ମାଗଣା ଓ ବିନା ଡକ୍ୟୁମେଣ୍ଟରେ ଏବେ ପାଆନ୍ତୁ ନିଜ ଇନଷ୍ଟାଣ୍ଟ ପାନ କାର୍ଡ, ଜାଣନ୍ତୁ ଷ୍ଟେପ

ପାନ କାର୍ଡକୁ ନେଇ ଆସିଛି ଏକ ବଡ଼ ଖୁସି ଖବର। ଭାରତ ସରକାରଙ୍କ ଦ୍ୱାରା ଜାରୀ କରାଯାଉଥିବା ଏହି କାର୍ଡକୁ କରିବା ପାଇଁ ଆପଣଙ୍କୁ ଏବେ ବେଶି ପରିଶ୍ରମ କରିବାକୁ ପଡିବ ନାହିଁ। ଏଥିପାଇଁ କେବଳ ଆପଣଙ୍କର ଆଧାର ନମ୍ବର ଦରକାର ପଡ଼ିବ । ମାନେ ଏବେ ଆପଣ ଆଧାର ନମ୍ବର ଦେଖାଇ ଖୁବ ସହଜରେ ନିଜର ଇନଷ୍ଟାଣ୍ଟ ପାନ କାର୍ଡ ପାଇପାରିବେ।

ପାନକାର୍ଡର ଗୁରୁତ୍ୱ ଆପଣମାନଙ୍କୁ ଖୁବ ଭଲ ଭାବେ ଜଣା। ଏହା ଆଧାରକାର୍ଡ ଭଳି ଏକ ଜରୁରୀ କାର୍ଡ, ଯାହା ଅବିକଳ ATM କାର୍ଡ ଭଳି ଦେଖାଯାଏ। ଏଥିରେ ୧୦ଟି ଆଲ୍ଫାନ୍ୟୁମେରିକ ନମ୍ବର ରହିିଥାଏ, ଯାହାକୁ permanent account number କୁହାଯାଏ । ଏହାର ବ୍ୟବହାର ଆପଣ କେବଳ ଜରୁରୀ କାମ ପାଇଁ କରିଥାନ୍ତି। ଏବେ କୌଣସି ପରିସ୍ଥିତିରେ ଯଦି ପାନ କାର୍ଡକୁ ନେଇ ଆପଣଙ୍କ ପାଖରେ ସମସ୍ୟା ଦେଖଯାଉଛି, ତେବେ ଆଉ ଚିନ୍ତା କରନ୍ତୁ ନାହିଁ। ସରକାର ଏଥିପାଇଁ ଇନଷ୍ଟାଣ୍ଟ ସଲ୍ୟୁସନ ବାହାର କରିଛନ୍ତି।

ତତ୍କାଳ ପାନ କାର୍ଡ ଜାରୀ କରିବା ପାଇଁ ଏବେ କେବଳ ଆଧାର ଆଧାରିତ E-KYC ଫର୍ମ ଫିଲଅପ କରିବାକୁ ପଡିବ। ଏହାପରେ ଆପଣଙ୍କ ହାତ ମୁଠାରେ ପାଇବେ ନିଜର ପାନ କାର୍ଡ । ଯଦି ଆପଣଙ୍କୁ ଲମ୍ବା ଲାଇନ କରିବା ପସନ୍ଦ ନୁହେଁ କିମ୍ବା ସମୟର ଅଭାବ ରହିଛି ତେବେ ଏହି ଉପାୟରେ ଆପଣ ନିଜର ପାନ କାର୍ଡ ଆପ୍ଲାଏ କରି ପାରିବେ। ପରେ କମ ସମୟ ମଧ୍ୟରେ ନିଜର ନୂଆ permanent account number ନିଜ ହାତ ମୁଠାରେ ପାଇବେ। ଜାଣନ୍ତୁ ଏଥିପାଇଁ ପ୍ରଥମେ ଆପଣଙ୍କୁ କଣ କରିବାକୁ ପଡିବ।

– ପ୍ରଥମେ ନୂଆ ଇନକମ୍‌ ଟାକ୍ସ ପୋର୍ଟାଲ – www.incometax.gov.in କୁ ଯାଆନ୍ତୁ ।

– ଏଥିରେ ଥିବା Instant Pan ଅପସନ୍‌ ରେ କ୍ଳିକ କରନ୍ତୁ।

– ଏହାପରେ Get New E-PAN ଉପରେ କ୍ଲିକ କରନ୍ତୁ।

– କ୍ଲିକ କରିବା ପରେ ଆପଣଙ୍କୁ ଏବେ ନିଜ ଆଧାର ନମ୍ବର ଦେବାକୁ ପଡ଼ିବ। ନମ୍ବର ଦେବାପରେ ନିଜ ଚେକ୍‌ ବକ୍ସ ଚେକ କରିବାକୁ ଭୁଲିବେ ନାହିଁ।

– ଏହାପରେ ଆୟକର ବିଭାଗ ଆପଣଙ୍କ ଠାରୁ କିଛି ପଏଣ୍ଟସ୍‌ ଭେରିଫାଏ କରିବେ। ଏଥିପାଇଁ ସେ କିଛି ପ୍ରଶ୍ନ ପଚାରିବ। ଯାହାର ଉତ୍ତର ଆପଣଙ୍କୁ ସଠିକ ଭାବେ ଦବାକୁ ହେବ । ପ୍ରଶ୍ନ କିଛି ଏଭଳି ରହିବ..

ଆପଣଙ୍କ ଆକ୍ଟିଭ ଫୋନ ନମ୍ବର ଆଧାର ସହ ଲିଙ୍କ ଅଛି ନା ନାହିଁ। ଆପଣଙ୍କ ଜନ୍ମ ତାରିଖ ଆଧାରରେ ଉପଲବ୍ଧ ରହିଛି ନା ନାହିଁ। ଏଭଳି ୪ରୁ ୫ଟି ପ୍ରଶ୍ନ ରହିବ।

– ଏହାପରେ ଆପଣଙ୍କ ରେଜିଷ୍ଟ୍ରର ମୋବାଇଲ ନମ୍ବରରେ ଓ୍ଵାନ ଟାଇମ ପାସଓ୍ଵାର୍ଡ ବା ଓଟିପି ଯିବ। ଏହାପରେ ଆପଣଙ୍କର ୧୫ ଅଙ୍କ ବିଶିଷ୍ଟ ଏକ୍ନୋଲେଜମେଣ୍ଟ ନମ୍ବର ଜେନେରେଟ ହେବ।

– ଏହା ଜେନେରେଟ ହେବା ପରେ ପାନ କାର୍ଡର ଏକ କପି ଆପଣଙ୍କ ମେଲ-ଆଇଡିକୁ ଯିବ। ଯାହା ଆଧାର ସହ କନେକ୍ଟ ଥିବ।

ଶେଷରେ ଆପଣଙ୍କ ପାନ ଆପ୍ଲିକେସନ ଷ୍ଟାଟସକୁ ଟ୍ରାକ କରିବା ପାଇଁ ଏକ୍ନୋଲେଜମେଣ୍ଟ ନମ୍ବରର ଆବଶ୍ୟକତା ରହିଛି, ଏଥିପାଇଁ Instant PAN through Aadhaar ଉପରେ ପ୍ରଥମେ କ୍ଳିକ କରନ୍ତୁ। ପରେ Check Status Of PANକୁ ଯାଆନ୍ତୁ। ନିଜର ଆଧାର ନମ୍ବର ସବମିଟ୍‌ କରନ୍ତୁ। ପରେ ନିଜ ମୋବାଇଲ ନମ୍ବରରେ ଓଟିପି ଦେଇ ନିଜ ଇ –ପାନ କାର୍ଡ ପାଆନ୍ତୁ । ଏହାକୁ ଆପଣ ପିଡ଼ିଏଫ ଆକାରରେ ମଧ୍ୟ ପାଇବେ। ଆଶା କରୁଛୁ ପାନ କାର୍ଡକୁ ନେଇ ଏହି ନୂଆ ଖବର ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ଆପଣ ନିଜ ପାନ କାର୍ଡ ପାଇଁ ଚିନ୍ତା କରୁଛନ୍ତି ତେବେ ଘରେ ବସି ଏହିପରି ଭାବେ ନିଜର ଇ-ପାନକାର୍ଡ ପାଇପାରିବେ। ଏଥିପାଇଁ ଆପଣଙ୍କୁ କୌଣସି ଫିସ ଦେବାକୁ ପଡିବ ନାହିଁ କିମ୍ବା ଫର୍ମ ଫିଲଅପ କରିବାର ଆବଶ୍ୟକତା ନାହିଁ।

Leave A Reply

Your email address will not be published.