ଭାରତରେ କିପରି ପାଇବେ ଫେସବୁକ ଏବଂ ଇନ୍‌ଷ୍ଟାଗ୍ରାମ ଭେରିଫାଏଡ ବ୍ଲୁ ବେଜ୍‌

ଫେସବୁକ ଏବଂ ଇନ୍‌ଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ମେଟା ଅଧିନରେ ଆସିଥାନ୍ତି । ତେବେ ମେଟା ଭେରିଫାଏଡ ସବସ୍କି୍ରପସନ ସର୍ଭିସ ବର୍ତ୍ତମାନ ଭାରତରେ ଉପଲବ୍ଧ ହୋଇଛି । ଫେସବୁକ ଏବଂ ଇନଷ୍ଟାଗ୍ରାମରେ ଏହି ଭେରିଫିକେସନ ବେଜ୍‌ କିଣିବା ପାଇଁ ମାସିକ ଦେୟ ଦେବାକୁ ପଡ଼ିବ ।

ସୋସିଆଲ ମିଡିଆରେ ଫେସବୁକ ଏବଂ ଇନ୍‌ଷ୍ଟାଗ୍ରାମ ହେଉଛି ଅଧିକ ଲୋକପ୍ରିୟ ପ୍ଲାଟଫର୍ମ । ବର୍ତ୍ତମାନ ସମୟରେ ପିଲା ଠୁ ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତଙ୍କର ଫେସବୁକ ଏବଂ ଇନ୍‌ଷ୍ଟାଗ୍ରାମରେ ଆକାଉଣ୍ଟ ରହିଛି । କିନ୍ତୁ କିଛି ଜଣଙ୍କ ନିକଟରେ ହିଁ ବ୍ଲୁ ବେଜ୍‌ ଥିବା ଦେଖାଯାଏ । ଏହି ବ୍ଲୁ ବେଜ୍‌ ଆପଣଙ୍କୁ ଅନ୍ୟ ସମସ୍ତଙ୍କ ଠାରୁ ଭିନ୍ନ କରେ । କିନ୍ତୁ ବର୍ତ୍ତମାନ ଆପଣ ମଧ୍ୟ ଏହି ବ୍ଲୁ ବେଜ୍‌ ପାଇ ପାରିବେ । ଫେସବୁକ ଏବଂ ଇନ୍‌ଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ମେଟା ଅଧିନରେ ଆସିଥାନ୍ତି । ତେବେ ମେଟା ଭେରିଫାଏଡ ସବସ୍କ୍ରିପସନ ସର୍ଭିସ ବର୍ତ୍ତମାନ ଭାରତରେ ଉପଲବ୍ଧ ହୋଇଛି । ଫେସବୁକ ଏବଂ ଇନଷ୍ଟାଗ୍ରାମରେ ଏହି ଭେରିଫିକେସନ ବେଜ୍‌ କିଣିବା ପାଇଁ ମାସିକ ଦେୟ ଦେବାକୁ ପଡ଼ିବ । ଏହି ଭେରିଫାଏଡ ସବସ୍କ୍ରିପସନ ସର୍ଭିସ ଦ୍ୱାରା କ୍ରିଏଟର୍ସ ମାନେ ଆଗକୁ ବଢି ପାରିବେ ଏବଂ ସେମାନଙ୍କୁ ଲୋକପ୍ରିୟ କରିବାରେ ସାହାଯ୍ୟ କରିବା ପାଇଁ ଏହି ସର୍ଭିସ ଡିଜାଇନ କରାଯାଇଛି । ସବସ୍କ୍ରିପସନ ସର୍ଭିସରେ ଏକ ଭେରିଫାଏଡ ବେଜ୍‌ ସାମିଲ କରାଯାଇଛି, ଯାହା ଆପଣଙ୍କ ଆକାଉଣ୍ଟକୁୁ ଲୋକପ୍ରିୟ କରିବାରେ ସାହାଯ୍ୟ କରିବ ।

ଭେରିଫାଏଡ ବେଜ୍‌ ପାଇଁ ଆପ୍ଲାଏ କରିବା ପୂର୍ବରୁ , ଆପଣଙ୍କ ଆକାଉଣ୍ଟ ଏଲିଜିବିଲିଟି ଚେକ ନିଶ୍ଚିତ କରନ୍ତୁ । ବ୍ଲୁ ଟିକ ପାଇବା ପାଇଁ ଆପଣଙ୍କ ଫେସବୁକ କିମ୍ବା ଇନଷ୍ଟାଗ୍ରାମ ଆକାଉଣ୍ଟ କିଛି କ୍ରାଇଟେରିଆକୁ ଅନୁସରଣ କରିବା ଜରୁରୀ । ତେବେ ଆସନ୍ତୁ ଜାଣିବା କଣ ରହିଛି ନିର୍ଦ୍ଦିଷ୍ଟ ନିୟମ ।

୧. ଆପଣ ନିଜ ଆକାଉଣ୍ଟ ଭେରିଫିକେସନ କରିବାକୁ ଚାହୁଁଥିଲେ, ଆପଣଙ୍କ ଆକାଉଣ୍ଟ ବ୍ୟବସାୟ ଦୃଷ୍ଟିରୁ ପଞ୍ଜିକୃତ କିମ୍ବା ଲୋକପ୍ରିୟ ଆକାଉଣ୍ଟ ହୋଇଥିବା ଆବଶ୍ୟକ । ପୂର୍ବରୁ ଏହି ସର୍ଭିସ କିଛି ଲୋକପ୍ରିୟ ବ୍ୟକ୍ତି କିମ୍ବା ସାମ୍ବାଦିକମାନଙ୍କ ପାଇଁ ହିଁ ଉପଲବ୍ଧ ଥିଲା । କିନ୍ତୁ ବର୍ତ୍ତମାନ ଯେକୌଣସି ବ୍ୟକ୍ତି ଏହି ବ୍ଲୁ ବେଜ୍‌ କିଣି ପାରିବେ ।
୨. ଆକାଉଣ୍ଟରେ ପ୍ରୋଫାଇଲ ଫଟୋ, ବାୟୋ ଏବଂ ଅତି କମରେ ଫିଡରେ ଗୋଟିଏ ପୋଷ୍ଟ ରହିଥିବା ଆବଶ୍ୟକ । ଭେରିଫିକେସନ ପାଇଁ ରିକ୍ୱେଷ୍ଟ କରିବା ସମୟରେ ଆକାଉଣ୍ଟ ବ୍ୟବହାର କରିବା ଜରୁରୀ ।
୩. ଏହି ସର୍ଭିସରେ ଆପ୍ଲାଏ କରିବା ପାଇଁ ଆପଣ ୧୮ ବର୍ଷ କିମ୍ବା ତାହା ଠାରୁ ଅଧିକ ହୋଇଥିବା ଆବଶ୍ୟକ ।
୪. ଆପଣ ପୂର୍ବରୁ ପୋଷ୍ଟ କରିଥିବା ହିଷ୍ଟ୍ରି ପ୍ରୁଫ ନିଶ୍ଚିତ ଭାବେ ଦେଖାଇବେ ।
୫. ଏକ ସରକାରୀ ଆଇଡି ଦ୍ୱାରା ନିଜର ପରିଚୟ ଦେବାକୁ ହେବ । ଆପଣ ଦେଇଥିବା ଆଇଡି ରେ ଆପଣଙ୍କ ନାଁ ଏବଂ ଫଟୋ ମିଶୁଥିବା ଜରୁରୀ ।
୬. ଏହି ପ୍ରକ୍ରିୟା ଶେଷ କରିବା ପାଇଁ କିଛି ୟୁଜର୍ସ ଛୋଟ ସେଲଫି ଭିଡିଓ କରିବା ଜରୁରୀ ହୋଇଥାଏ ।

ଏହି ପ୍ରକ୍ରିୟା ଶେଷ ହେବା ପରେ ଆପଣଙ୍କ ଫେସବୁକ କିମ୍ବା ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ନୀଳ ଟିକ ବା ବ୍ଲୁ ବେଜ୍‌ ଦେଖି ପାରିବେ । ଏହି ବ୍ଲୁ ବେଜ୍‌ ଦ୍ୱାରା ଆପଣଙ୍କ ଆକାଉଣ୍ଟ ସ୍କାମ ନୁହେଁ ବୋଲି ଜଣା ପଡ଼ିଥାଏ । ବର୍ତ୍ତମାନ ଏହି ବ୍ଲୁ ବେଜ୍‌ ପେମେଣ୍ଟ ସର୍ଭିସ ଭାରତୀୟଙ୍କ ନିକଟରେ ପହଞ୍ଚିଛି । ଯେକୌଣସି ୟୁଜର୍ସ ଏହି ସର୍ଭିସ ପାଇବାକୁ ଚାହୁଁଥିଲେ ବେଜ୍‌ ପାଇଁ ପେମେଣ୍ଟ ଦେବାକୁ ପଡ଼ିବ । ଏହି ସର୍ଭିସରେ ଏକ େଓ୍ଵବ ପେମେଣ୍ଟ ଅପ୍ସନ ରହିବ । ଆପଣ ଏହି ସୁବିଧା ପାଇବାକୁ ଚାହୁଁଥିଲେ ପ୍ରତି ମାସରେ ୭.୨୬ ଡଲାର ଅର୍ଥାତ ୫୯୯ ଟଙ୍କାର ପେମେଣ୍ଟ କରିବେ । ଭାରତରେ ଆଣ୍ଡ୍ରଏଡ ଏବଂ ଆଇଓଏସ ପେମେଣ୍ଟ ସର୍ଭିସ ୮.୪୮ ଡଲାର ଅର୍ଥାତ ୬୯୯ ଟଙ୍କାରେ ଉପଲବ୍ଧ ହେବ ।

ତେବେ ଭେରିଫିକେସନ ପାଇଁ ଆପଣ କିପରି ଆବେଦନ କରିବେ ତାହା ଜାଣି ରଖନ୍ତୁ । ଆପଣଙ୍କ ଆକାଉଣ୍ଟ ଏଲିଜିବିଟି ଚେକ୍‌ ପରେ, ଆପଣ ଭେରିଫିକେସନ ପାଇଁ କିଛି ଷ୍ଟେପ ଗୁଡ଼ିକ ଫୋଲୋ କରିବେ ।

୧. ଆପଣ ଇନଷ୍ଟାଗ୍ରାମ ଏବଂ ଫେସବୁକ ପ୍ରୋଫାଇଲକୁ ଯାଇ ଉପର ଡାହାଣ କୋଣରେ ଥିବା ତିନୋଟି ହରାଇଜଣ୍ଟାଲ ଲାଇନରେ କ୍ଲିକ କରନ୍ତୁ ।
୨. ସେଟିଙ୍ଗକୁ ସିଲେକ୍ଟ କରିବା ପରେ ନିଜ ଆକାଉଣ୍ଟକୁ ଯାଇ ଭେରିଫିକେସନ ପାଇଁ ରିକ୍ୱେଷ୍ଟ କରନ୍ତୁ ।
୩.ନାଁ ଏଣ୍ଟି୍ର ପରେ ଆବଶ୍ୟକ ପରିଚୟପତ୍ର ଦିଅନ୍ତୁ, ଯେପରିକି କୌଣସି ସରକାରୀ ଡକ୍ୟୁମେଣ୍ଟସ୍‌ କିମ୍ବା ଟ୍ୟାକ୍ସ ସମ୍ବନ୍ଧୀୟ ପରିଚୟ ପତ୍ର ଦାଖଲ କରିବେ ।
୪. ଆପ୍ଲିକେସନ ଶେଷ କରିବା ପରେ ସେଣ୍ଡ ଅପ୍ସନ ଉପରେ କ୍ଲିକ କରନ୍ତୁ ।
ମେଟା ଆପଣଙ୍କ ରିକ୍ୱେଷ୍ଟ ରିଭିଉ କରିବା ପରେ ଏହା ଆପଣଙ୍କ ଆକାଉଣ୍ଟ ଭେରିଫାଏ ହେଲା କି ନାହିଁ ତାହା ଦେଖାଇବ । ତେବେ ମେଟାର ଏହି ସର୍ଭିସକୁ ନେଇ ଅନେକ ଲୋକ ଉତ୍ସାହିତ ଅଛନ୍ତି ।

Leave A Reply

Your email address will not be published.