ଟୁଇଟର ର ନୂଆ ଡିଜାଇନ ପସନ୍ଦ ଆସୁନାହିଁ କି ? ଏମିତି ପାଆନ୍ତୁ ପୁରୁଣା ଡିଜାଇନ

ଟୁଇଟର ଏବେ ତାର ନୂଆ ଲୁକରେ ନଜର ଆସିଛି। ପ୍ରାୟତଃ ସବୁଲୋକ ଟୁଇଟରର ଏହି ଇଣ୍ଟରଫେସକୁ ବ୍ୟବହାର କରିପାରୁଛନ୍ତି କିନ୍ତୁ ଏହାକୁ ନେଇ ବ୍ୟବହାରକାରୀ ଖୁସି ନାହାନ୍ତି। କିଛି ବ୍ୟବହାରକାରୀଙ୍କୁ ଏହାର ନୂଆ ଲୁକ୍ ପସନ୍ଦ ଆସିନାହିଁ। ଯଦି ଆପଣଙ୍କୁ ଏହା ପସନ୍ଦ ଆସୁନି, ତେବେ ଆପଣ ପୁରୁଣା ଟୁଇଟର ଇଣ୍ଟରଫେସ୍ ବ୍ୟବହାର କରିପାରିବେ।
ଟୁଇଟର ର ନୂଆ ଇଣ୍ଟରଫେସରେ ବଡ ପରିବର୍ତ୍ତନ ହୋଇଛି, ଯେଉଁଥିରେ କିଛି ସ୍ବତନ୍ତ୍ର ଫିଚର ରହିଛି ଯାହା ବ୍ୟବହାରକାରୀଙ୍କ ପାଇଁ ଫାଇଦା ହେବ। ଟୁଇଟର କିନ୍ତୁ ଏହାର ପୁରୁଣା ଇଣ୍ଟରଫେସ କିପରି ବ୍ୟବହାର କରିବେ, ତାହା ବିଷୟରେ କିଛି ଜଣାଇନାହିଁ। କିନ୍ତୁ ଆମେ ଆପଣଙ୍କୁ ଦୁଇ ପ୍ରକାର ଉପାୟରେ ପୁରୁଣା ଇଣ୍ଟରଫେସ ବ୍ୟବହାର ବିଷୟରେ ଜଣାଇଦେବୁ।

ପ୍ରଥମ ଉପାୟ
– ପ୍ରଥମେ ଟୁଇଟର ଲଗ୍ଇନ କରି ‘ମୋର’ ଉପରେ କ୍ଲିକ କରନ୍ତୁ।
– ସେଟିଂ ଏବଂ ପ୍ରାଇଭେସି ଅପସନକୁ ସିଲେକ୍ଟ କରିବା ପରେ ଆପଣଙ୍କୁ ଅନେକ ଅପସନ୍ ମିଳିବ।
– ତା’ ପରେ ଏବାଉଟ୍ ଟୁଇଟର ଅପସନ୍କୁ ସିଲେକ୍ଟ କରନ୍ତୁ।
– ଏହାକୁ ସିଲେକ୍ଟ କରିବା ପରେ ଡାହାଣ ପଟେ ଡାଇରୋକ୍ଟରି ଲିଷ୍ଟ ଅପସନ୍ ଆସିବ, ତାହାକୁ ସିଲେକ୍ଟ କରିବେ।
ଏବେ ଆପଣ ହୋମ ଟ୍ୟାବ୍କୁ କ୍ଲିକ କରିବା ପରେ ପୁରୁଣା ଟୁଇଟର ଇଣ୍ଟରଫେସ୍ ଦେଖିବାକୁ ପାଇବେ। କିନ୍ତୁ ଆପଣ ଟ୍ୟାବକୁ ବନ୍ଦ କରି ଲଗ୍ ଆଉଟ କରିବା ପରେ ପୁଣି ନୂଆ ଟୁଇଟଇ ଇଣ୍ଟରଫେସକୁ ଦେଖିପାରିବେ।

ଦ୍ବିତୀୟ ଉପାୟ

ଦ୍ବିତୀୟ ଅପସନରେ ଆପଣ ଗୁଗଲ୍ କ୍ରୋମ ବ୍ରାଉଜରରେ ଏକ ଏକ୍ସଟେସନ ଡାଇନଲୋଡ କରି ସେଟ୍ କରିବାକୁ ପଡିବ। ଏକ୍ସଟେସନରେ ଏହା ଗୁଡଟୁଇଟର ନାମରେ ଉପଲବ୍ଧ। ଏହା କ୍ରୋମ ଛଡା ଫାୟାରଫକ୍ସରେ ମଧ୍ୟ ଉପଲବ୍ଧ। ଏହାକୁ ଡାଇନଲୋଡ କରିବା ପରେ ଟୁଇଟର ଖୋଲିବା ମାତ୍ରେ ପୁରୁଣା ଇଣ୍ଟରଫେସ୍ ନଜର ଆସିବ। ଆପଣ ଥାର୍ଡପାର୍ଟି ଏକ୍ସଟେସନ ବ୍ୟବହାର କରିବେ କି ନାହିଁ ଏହା ଆପଣଙ୍କ ଉପରେ ନିର୍ଭର କରେ। କିନ୍ତୁ ଆଜି ପର୍ଯ୍ୟନ୍ତ ଏକ୍ସଟେସନକୁ ଇନଷ୍ଟଲ କରିବା ପାଇଁ ପରାମର୍ଶ ଦେଇନାହିଁ ଟେକନୋଲୋଜି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.