Categories: ଟେକ୍

WhatsAppରେ ଅନ୍ୟମାନଙ୍କ Status ଡାଉନ୍‌ଲୋଡ୍‌ କରିବା ଏବେ ହେଲା ସହଜ, ଜାଣନ୍ତୁ ସରଳ ଉପାୟ

WhatsApp ଷ୍ଟାଟସରେ ଷ୍ଟୋରୀ ଦେବା ଫିଚର ୨୦୧୭ ମସିହାରୁ ଆରମ୍ଭ କରିଛି। ଏହି ଫିଚର ଆସିବା ପରେ ବ୍ୟବହାରକାରୀ ଷ୍ଟାଟସରେ ନିଜର ଓ ପ୍ରିୟଜନଙ୍କ ଫଟୋ ଏବଂ ଭିଡିଓ ଅପ୍‌ଲୋଡ୍‌ କରୁଛନ୍ତି। ଏହା କେବଳ ୨୪ ଘଣ୍ଟା ପର୍ଯ୍ୟନ୍ତ ଆପଣଙ୍କ ଷ୍ଟୋରୀରେ ଦୃଶ୍ୟମାନ ହେବ। ୨୪ ଘଣ୍ଟା ପରେ ଏହା ଆପେ ଆପେ କଟିଯିବ। ତେବେ ବେଳେବେଳେ ଆମକୁ ଆମ କଣ୍ଟାକ୍ଟରେ ଥିବା କିଛି ଲୋକଙ୍କ ଷ୍ଟାଟସ ଖୁବ୍‌ ପସନ୍ଦ ଆସିଥାଏ, ମାତ୍ର ଏହାକୁ ସେଭ୍‌ କରିବା ପାଇଁ କୌଣସି ଉପାୟ ଜଣାନଥିବାରୁ ଆମେ ଏହାର ସ୍କ୍ରିନ୍‌ ସର୍ଟ ନେଇଥାଉ। ପରେ କ୍ରପ କରି ନିଜ ଷ୍ଟାଟସ ରଖିଥାଉ। କିନ୍ତୁ ଆପଣ ଜାଣିଛନ୍ତି କି ଆପଣ ଅନ୍ୟମାନଙ୍କ ଷ୍ଟାଟସକୁ ଡାଉନ୍‌ଲୋଡ୍‌ ମଧ୍ୟ କରିପାରିବେ। ଦୁଇଟି ମାଧ୍ୟମ ଜରିଆରେ ଆପଣ ଏହା କରିପାରିବେ। ପ୍ରଥମଟି ଫାଇଲ୍‌ ମ୍ୟାନେଜରରୁ ଓ ଅନ୍ୟଟି ଥାର୍ଡପାର୍ଟି ଆପ୍‌ ସାହାଯ୍ୟରେ।

୧.ଫାଇଲ୍‌ ମ୍ୟାନେଜରରୁ କରନ୍ତୁ ଏମିତି ଡାଉନ୍‌ଲୋଡ୍‌:

  • ପ୍ରଥମେ WhatsApp ଖୋଲି ଯେଉଁ ଷ୍ଟାଟସ ଲୋଡ୍‌ କରିବାକୁ ଚାହୁଁଛନ୍ତି ତାହାକୁ ଦେଖନ୍ତୁ। ଏବେ WhatsApp ବନ୍ଦ କରିଦିଅନ୍ତୁ।
  • ବର୍ତ୍ତମାନ ଫାଇଲ୍‌ ମ୍ୟାନେଜରକୁ ଯାଆନ୍ତୁ।
  • ଏବେ WhatsApp ସିଲେକ୍ଟ କରନ୍ତୁ। ଏଥିରେ ଆପଣଙ୍କୁ ମିଡିଆ ଅପସନ୍‌ ମିଳିବ, ତାହାକୁ ଚୟନ କରନ୍ତୁ।
  • ବର୍ତ୍ତମାନ ସେଥିରେ Statuses ଅପସନ୍‌କୁ ସିଲେକ୍ଟ କରନ୍ତୁ। ଆପଣଙ୍କ ସ୍କ୍ରିନ୍‌ରେ ହ୍ଵାଟ୍ସଆପ୍‌ର ସମସ୍ତ ସିନ୍‌ କରାଯାଇଥିବା ଷ୍ଟାଟସର ଫଟୋ ଓ ଭିଡିଓ ଶୋ କରିବ।
  • ଏଥିରୁ ଆପଣଙ୍କ ପସନ୍ଦର ଫଟୋକୁ କପି କରି ଅନ୍ୟତ୍ର ପେଷ୍ଟ କରିଦିଅନ୍ତୁ। ଫଟୋଟି ଡାଉନ୍‌ଲୋଡ୍‌ ହୋଇଯିବ।

ଏହାସହ ପଢନ୍ତୁ: ସଙ୍ଗୀତ ପ୍ରେମୀଙ୍କ ପାଇଁ ଖୁସି ଖବର, ଭାରତରେ ଲଞ୍ଚ୍‌ ହେଲା ୫୦ ଓ୍ଵାଟ୍‌ର ଟ୍ରଲି ସ୍ପିକର

୨.ଥାର୍ଡ ପାର୍ଟି ଆପ୍‌ ମାଧ୍ୟମରେ ଏମିତି କରନ୍ତୁ ଡାଉନ୍‌ଲୋଡ୍‌:

ପ୍ଲୋ-ଷ୍ଟୋରରେ ଏମିତି ଅନେକ ଥାର୍ଡ ପାର୍ଟି ଆପ୍‌ ରହିଛନ୍ତି, ଯାହାର ନିର୍ମାଣ ହ୍ଵାଟ୍ସଆପ୍‌ ଷ୍ଟାଟସ୍‌ ଡାଉନ୍‌ଲୋଡ୍‌ କରିବା ପାଇଁ କରାଯାଇଛି। ତେବେ ଏଥିରେ ସବୁଠାରୁ ଲୋକପ୍ରିୟ ଆପ୍‌ ହେଉଛି Status Saver। ଏହି ଆପ୍‌କୁ ଡାଉନ୍‌ଲୋଡ୍‌ କରିବା ପରେ ଏଥିରେ ଆପେ ଆପେ ସମସ୍ତ ଫାଇଲ୍‌ ଦେଖିବାକୁ ମିଳିବ। ସେଭ୍‌ ବଟନ ଟ୍ୟାପ୍‌ କରି ଆପଣ ଷ୍ଟାଟସକୁ ସେଭ୍‌ କରିପାରିବେ।

WCW 11

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

8 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

23 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

38 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

48 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

59 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago