତୁ। ଏହାପରେ ଆପଣଙ୍କ ପଞ୍ଜିକୃତ ମୋବାଇଲ୍କୁ ଏକ ଓଟିପି ଆସିବ।
୫. ଓଟିପି ଦେଇ ‘Verify and download’ ଅପସନ ଉପରେ କ୍ଲିକ୍ କରନ୍ତୁ।
୬. ଡିଟେଲ୍ସ ଭେରିଫାଏ ହେବା ପରେ ଆପଣ ନିଜ ଆଧାରକାର୍ଡର ପିଡିଏପ୍ ଡାଉନ୍ଲୋଡ କରିପାରିବେ।
୭. ତେବେ ଏହି ପିଡିଏଫ୍କୁ ଖୋଲିବାକୁ ହେଲେ ପାସ୍ୱାର୍ଡ ଦେବାକୁ ପଡ଼ିବ। ୮ଟି କ୍ୟାରେକ୍ଟର ଦେଇ ପାସ୍ୱାର୍ଡ ଦେବେ ଓ ଆଧାରାକାର୍ଡ ଡାଉନଲୋଡ କରିପାରିବେ।

ଥରେ ଯେତେବେଳେ ଆପଣ ଇ-ଆଧାର କାର୍ଡକୁ ଅନଲକ୍‌ କରିନେବେ ତାପରେ ଏହାକୁ ଡାଉନଲୋଡ ଫୋଲ୍ଡରରେ ରଖିପାରିବେ ନଚେତ ଭବିଷ୍ୟତରେ ଉପଯୋଗ କରିବାକୁ ଏହାକୁ ନିଜ ଇମେଲରେ ବି ରଖିପାରିବେ। ତେବେ ଏହାପରେ ବି ଯଦି ଆଧାର ଡାଉନଲୋଡ କରିବାରେ ଆପଣଙ୍କୁ କୌଣସି ପ୍ରକାର ସମସ୍ୟା ହେଉଛି ତାହେଳେ ଆପଣ ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ ବା ୟୁଆଇଡିଏଆଇର କଷ୍ଟମର କେୟାର ନମ୍ବର ୧୯୪୭କୁ କଲ୍‌ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.