ମାଗଣାରେ ନେବାକୁ ଚାହାଁନ୍ତି କି ଭୋଡାଫୋନ୍‌ ଆଇଡିଆ ର ଭିଆଇପି ନମ୍ବର, ଆପଣାନ୍ତୁ ଏହି ତରିକା

ନୂଆଦିଲ୍ଲୀ : ଭୋଡାଫୋନ ଆଇଡିଆ(vi) ପ୍ରିପେଡ୍‌ କିମ୍ବା ପୋଷ୍ଟପେଡ କନେକସନ ବାଲା ୟୁଜର୍ସଙ୍କୁ ଭିଆଇପି ବା ଫ୍ୟାନ୍ସି ନମ୍ବର ଦେଉଛି । ୟୁଜର୍ସ ଚାହିଁଲେ ଏହି ଦୁର୍ଲଭ ନମ୍ବରକୁ ଅତି ସହଜରେ ନେଇପାରିବେ । ଆସନ୍ତୁ ଜାଣିବା କିପରି ପାଇବେ ଏହି ନମ୍ବର ।

କ’ଣ ଏହି ଭିଆଇପି ନମ୍ବର :

ଭିଆଇପି ନମ୍ବର ମନେ ରଖିବା ପାଇଁ ସହଜ ହୋଇଥାଏ । ଏହାର ବିଶେଷ କ୍ରମ କାରଣରୁ ଏହି ନମ୍ବରକୁ ସମସ୍ତେ ଚାହିଁ ଥାନ୍ତି । ଏହା ପାଇବାକୁ ହେଲେ ବେଶୀ ମୂଲ୍ୟ ଦେବାକୁ ପଡ଼ିଥାଏ ।
ଭୋଡାଫୋନ୍‌ ଭିଆଇପି ବା ଫ୍ୟାନ୍ସି ପ୍ରିପେଡ ଓ ପୋଷ୍ଟପେଡ୍‌ ନମ୍ବର କେମିତି ପାଇବେ ।

ପ୍ରଥମେ vi ର ଅଫିସିଆଲ େଓ୍ଵବସାଇଟକୁ ଯାଆନ୍ତୁ ।

ଏବେ ନୂଆ କନେକସନ୍‌ ସେକ୍ସନରେ କ୍ଲିକ କରନ୍ତୁ ଓ ଏକ ଭିଆଇପି ବା ଫ୍ୟାନ୍ସି ନମ୍ବର ବାଛନ୍ତୁ । କିମ୍ବା ଅନଲାଇନରେ myvi.in/new-connection/choose-your-fancy-mobile-numbers-online ଯାଆନ୍ତୁ ।

ଏବେ ଭିଆଇପି ବା ଫ୍ୟାନ୍ସି ନମ୍ବର ବାଛିବା ପାଇଁ ପିନକୋଡ ଓ ମୋବାଇଲ ନମ୍ବର ସହିତ ଆବଶ୍ୟକ ସୂଚନା ଦାଖଲ କରନ୍ତୁ ।

ପୁଣି ଏବେ ବାଛନ୍ତୁ ପ୍ରିପେଡ ବା ପୋଷ୍ଟପେଡ କନେକସନ୍‌ ।

ଏବେ ଆପଣଙ୍କ ଭିଆଇପି ନମ୍ବରକୁ ମୁକ୍ତ ବା ମାଗଣା ସୂଚୀରୁ ବାଛନ୍ତୁ ।

ଏବେ ଆପଣ ମାଗଣା ନମ୍ବରକୁ ବାଛି ପାରିବେ କିମ୍ବା ୫୦୦ ଟଙ୍କା ଦେଇ ଅନ୍ୟ ଭିଆଇପି ନମ୍ବର ବାଛିପାରିବେ ।

ଏବେ ଆପଣ ଟଙ୍କା ଦେବାର ପ୍ରକ୍ରିୟା ଆରମ୍ଭ କରନ୍ତୁ ।

ଏବେ ପଞ୍ଜିକୃତ ମୋବାଇଲ ନମ୍ବରରେ ମିଳିଥିବା ଓଟିପି ଦାଖଲ କରନ୍ତୁ ।

ଏହାପରେ ଭିଆଇପି ନମ୍ବର ଆପଣଙ୍କ ଘରେ ପହଞ୍ଚାଇ ଦିଆଯିବ ।

Leave A Reply

Your email address will not be published.