ସରକାରୀ ଯୋଜନା: ବର୍ତ୍ତମାନ ୨୪ ଘଣ୍ଟା ମିଳିବ ବିଜୁଳି, ୨୫ ବର୍ଷ ପାଇଁ ବିଲ୍ ଆସିବ ଜିରୋ ତେଣୁ ଉଠାନ୍ତୁ ସ୍କିମ୍ ର ଫାଇଦା

ବର୍ତ୍ତମାନ ଆଉ ଦେବାକୁ ପଡ଼ିବନି ଇଲେକ୍ଟ୍ରି ବିଲ୍। କାରଣ ପ୍ରତ୍ୟେକ ଦିନ ୬ ରୁ ୮ ୟୁନିଟ୍ ବିଜୁଳି ପାଇଁ ଆପଣ ୨ କିଲୋୱାଟର ସୋଲାର ପ୍ୟାନେଲ ଘର ଛାତରେ ଲଗାଇ ପାରିବେ। ଏଥିରେ ଆପଣଙ୍କୁ ୪ ଟି ସୋଲାର ପ୍ୟାନେଲ ମିଳିବ। ପୁଣି ଏହାକୁ ମିଶାଇ ଲଗାଇବାକୁ ପଡ଼ିବ। ସରକାରଙ୍କ ତରଫରୁ ରୁଫ୍ ଟପ୍ ସୋଲାର ପ୍ୟାନେଲ ଲଗାଇବା ଦ୍ଵାରା ୪୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ଦିଆଯାଉଛି। ଏହା ଦ୍ଵାରା ଆପଣଙ୍କ ବିଦ୍ୟୁତ୍ ବିଲ୍ କମ୍ କରିବ। ଏହି ବର୍ଷ ଅଧିକ ଗରମ ହେଉଛି। ପୁଣି ବାରମ୍ବାର ପାୱାର କଟ ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ପୁଣି ଗରମରୁ ରକ୍ଷା ପାଇବା ପାଇଁ ଅଧିକ ସମୟ ପର୍ଯ୍ୟନ୍ତ ଏସି ଲଗାଇବା ଦ୍ଵାରା ଅଧିକ ଇଲେକ୍ଟ୍ରି ବିଲ୍ ମଧ୍ୟ ହେଉଛି।

solar energy
picture credit – wiki

ବର୍ତ୍ତମାନ ବର୍ଷା ଋତୁ ପାଇଁ ବାରମ୍ବାର ପାୱାର କଟ ହେଉଛି। ତେବେ ଏହି ସମୟରେ ଆପଣ ଗ୍ରୀନ ଏନର୍ଜି ସହାୟତାରେ ବିଜୁଳି କାଟ ଓ ମହଙ୍ଗାରୁ ମୁକୁଳି ପାରିବେ। ଏଥିପାଇଁ ଆପଣଙ୍କୁ ନିଜ ଘର ଛାତ ଉପରେ ସୋଲାର ପ୍ୟାନେଲ୍ ଲଗାଇବାକୁ ପଡ଼ିବ। ଏଥିପାଇଁ ପୁଣି ଆପଣଙ୍କୁ ସରକାରୀ ସହାୟତା ମଧ୍ୟ ମିଳିବ। ଆପଣ ନିଜ ଘର ଉପରେ ସୋଲାର ପ୍ୟାନେଲ ଲଗାଇ ଯେତେବେଳେ ଦରକାର ସେତେବେଳେ ବିଦ୍ୟୁତ୍ ପାଇ ପାରିବେ। ଏଥିପାଇଁ ସରକାରଙ୍କ ତରଫରୁ ସବ୍ସିଡି ମିଳିବ। ତେବେ ଆସନ୍ତୁ ଜାଣିବା ଆପଣ କିପରି ଫାଇଦା ପାଇବେ।

ପ୍ରଥମେ ଆପଣଙ୍କୁ ନିଜ ଘର ଛାତ ଉପରେ ସୋଲାର ପ୍ୟାନେଲ ଲଗାଇବା ପୂର୍ବରୁ ଏହା ଜାଣିବା ଦରକାର ଯେ ଆପଣଙ୍କୁ କେତେ ମାତ୍ରାରେ ବିଜୁଳି ଦରକାର। ଆପଣଂକ ଘରେ କେତୋଟି ବୈଦ୍ୟୁତିକ ଉପକରଣ ଅଛି ଓ କେତୋଟି ବିଜୁଳି ଦ୍ଵାରା ଚାଲୁଛି ତାହା ମଧ୍ୟ ଜାଣିବାକୁ ପଡ଼ିବ। ଯଦି ଆପଣଙ୍କ ଘରେ ୨ ରୁ ୩ ଟି ପଙ୍ଖା, ୬ ରୁ ୮ ଟି LED ଲାଇଟ୍, ଗୋଟିଏ ପାଣି ମଟର ଓ ଟିଭି ଭଳି ଉପକରଣ ବିଜୁଳି ଦ୍ଵାରା ଚାଲୁଛି ତେବେ ଆପଣଙ୍କୁ ପ୍ରତ୍ୟେକ ଦିନ ୬ ରୁ ୮ ୟୁନିଟ୍ ବିଜୁଳୀ ଦରକାର।

ମୋନୋପର୍କ ବାଇଫିଶିଆଲ ସୋଲାର ପ୍ୟାନେଲ୍ ହେଉଛି ବର୍ତ୍ତାମାନ ନୂଆ ଟେକ୍ନୋଲଜି ସୋଲାର ପ୍ୟାନେଲ। ଆଗରୁ ଓ ପଛରୁ ଦୁଇ ସାଇଡ଼ରେ ଏଥିରୁ ବିଜୁଳି ଉତ୍ପନ ହୁଏ। ଯାହାଦ୍ଵାରା ଆପଣଙ୍କୁ ଠିକ୍ ଭାବେ ବିଜୁଳି ମିଳିବ।ଭାରତ ସରକାର ସୋଲାର ଶକ୍ତିକୁ ପ୍ରୋତ୍ସାହନ ଦେବା ପାଇଁ ନବୀନ ଓ ନବୀକରଣ ଉର୍ଜା ମନ୍ତ୍ରାଳୟ (Ministry Of New & Renewable Energy) ସୋଲାର ରୁଫ ଟପ୍ ଯୋଜନା ଚଳାଉଛି। କୌଣସି ବି ଡିଷ୍ଟ୍ରିବ୍ୟୁସନ୍ କମ୍ପାନୀର ପ୍ୟାନେଲରେ ସାମିଲ ଥିବା କୌଣସି ବିକ୍ରେତା ଠାରୁ ନିଜ ଘର ଛାତ ଉପରେ ସୋଲାର ପ୍ୟାନେଲ ଲଗାଉଛନ୍ତି, ତେବେ ରୁଫଟପ୍ ସୋଲାରର ୫ ବର୍ଷ ପର୍ଯ୍ୟନ୍ତ ଦାୟିତ୍ବ ତୁଲାଇବ। ସରକାରଙ୍କ ତରଫରୁ ରୁଫଟପ୍ ସୋଲାର ପ୍ୟାନେଲ ଲଗାଇବା ଦ୍ଵାରା ୪୦ ପ୍ରତିଶତ ପର୍ଯ୍ୟନ୍ତ ସବ୍ସିଡି ଦିଆଯାଉଛି। ଯଦି ଆପଣ କିଲୋୱାଟ ପର୍ଯ୍ୟନ୍ତ ସୋଲାର ରୁଫଟପ୍ ପ୍ୟାନେଲ ଲଗାଉଛନ୍ତି, ତେବେ ଆପଣଙ୍କୁ ସରକାର ୪୦ ପ୍ରତିଶତ ସବ୍ସିଡି ଦେବେ। ଯଦି ଆପଣ ୧୦ କିଲୋୱାଟ ପର୍ଯ୍ୟନ୍ତ ସୋଲାର ପ୍ୟାନେଲ ଲଗାଉଛନ୍ତି ତେବେ ଆପଣଙ୍କୁ ୨୦ ପ୍ରତିଶତ ସବ୍ସିଡି ମିଳିବ। ଏହି ଯୋଜନାକୁ ସବୁ ରାଜ୍ୟରେ ସ୍ଥାନୀୟ ବିଦ୍ୟୁତ୍ ବିତରଣ କମ୍ପାନୀ ସଞ୍ଚଳିତ କରୁଛି।

ତେବେ ଏହା ଦ୍ଵାରା ଆପଣଙ୍କ ଇଲେକ୍ଟ୍ରିବିଲ୍ କମ୍ ହୋଇଯିବ। ସୋଲାର ପ୍ୟାନେଲ ଲାଇଫ ହେଉଛି ୨୫ ବର୍ଷ ଅର୍ଥାତ୍ ଏହା ପ୍ରାୟ ୨୫ ବର୍ଷ ପର୍ଯ୍ୟନ୍ତ ୱାରେଣ୍ଟି ଦେବ। ତେବେ ଆପଣ ଥରେ ଟଙ୍କା ନିୟୋଜିତ କଲେ ଏହାର ଲାଭ ପାଇବେ। ତେବେ ସୋଲାର ରୁଫଟପ୍ ଲଗାଇବା ପାଇଁ ଆପଣଙ୍କୁ ଏହାର ଅଫିସିଆଲ୍ ୱେବସାଇଡ୍ http://solarrooftop.gov.in/ କୁ ଯିବାକୁ ପଡିବ। ଏହା ପରେ ଆପଣଙ୍କୁ ଆପ୍ଲାଏ ଫର୍ ସୋଲାର ରୁଫଟପ୍ ଉପରେ କ୍ଲିକ୍ କରିବାକୁ ପଡ଼ିବ। ଆପଣଙ୍କ ସାମ୍ନାରେ ଏକ ନୂଆ ପେଜ ଖୋଲିବ ଓ ଆପଣ ନିଜ ରାଜ୍ୟ ଅନୁସାରେ ଲିଙ୍କ ଚୟନ କରିବେ। ଏହା ପରେ ଫର୍ମ ଖୋଲିବ। ଏଥିରେ ଆପଣ ନିଜର ସବୁ ଡିଟେଲ୍ସ ଦେବେ। ସୋଲାର ପ୍ୟାନେଲ ସ୍ଥାପନ କରିବାର ୩୦ ଦିନ ମଧ୍ୟରେ ଡିସକମ୍ ଦ୍ଵାରା ପ୍ରଦାନ କରାଯାଇଥିବା ଆପଣଙ୍କ ଆକାଉଣ୍ଟକୁ ସବ୍ସିଡି ରାଶି ପ୍ରଦାନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.