ବର୍ଷାରେ ସ୍ମାର୍ଟଫୋନକୁ ରଖନ୍ତୁ ସୁରକ୍ଷିତ, ଆପଣାନ୍ତୁ ଏହି ଟିପ୍ସ

ଭାରତରେ ଆରମ୍ଭ ହୋଇଛି ବର୍ଷା ଋତୁ । ମୌସୁମୀ ଆସିବା ପରେ କେତେବେଳେ ଯେ ବର୍ଷା ହେବ କହି ହେଉନି । ଆଉ ଆପଣ ବର୍ଷା ବେଳେ ଘରୁ ବାହାରୁଥିଲେ ହୋଇଯାଆନ୍ତୁ ସାବଧାନ । କାରଣ ବର୍ଷାରେ ଫୋନ ଓଦା ହୋଇ ଖରାପ ହୋଇଯିବାର ଆଶଙ୍କା ରହୁଛି । ହଠାତ୍ ବର୍ଷା ଯୋଗୁଁ ଅଫିସ୍ ଏବଂ ଘର ବାହାରକୁ ଆସିଥିଲେ ଆପଣମାନେ ପାଣିରେ ଓଦା ହୋଇଯାଆନ୍ତି । ଏବଂ ଆପଣଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଓଦା ହୋଇଯାଏ ।

ଯଦି ଆପଣ ଦାମୀ ଫୋନ୍ ଧରୁଛନ୍ତି ଏବଂ ଏହି ବର୍ଷା ଋତୁରେ ଫୋନକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ସହଜ ଟିପ୍ସ । ଏହି ଟିପ୍ସକୁ ଫୋଲୋ କଲେ ହଠାତ୍ ବର୍ଷା ହେଲେ ଆପଣ ଯଦି ଓଦା ହୁଅନ୍ତି ତେବେ ଆପଣଙ୍କ ସ୍ମାର୍ଟଫୋନ୍ ସୁରକ୍ଷିତ ରହିବ ।

ଓ୍ଵାଟରପ୍ରୁଫ୍‌ କେସ୍ ବ୍ୟବହାର କରନ୍ତୁ । ଏହା ଆପଣଙ୍କ ସ୍ମାର୍ଟଫୋନକୁ ବର୍ଷା ଜଳରୁ ରକ୍ଷା କରିବାରେ ସାହାଯ୍ୟ କରିବ । ଯଦି ଆପଣଙ୍କର ୱାଟରପ୍ରୁଫ୍ କେସ୍ ନାହିଁ, ତେବେ ଆପଣ ପ୍ଲାଷ୍ଟିକ୍ ବ୍ୟାଗ୍ କିମ୍ବା ଜିପ୍ ଲକ୍ ବ୍ୟାଗ୍ ବ୍ୟବହାର କରନ୍ତୁ । ଏହାକୁ ସଠିକ୍ ଭାବରେ ସିଲ୍ କରନ୍ତୁ ଯାହାଫଳରେ ପାଣି ଭିତରକୁ ପଶିବ ନାହିଁ ।

ଅଧିକାଂଶ ସମୟରେ ବର୍ଷା ପାଇଁ ସ୍ମାର୍ଟଫୋନ୍ ସ୍କ୍ରିନ ଖରାପ ହୋଇଯାଏ । ତେଣୁ ଆପଣ ନିଜ ସ୍ମାର୍ଟଫୋନରେ ଓ୍ଵାଟର ରେସିଷ୍ଟାଣ୍ଟ ସ୍କ୍ରିନ୍ ପ୍ରୋଟେକ୍ଟର ବ୍ୟବହାର କରିବା ଉଚିତ୍ । ଏହା ସ୍ମାର୍ଟଫୋନକୁ ବର୍ଷା ଠାରୁ ରକ୍ଷା କରିବ ଏବଂ ଟଚ୍‌ ସେନ୍ସିଟିଭିଟିକୁ ମଧ୍ୟ ଠିକ୍‌ ରଖିବ ।

ବର୍ଷା ସମୟରେ ଘରୁ ବାହାରକୁ ଯିବାବେଳେ ଏକ ଶୁଖିଲା କପଡାକୁ ପଲିଥିନରେ ଗୁଡ଼ାଇ ରଖନ୍ତୁ । ଯଦି ବର୍ଷା ହୁଏ ଏବଂ ଆପଣଙ୍କ ଫୋନ ଓଦା ହୋଇଯାଏ ତେବେ ଆପଣ ନିଜ ମୋବାଇଲକୁ ଏହି ଶୁଖିଲା କପଡ଼ାରେ ପୋଛି ମୋବାଇଲ୍ ଫୋନ୍ ବ୍ୟବହାର କରିପାରିବ ।

ବର୍ଷା ଦିନରେ ସ୍ମାର୍ଟଫୋନକୁ ପକେଟରେ ରଖିବା ପରିବର୍ତ୍ତେ ଏହାକୁ ଓ୍ଵାଟରପ୍ରୁଫ୍‌ ବ୍ୟାଗରେ ରଖିବା ଉଚିତ୍ । ଏଭଳି କରିବା ଦ୍ୱାରା ଆପଣଙ୍କ ସ୍ମାର୍ଟଫୋନ୍ ପ୍ରବଳ ବର୍ଷାରେ ଓଦା ହେଲେ ମଧ୍ୟ ସୁରକ୍ଷିତ ରହିବ । ଏହା ବ୍ୟତୀତ ଯଦି ଆପଣ ନୂଆ ଫୋନ୍ କିଣିବାକୁ ପ୍ଲାନ୍‌ କରୁଛନ୍ତି, ତେବେ ଓ୍ଵାଟର ରେସିଷ୍ଟାଣ୍ଟ ମଡେଲ୍ ବାଛନ୍ତୁ । ବର୍ଷାରେ ଏହି ମଡେଲଗୁଡିକ ଆପଣଙ୍କ ପାଇଁ ବେଷ୍ଟ ହେବ ।

You might also like