ଠକାମିରୁ ରକ୍ଷା ପାଇଁ ଘରେ ବସି ସହଜରେ ନିଜ ଆଧାରକାର୍ଡ଼କୁ କରନ୍ତୁ ଲକ୍, ଜାଣନ୍ତୁ ଏହି ଷ୍ଟେପ

ଆଜିକାଲି ସବୁଠି ପରିଚୟ ପତ୍ର ଭାବେ ଆଧାର କାର୍ଡ଼ର ବ୍ୟବହାର କରାଯାଉଛି। ଏହାର ଗୁରୁତ୍ୱ ବଢ଼ିବା କାରଣରୁ ଅଧିକାଂଶ ସ୍ଥାନରେ ଏହାର ଅପବ୍ୟବହାର ହେଉଛି। ନକଲି ଆଧାର କାର୍ଡ଼ ଖବର ମଧ୍ୟ ଶୁଣିବାକୁ ମିଳୁଛି। ଏହି ସମସ୍ୟାରୁ ମୁକୁଳିବା ପାଇଁ ନିକଟରେ ଯୁଏଡିଏଆଇ ସଂସ୍ଥା ଏହି କାର୍ଡକୁ ଲକ ବା ଅନଲକ କରିବା ଭଳି ଏକ ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି ।
ଆମେ ଆପଣଙ୍କୁ ଏହି ବିଷୟରେ ଏକ ବିସ୍ତୃତ ବିବରଣୀ ଦେବାକୁ ଯାଉଛୁ ଯାହା ସାହାଯ୍ୟରେ ଆପଣ ଘରେ ବସି ଆରାମରେ ନିଜ ଆଧାର କାର୍ଡକୁ ଲକ କରିଦେଇ ପାରିବେ । ଜାଣି ନିଅନ୍ତୁ ଷ୍ଟେପ:-
. ଆଧାରକାର୍ଡ଼କୁ ଲକ କରିବା ପାଇଁ ସର୍ବ ପ୍ରଥମେ ୟୁଆଇଡିଏଆଇର ଅଫିସିଆଲ ୱେବସାଇଟ https:// www.uidai.govt.in କୁ ଯାଆନ୍ତୁ ।
. ଏହାର ବାମ ପଟେ ଆପଣାକୁ ମାଇ ଆଧାର ଆପ (my Aadhaar) ନାମକ ଏକ ବିକଳ୍ପ ବା ଅପ୍ସନ ଦେଖାଯିବ । ଏହାରି ଉପରେ କ୍ଲିକ କରନ୍ତୁ।

. ଏହା ପରେ ଆପଣଙ୍କ ସ୍କ୍ରିନରେ ବହୁତ ଗୁଡିଏ ଅପସନ ଦେଖାଯିବ । ସେଗୁଡିକ ମଧ୍ୟରୁ ଆଧାର ଲକ ଅନଲକ ଅପ୍ସନ ଉପରେ କ୍ଲିକ କରନ୍ତୁ ।
. ଆପଣଙ୍କ ସ୍କ୍ରିନରେ ଆଉ ଏକ ପେଜ ଖୋଲିଯିବ । ଯେଉଁଥିରେ ଆପଣଙ୍କୁ ନିଜ ନାଁ, ଆଧାର ନମ୍ବର, ମୋବାଇଲ ନମ୍ବର ଓ ପିନ ନମ୍ବର ପରି କିଛି ଜରୁରୀ ତଥ୍ୟ ଏଣ୍ଟର କରିବାକୁ ପଡିବ ।
. ଆପଣଙ୍କ ରେଜିଷ୍ଟାର ନମ୍ବର କୁ ଏକ ଓଟିପି ନମ୍ବର ଆସିବ । ଯାହାକୁ ଏଣ୍ଟର କରି ଆପଣ ନିଜ ଆଧାର କାର୍ଡକୁ ଲକ କରି ପାରିବେ ।
. ନଚେତ ଆପଣ ନିଜ ଭରଚୁଆଲ ଆଇଡି ବା ସୁରକ୍ଷା କୋର୍ଡର ଉପଯୋଗ କରି ଲକ କରିପାରିବେ ।