ଲକଡାଉନ ସମୟରେ ଯଦି ଖରାପ ହୋଇଗଲା DTH, ତାହେଲେ ଜାଣନ୍ତୁ କାହାର ନେବେ ସାହାଯ୍ୟ

କାରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଦେଶରେ ୨୧ ଦିନର ଲକଡାଉନ ଜାରି ରହିଛି। ଲକଡାଉନରେ ଲୋକଙ୍କୁ ବାହାରକୁ ନ ବାହାରୀ ଘରେ ରହିବାକୁ ପ୍ରଧାନମନ୍ତ୍ରୀ ଲୋକଙ୍କୁ ଅନୁରୋଧ କରିଛନ୍ତି। ଘରେ ବସି ଲୋକମାନେ କାମ କରିବା ସହିତ ଟିଭି ଦେଖି ନିଜର ସମୟ ଅତିବାହିତ କରୁଛନ୍ତି। ଟେଲିଭିଜନ ହେଉଛି ମନୋରଞ୍ଜନର ପ୍ରଥମ ସାଧନ। ଏଥିପାଇଁ ଲକଡାଉନରେ ଟିଭି ଦର୍ଶକଙ୍କ ସଂଖ୍ୟା ଅଧିକ ବଢିଯାଇଛି।

ଭାରତରେ ମୁଖ୍ୟ ରୂପରେ ଏୟାରଟେଲ ଡିଟିଏଚ, ଡିସ ଟିଭି, ଟାଟା ସ୍କାଏର ଡିଟିଏଚ ସେବା ବ୍ୟବହାର ହୋଇଥାଏ। ସେହିପରି ଯଦି ଏହି ଲକଡାଉନରେ ଆପଣଙ୍କ ଡିଟିଏଚ ଖରାପ ହୋଇଯାଏ ଭାବନ୍ତୁ ତ ସେତେବେଳେ କଣ ହେବ। ଏହି ସମୟରେ ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ତାହେଲେ ଆସନ୍ତୁ ଜାଣିବା ଏମିତି ପରିସ୍ଥିତିରେ ଆପଣଙ୍କୁ କଣ କରିବା ଉଚିତ।

ଆଜିର ସମୟରେ ଅଧିକାଂଶ ଲୋକଙ୍କ ଘରେ ଆପଣଙ୍କୁ dthର ଆଣ୍ଟିନା ଦେଖିବାକୁ ମିଳିଥାଏ। କିନ୍ତୁ ଏମିତି ମଧ୍ୟ ଘର ରହିଛି ଯେଉଁଠି ଆଜିବି କେବୁଲ ଟିଭି ସର୍ଭିସର ବ୍ୟବହାର କରୁଛନ୍ତି। ଏମିତିରେ ସେମାନଙ୍କୁ ବହୁତ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଏଥିପାଇଁ ଲୋକେ DTH ସର୍ଭିସ ନେବାକୁ ପସନ୍ଦ କରୁଛନ୍ତି।

ଯଦି ସେହି DTH କାମ କରିବ ନାହିଁ ତେବେ ଆପଣ କଣ କରିବେ ଜାଣନ୍ତୁ

dish tv

  • ଯଦି ଆପଣଙ୍କ ଡିଟିଏଚ କାମ କରୁନାହିଁ ତେବେ ଆପଣ ସର୍ବପ୍ରଥମେ ସେହି କମ୍ପାନୀର କଷ୍ଟମର କେୟାର ସେଣ୍ଟରକୁ କଲ କରିବା ଉଚିତ। ସମସ୍ତ କମ୍ପାନୀ ନିଜ ଗ୍ରାହକଙ୍କୁ ଡିଟିଏଚ ଇନଷ୍ଟଲ କରିବା ସମୟରେ ଏକ ବୁକଲେଟ ମିଳିଥାଏ। ସେହି ବୁକଲେଟରେ କମ୍ପାନୀର କଷ୍ଟମର କେୟାର ନମ୍ବର ଦିଆଯାଇଥାଏ। ଯଦି ଆପଣ ବୁକଲେଟ ହଜାଇ ଦେଇଛନ୍ତି ତେବେ ଆପଣ କମ୍ପାନୀର ୱେବସାଇଟକୁ ଯାଇ ମଧ୍ୟ ନମ୍ବର ନେଇପାରିବେ।
  • ଏହାଛଡା ଆପଣ କମ୍ପାନୀକୁ ଦେଇଥିବା ମେଲ ଆଇଡିରେ ମେଲ ପଠାଇ ନିଜର ଅଭିଯୋଗ କରିପାରିବେ। ସେହିପରି କିଛି କମ୍ପାନୀଙ୍କ ଦ୍ଵାରା ଅଭିଯୋଗର ଏସଏମଏସ ନମ୍ବର ମଧ୍ୟ ଦିଆଯାଇଥାଏ। ଆପଣ ମେସେଜ ଦେଇ ମଧ୍ୟ ନିଜର ଅଭିଯୋଗ କରିପାରିବେ।
  • ଆଜିକାଲି କମ୍ପାନୀ ଗୁଡିକ ସୋସିଆଲ ମିଡ଼ିଆରେ ଅଧିକ ଆକ୍ଟିଭ ରହୁଛନ୍ତି। ଆପଣ କମ୍ପାନୀର ସୋସିଆଲ ମିଡ଼ିଆ ପେଜ ଯଥା ଫେସବୁକ, ଟ୍ଵିଟରକୁ ଫଲୋ କରିପାରିବେ।
  • ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଲକଡାଉନ ସମୟରେ ବି ଆପଣ ଆପଣଙ୍କ ଅଭିଯୋଗ କମ୍ପାନୀକୁ ଦେଇପାରିବେ। କିନ୍ତୁ ଏହାର ସମାଧାନ ଲାକଡାଉନ ଶେଷ ପରେ ହିଁ ହୋଇପାରିବ। କାହିଁକିନା ଏହି ସମୟରେ କାହାକୁ ବି ବାହାରକୁ ନ ନାହାରିବାକୁ କୁହାଯାଇଛି।

ଏହି ନମ୍ବରରେ କରିପାରିବେ ସମ୍ପର୍କ

ଏୟାରଟେଲ କଷ୍ଟମର କେୟାର ନମ୍ବର – 1800-103-6065 କିମ୍ବା [email protected]ରେ ଅଭିଯୋଗ କରିପାରିବେ।
ଡିସ ଟିଭି କଷ୍ଟମର କେୟାର ନମ୍ବର – 95017-95017
ଟାଟା ସ୍କାଏ କଷ୍ଟମର କେୟାର ନମ୍ବର – 1800 208 6633 (Toll free),1860 208 6633, 1860 120 6633, 1860 500 6633

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.