ଟେକ୍

ହ୍ଵାଟସଆପରେ କାହାକୁ ବି ଦେଖାଯିବନି ଆପଣ କେବେ କରୁଛନ୍ତି ମେସେଜ୍‌ ‘Typing’, ଫଲୋ କରନ୍ତୁ ଏହି ସହଜ ତରିକା

ଦୁନିଆର ସବୁଠାରୁ ପପୁଲାର ଏନକ୍ରିପଟେଡ ମ୍ୟାାସେଜିଙ୍ଗ୍‌ ସର୍ଭିସ ନିଜର ୟୁଜର୍ସଙ୍କ ପାଇଁ ପ୍ରାଇଭେସୀ ଅପସନ୍‌ ଲଞ୍ଚ୍‌ କରିଛି। ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍‌ ଦ୍ୱାରା ମେସେଜକୁ ପ୍ରୋଟେକସନ୍‌ ମିଳିଥାଏ। କିନ୍ତୁ ଯଦି ଆପଣ କଣ୍ଟାକ୍ଟରୁ ଆହୁରି ଅଧିକ ପ୍ରାଇଭେସୀ ଚାହୁଁଛନ୍ତି ତାହେଲେ ଏହା ମଧ୍ୟ ସମ୍ଭବ ହୋଇପାରିବ। ସେମିତିତ ୟୁଜର୍ସଙ୍କ ଲାଇଭ୍‌ ଷ୍ଟାଟସ୍‌, ଟାଇପିଙ୍ଗ ନୋଟିଫିକେନ ଏବଂ ଲାଷ୍ଟ ଆକ୍ଟିଭ ସେଟିଙ୍ଗ ଅନ୍ୟ କଣ୍ଟାକ୍ଟସ୍‌ କୁ ଦେଖାଯାଏ, ଏହାକୁ ଗୋପନରେ ରଖାଯାଇହୁଏନି। କିନ୍ତୁ କିଛି ଟ୍ରିକ୍ସ ଅଛି ଯାହାକୁ ଆପଣ ଆପଣାଇ ୟୁଜର୍ସଙ୍କ ଠାରୁ ନିଜକୁ ଗୋପନ ରଖିପାରିବେ। ତେବେ ଆସନ୍ତୁ ଜାଣିବର ଏଥିପାଇଁ ଆପଣଙ୍କୁ କଣ କରିବାକୁ ହେବ।

ହ୍ଵାଟସଆପରେ ନିଜ ଟାଇପିଙ୍ଗ ଷ୍ଟାଟସକୁ କେମିତି ଲୁଚାଇବେ ଜାଣନ୍ତୁ

ଯଦି ଆପଣ କାହାକୁ ଲମ୍ବା ମେସେଜ୍‌ ଲେଖୁଛନ୍ତି ଏବଂ ତାଙ୍କୁ ଡ୍ରାଫ୍ଟ କରି କରି ଲେଖିବାକୁ ଚାହୁଁଛନ୍ତି ଏବଂ ଏହି ସମୟରେ ନିଜ ଟାଇପିଙ୍ଗ ଷ୍ଟାଟସ ଲୁଚାଇ ରଖିବାକୁ ଚାହୁଁଛନ୍ତି ତାହେଲେ ଆପଣ ଏକ ତରିକା ଆପଣେଇ ପାରିବେ।
ହ୍ଵାଟସଆପ୍‌ ତରଫରୁ ଏମିତି କୌଣସି ଅଫିସିଆଲ ଫିଚର ଏଯାଏଁ ଆସିନି କିନ୍ତୁ ଟାଇପିଙ୍ଗ ଷ୍ଟାଟସକୁ ଲୁଚାଇପାରିବେ। ଏଥିପାଇଁ ଆପଣଙ୍କୁ ଏକ ଯୁଗାଡ କରିବାକୁ ହେବ। ଯାହାଦ୍ୱାରା ଆପଣ ଟାଇପିଙ୍ଗ୍‌ ଷ୍ଟାଟସକୁ ଲୁଚାଇପାରିବେ।
ଟାଇପିଙ୍ଗ୍‌ ଆରମ୍ଭ କରିବା ପୂର୍ବରୁ ଆପଣଙ୍କୁ ସର୍ବପ୍ରଥମେ ଫୋନର ଫ୍ଲାଇଟ୍‌ ମୋଡ ଆକ୍ଟିଭେଟ୍‌ କରିବାକୁ ହେବ କିମ୍ବର ନିଜର ଡାଟାକୁ ବନ୍ଦ କରିବାକୁ ହେବ।
ଏବେ ହ୍ଵାଟସଆପ୍‌ ଖୋଲନ୍ତୁ ଏବଂ ମେସେଜ ଟାଇପ କରି ସେଣ୍ଡ କରନ୍ତୁ।

ଏବେ ମେସେଜର ସାଇଡରେ ‘clock’ ଆଇକନ ରହିଛି, ଆପଣ ଯେମିତି ହିଁ ନିଜ ଡାଟାକୁ ଅପ୍‌ କରିବେ ଏବଂ ଫ୍ଲାଇଟ ମୋଡ ଡିସାବଲ କରିବେ ସେତେବେଳେ ମେସେଜ୍‌ ଆପେ ଆପେ କଣ୍ଟାକ୍ଟକୁ ସେଣ୍ଡ ହୋଇଯିବ। କିନ୍ତୁ ଆପଣ ଯାହାକୁ ମେସେଜ ପଠାଇବାକୁ ଚାହୁଁଛନ୍ତି ତାଙ୍କୁ ପତ୍ତା ଲାଗିବନାହିଁ ଯେ ଆପଣ କେତେ ସମୟ ଧରି ଟାଇପ୍‌ କଲେ ସେହି ମେସେଜକୁ ଲେଖିବା ପାଇଁ।

କଣ ହ୍ଵାଟସଆପରେ ଅଫଲାଇନ ହେବା ପରେ ବି ଚାଟିଙ୍ଗ୍‌ କରିହେବ?

  • ଆଜ୍ଞା ହଁ, ଏମିତି ହୋଇପାରିବ, ଆଉ ଏଥିପାଇଁ ଆପଣଙ୍କୁ କିଛି ସହଜ ଷ୍ଟେପ୍ସକୁ ଫଲୋ କରିବାକୁ ହେବ।
  • ସର୍ବପ୍ରଥମେ ହ୍ଵାଟସଆପ୍‌ ଓପନ କରନ୍ତୁ।
  • ଏବେ ସେଟିଙ୍ଗ ବଟନ ଉପରେ କ୍ଲିକ କରନ୍ତୁ।
  • ଏବେ ଆକାଉଣ୍ଟସକୁ ଯାଇ ପ୍ରାଇଭେସୀକୁ ଯାଆନ୍ତୁ।
  • ଏବେ ‘Status’ କୁ ଯାଇ ଉପରେ  ‘only share with…’କ୍ଲିକ କରନ୍ତୁ।
  • ଏଠାରେ କୌଣସି ବି କଣ୍ଟାକ୍ଟକୁ ସିଲେକ୍ଟ କରନ୍ତୁନାହିଁ ଏବଂ ପୁଣିଥରେ ଆକାଉଣ୍ଟକୁ ଯାଆନ୍ତୁ।
  • ଏବେ ଆପଣଙ୍କ ଲାଷ୍ଟସିନ୍‌ ଏବଂ ଅନଲାଇନ ଷ୍ଟାଟସ କାହାକୁ ଦେଖାଯିବନାହିଁ। ଆପଣଙ୍କୁ ସବୁଠାରୁ ଅଧିକ ପ୍ରାଇଭେସୀ ଫିଲ୍‌ କରାଇବ।
Pritiparna

Recent Posts

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

1 min ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

27 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

36 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago