ଶସ୍ତାରେ ପେଟ୍ରୋଲ ଭରି ପାଆନ୍ତୁ କ୍ୟାସବ୍ୟାକ, ମାନନ୍ତୁ ୟୁପିଆଇର ଏହି ସହଜ ତରିକା

ଆଜିର ସମୟରେ ତେଲ ଦର ବୃଦ୍ଧି ଲୋକଙ୍କର ଏକ ବଡ଼ ସମସ୍ୟା ହେଲାଣି। ଏମିତିରେ ସବୁ କିଛି ମଧ୍ୟ ମହଙ୍ଗା। ଖାସ କରି ପେଟ୍ରୋଲ ଓ ଡିଜେଲ ଦରକୁ ନେଇ ଲୋକ ଚିନ୍ତାରେ ପଡ଼ିଲେଣି। କମ ଦାମରେ ଏବେ ପେଟ୍ରୋଲ ମିିଳିବା ସ୍ୱପ୍ନ। ସବୁ ଦିନ ଲୋକଙ୍କର ନଜର ଏବେ ତେଲ ଦର ଉପରେ ରହୁଛି।

ଯୁଦ୍ଧରେ ପ୍ରଭାବ ଏବେ ସବୁ ଦେଶରେ ଅଳ୍ପବହୁତ ପଡ଼ୁଛି। ପେଟ୍ରୋଲ ଦର ଏବେ ଆକାଶଛୁଆଁ ହେଲାଣି। ପାଖାପାଖି ଅଧିକାଂଶ ସ୍ଥାନରେ ଏହାର ଦାମ ଏବେ ୧୦୦ ଟଙ୍କା ଉପରେ। ପ୍ରତିଦିନ ଏହି ଦରଦାମ ଉଣାଅଧିକେ ମାତ୍ରାରେ ରୁହେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଅଫର ସମ୍ପର୍କରେ କହିବୁ। ଯାହାକୁ ମାନିଲେ ଆପଣ ଗାଡ଼ିରେ ତେଲ ପକାଇବା ସହିତ ଏକ ବଡ଼ ରକମର କ୍ୟାସବ୍ୟାକ ମଧ୍ୟ ପାଇପାରିବେ।

ଏବେ ତ ସବୁଆଡେ ଡିଜିଟାଲ ପେମେଣ୍ଟ ଯୁଗ। କେହି ବି ପକେଟରେ କ୍ୟାସ ଧରି ବୁଲୁନାହାନ୍ତି। ଯାହା ଗୋଟିଏ ଦୃଷ୍ଟିରୁ ସେଫ୍ଟି ମଧ୍ୟ। ଏମିତିରେ ସବୁ ସପ୍‌ ମାନେ ଦୋକାନ କିମ୍ବା ଯେକୌଣସି ସ୍ଥାନକୁ ଯାଆନ୍ତୁ ଡିଜିଟାଲ ପେମେଣ୍ଟ ସେବା ନିହାତି ଭାବେ ଥିବ। ଏବେ ୟୁପିଆଇ ପେମେଣ୍ଟ ମାଧ୍ୟରେ ଆପଣ ପେଟ୍ରୋଲ ଭରିବା ପରେ ବଡ଼ ରକମର କ୍ୟାସବ୍ୟାକ ପାଇବେ। ଯାହାର ମାଧ୍ୟମ ହୋଇଛି ପେଟିଏମ୍‌।

ଯଦି ଆପଣ ପେଟ୍ରୋଲ ପମ୍ପରେ ପ୍ରାଇସ୍‌ ଦେବା ପାଇଁ କାର୍ଡ କିମ୍ବା କ୍ୟାସର ବ୍ୟବହାର କରୁଛନ୍ତି ତେବେ ଆପଣ ଏହି ସୁବିଧାର ଲାଭ ଉଠାଇପାରିବେ ନାହିଁ। କିନ୍ତୁ ଯଦି ଆପଣ ଡିଜିଟାଲ ମାନେ ପେଟିଏମ ରୁ ପେମେଣ୍ଟ କରୁଛନ୍ତି ତେବେ କ୍ୟାସବ୍ୟାକ ପାଇବେ। ଏଥିପାଇଁ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡର ପେଟ୍ରୋଲ ପମ୍ପରୁ ପେଟିଏମ୍‌ ଜରିଆରେ ପେମେଣ୍ଟ କରିବାକୁ ହେବ। ଭୁଗତାନ ପରେ ୫% କ୍ୟାସବ୍ୟାକ ମିଳିବ। ଏଥିପାଇଁ ଆପଣଙ୍କୁ ୧୦୦ ଟଙ୍କା କିମ୍ବା ତାଠାରୁ ଅଧିକ ଦାମରେ ତେଲ ପକାଇବାକୁ ହେବ। କ୍ୟାସବ୍ୟାକ ଗୋଟିଏ ମାସରେ ପ୍ରତିଟି ଗ୍ରାହକ ମାତ୍ର ୪ ଥର ପାଇପାରିବେ।

ଏହି ଅଫରରେ ଅଧିକତର ଭାବେ କ୍ୟାସବ୍ୟାକ ୨୫ ଟଙ୍କା ମିଳିବ। ଏହି କ୍ୟାସବ୍ୟାକ ୪୮ ଘଣ୍ଟା ଓ୍ଵାର୍କିଂ ଆଓ୍ଵାର୍ସରେ ଟ୍ରାନ୍ସଫର ହେବ। ତେବେ ଏହା କେବଳ IOCL ପେଟ୍ରୋଲ ପମ୍ପରେ ଲାଗୁ କରାଯାଇଛି। ଯାହାକି ମାତ୍ର ୩ ମାସ ପାଇଁ ଲାଗୁ ହେବ। ତେବେ କ୍ୟୁଆର କୋଡ ମାଧ୍ୟମରେ ଏହା ହେବ। ଏଥିରେ ଗ୍ରାହକଙ୍କୁ ଏକ୍ସଟ୍ରା ରିଓ୍ଵାଡର୍ସ ମଧ୍ୟ ମିଳିବ। ମାନେ ନିୟମ ଅନୁଯାୟୀ ଗ୍ରାହକଙ୍କୁ ୦.୭୫% ଡିଜିଟାଲ ଇନସେଟିଭ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.