ଡିଜିଟାଲ୍ ରାସନ୍ କାର୍ଡ କିପରି କରିବେ ଡାଉନଲୋଡ୍, ଜାଣନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ସ

ରାସନ କାର୍ଡ ହେଉଛି ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ, ଯାହା ସରକାରୀ ରାସନ ପାଇବା ପାଇଁ ଏବଂ ଏକ ପରିଚୟ ପତ୍ର ଭାବରେ ବ୍ୟବହୃତ ହୁଏ । ଡିଜିଟାଲ ଇଣ୍ଡିଆ ପଦକ୍ଷେପ ଅଧୀନରେ ଜନସାଧାରଣ ଏହାର ସିଧାସଳଖ ଲାଭ ପାଇବା ଲକ୍ଷ୍ୟରେ ସରକାର ସମସ୍ତ ପ୍ରକାରର ଡାଟା ଅନଲାଇନରେ ଉପଲବ୍ଧ କରାଇବା ପାଇଁ ସଫଳ ପ୍ରୟାସ କରୁଛନ୍ତି । ଏହି ପରିପ୍ରେକ୍ଷୀରେ, ସରକାର ରାସନ କାର୍ଡକୁ ଡିଜିଟାଲ୍ ରୂପରେ ଉପଲବ୍ଧ କରାଇବାରେ ସଫଳ ହୋଇଛନ୍ତି ।
ଏଠାରେ ଆମେ ଡିଜିଟାଲ୍ ରାସନ୍ କାର୍ଡ ବିଷୟରେ ଆଲୋଚନା କରିବାକୁ ଯାଉଛୁ, ଆପଣଙ୍କୁ ଜଣାଇ ଦେଉଛୁ ଯେ ଦେଶରେ ‘‘ୱାନ୍ ନେସନ୍, ୱାନ୍ ରାସନ୍ କାର୍ଡ’’ ଯୋଜନା ଅଧୀନରେ, ଏହା ଖାଦ୍ୟ ସୁରକ୍ଷାରେ ସ୍ୱଚ୍ଛତା ଏବଂ ସୁବିଧା ସୁନିଶ୍ଚିତ କରେ ।
ଡିଜିଟାଲ୍ ରାସନ୍ କାର୍ଡ କ’ଣ?
ଡିଜିଟାଲ୍ ରାସନ୍ କାର୍ଡ ଏକ ଇଲେକ୍ଟ୍ରୋନିକ୍ କାର୍ଡ ଯାହା ପାରମ୍ପରିକ ରାସନ୍ କାର୍ଡର ଏକ ଡିଜିଟାଲ୍ ଭର୍ସନ । ଏହାକୁ ଡାଉନଲୋଡ୍ କରିବା ଦ୍ଵାରା ସାଧାରଣ ବଣ୍ଟନ ବ୍ୟବସ୍ଥା (PDS) ଅଧୀନରେ ଶସ୍ୟ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇବା ସହଜ ହୋଇଯାଏ । ଏଥି ସହ ଏହାକୁ ଅନଲାଇନରେ କିମ୍ବା Mera Ration 2.0 ଆପ୍ ମାଧ୍ୟମରେ ସହଜରେ ଡାଉନଲୋଡ୍ କରାଯାଇପାରିବ ।
Mera Ration 2.0 ଆପ୍ କ’ଣ?
ଏହା ଭାରତ ସରକାରଙ୍କ ଦ୍ବାରା ଲଞ୍ଚ କରାଯାଇଥିବା ଏକ ମୋବାଇଲ୍ ଆପ୍ । ଯାହା ରାସନ୍ କାର୍ଡ ହୋଲଡର୍ସମାନଙ୍କୁ PDS ସର୍ଭିସ ପର୍ଯ୍ୟନ୍ତ ସହଜ ଆକ୍ସେସ୍ ପ୍ରଦାନ କରିଥାଏ । ତେବେ ଆସନ୍ତୁ ଜାଣିବା ଆପଣ ଏହି ଆପ୍ ଜରିଆରେ କେଉଁ ସୁବିଧା ପାଇପାରିବେ ।
୧. ଡିଜିଟାଲ୍ ରାସନ କାର୍ଡ ଡାଉନଲୋଡ୍ କରିପାରିବେ ।
୨. ପରସନାଲ୍ ଇନଫରମେସନ୍ ଅପଡେଟ୍ କରିପାରିବେ ।
୩. ଆପଣ ଆପଣଙ୍କର ଖାଦ୍ୟ ଅଧିକାର ବିଷୟରେ ସୂଚନା ମଧ୍ୟ ପାଇପାରିବେ ।
୪. ଏଥି ସହ ଆପଣ ପରିବାର ସଦସ୍ୟଙ୍କୁ ଆଡ୍ କରିବା କିମ୍ବା ରିମୁଭ୍ କରିବା ଭଳି ସର୍ଭିସ୍ ପାଇପାରିବେ ।
କିପରି କରିବେ ରାସନ୍ କାର୍ଡ ଡାଉନଲୋଡ୍ :
୧. ପ୍ରଥମେ ଆପଣଙ୍କ ସ୍ମାର୍ଟଫୋନରେ Mera Ration 2.0 ଆପ୍ ଡାଉନଲୋଡ୍ କରନ୍ତୁ ।
୨. ଆପ୍ କୁ ଓପନ୍ କରନ୍ତୁ ।
୩. ଆପଣଙ୍କର ଆଧାର ନମ୍ବର ଏବଂ ସ୍କ୍ରିନ୍ ଉପରେ ଦେଖାଯାଉଥିବା କ୍ୟାପଚା କୋର୍ଡ ଏଣ୍ଟର କରନ୍ତୁ ।
୪. ‘‘Verify’’ ବଟନ୍ କ୍ଲିକ୍ କରନ୍ତୁ । ଆପଣଙ୍କ ରେଜିଷ୍ଟେଡ୍ ମୋବାଇଲ୍ ନମ୍ବରକୁ ଏକ OTP ପଠାଯିବ । ଏହା ପରେ –
୫. OTP କୁ ଏଣ୍ଟର କରନ୍ତୁ ଏବଂ ‘‘Verify’’ କରନ୍ତୁ ।
୬. ଯାଞ୍ଚ ପରେ, ଆପଣଙ୍କର ଡିଜିଟାଲ୍ ରାସନ୍ କାର୍ଡ ସ୍କ୍ରିନରେ ଦେଖାଯିବ । ପରେ ଏହାକୁ ଡାନଲୋଡ୍ କରନ୍ତୁ । ଶେଷରେ ଏହାକୁ ପ୍ରିଣ୍ଟ କରନ୍ତୁ କିମ୍ବା ସେଭ୍ କରନ୍ତୁ ।
ଏବେ ଜାଣିବା ଡିଜିଟାଲ୍ ରାସନ୍ କାର୍ଡର ଫାଇଦା ବିଷୟରେ :
୧. ଏହି କାର୍ଡକୁ ଆପଣ ଯେକୌଣସି ସ୍ଥାନରେ କିମ୍ବା ଯେକୌଣସି ସମୟରେ ବ୍ୟବହାର କରିପାରିବେ ।
୨. ଫିଜିକାଲ୍ କାର୍ଡ ହଜାଇଦେବାରେ କିଛି ଭୟ ନାହିଁ ।
୩. ଏହା ବିଶେଷ କରି ଟ୍ରାଭେଲର୍ସଙ୍କ ପାଇଁ ବେସ୍ ଲାଭଦାୟକ ହେବ ।
୪. ସମସ୍ତ ରେକର୍ଡ ଡିଜିଟାଲ୍ ହୋଇଥିବାରୁ ଫ୍ରଡର ସମ୍ଭାବନା କମ୍ ।
୫. ଏଥି ସହ ଖାଦ୍ୟ ବଣ୍ଟନ୍ ପ୍ରକ୍ରିୟାରେ ଉନ୍ନତି ହେବ ।
ଆପଣଙ୍କ e-ration card କିପରି Verify କରିବେ :
ଯଦି ଆପଣ e-ration card ର ଇନଫରମେସନ୍ ଚେକ୍ କରିବାକୁ ଚାହାଁନ୍ତି, ତେବେ ଆପଣଙ୍କ ରାଜ୍ୟର ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗର ସରକାରୀ ୱେବସାଇଟ୍ ଭିଜିଟ୍ କରନ୍ତୁ ଏବଂ ଆପଣ ଶେଷରେ ରାସନ କାର୍ଡ ଷ୍ଟାଟସ୍ ଏବଂ ରିଲେଟେଡ୍ ଇନଫରମେସନ୍ ଭେରିଫାଏ କରିପାରିବେ ।