ଖୁବ ସହଜରେ ଆପଣ ନିଜ ଆଧାରକୁ ଲକ କରିପାରିବେ, କେମିତି ଜାଣନ୍ତୁ

ଆଧାର କାର୍ଡ ଯେ କେତେ ଉପକାରୀ ତାହା ତ ସମସ୍ତଙ୍କୁ ଜଣା । ସିମ କାର୍ଡ କିଣିବା ପାଇଁ ହେଉ ଅବା ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ହେଉ ସବୁ କାମରେ ଆଧାର କାର୍ଡ ବ୍ୟବହାର କରାଯାଇଥାଏ । ଏହାକୁ ଛାଡି ଦେଲେ ଅନେକ କାମ ଯେମିତି ଅଟକିଯାଏ । ବର୍ତ୍ତମାନ ସମୟରେ ଭାରତୀୟ ନାଗରିକଙ୍କ ପାଇଁ ଆଧାର ହେଉଛି ସବୁଠୁ ବଡ ପରିଚୟ । ଯେଉଁଥିରେ ଫିଙ୍ଗରପ୍ରିଣ୍ଟ ଠାରୁ ଆରମ୍ଭ କରି ଅନେକ ସମ୍ବେଦନଶୀଳ ତଥ୍ୟମାନ ଆଧାର କାର୍ଡରେ ନିହିତ ଥାଏ । ଥରେ ଭାବନ୍ତୁ ତ ଯଦି ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ କେବେ ଲିକ ହୋଇଯାଏ ତେବେ କଣ ହେବ । ଏମିତିରେ ଥରେ ଭାବନ୍ତୁ ତ ଯଦି ଆପଣଙ୍କର ଡାଟା ଲିକ ହୋଇଯାଏ ତେବେ ଅବସ୍ଥା କଣ ହେବ । ଏହାକୁ ଧ୍ୟାନରେ ରଖି ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ ବା ୟୁଆଇଡ଼ିଏଆଇ ଆଧାର କାର୍ଡକୁ ଲକ କରିବା ନେଇ ସୁବିଧା ଜାରି କରିଛନ୍ତି । ଯାହା ବାବଦରେ ହୁଏତ ଖୁବ କମ ଲୋକ ହିଁ ଜାଣିଥିବେ । ଆପଣ ଯଦି ଚାହିଁବେ ଚୁଟକୀରେ ନିଜ ଆଧାରକୁ ଲକ କରିଦେଇ ପାରିବେ । ଯାହା ପରେ ହ୍ୟାକର୍ସ ମାନେ ବି ଆପଣଙ୍କ ଆକାଉଣ୍ଟକୁ ହ୍ୟାକ କରିପାରିବେ ନାହିଁ ।

ଯେମିତି ଭାବେ ଆପଣ ଘରର ସୁରକ୍ଷା ପାଇଁ ଘରେ ତାଲା ପକାଇଥାଉ ଠିକ ସେମିତି ଆଧାରକୁ ଲକ କରିବା ପାଇଁ ବି ଖାସ ଫିଚର ଅଛି । ଯାହାକି ଠିକ ଏକ ତାଲା ପରି ହିଁ କାମ କରିଥାଏ । ଯାହାକୁ କୌଣସି ବାହାର ବ୍ୟକ୍ତି ବିନା ଅନୁମତିରେ ଖୋଲି ପାରିବେ ନାହିଁ । ଯାହା ଫଳରେ ଆପଣଙ୍କ ଡାଟା ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ରହିବ ।

ଜାଣନ୍ତୁ କେମିତି କରିବେ ଲକ:

– ପ୍ରଥମେ ଆଧାରକୁ ଲକ କରିବା ପାଇଁ ଆପଣଙ୍କୁ ନିଜ ରେଜିଷ୍ଟର୍ଡ ମୋବାଇଲ ନମ୍ବରରୁ GETOTP ଲେଖି ୧୯୪୭ ନମ୍ବରକୁ ଏକ ଏସଏମଏସ ପଠାନ୍ତୁ । ଏହା ପରେ ଆପଣଙ୍କ ମୋବାଇଲକୁ ଏକ ଓଟିପି ଆସିବ ।
– ଓଟିପି ମିଳିବା ପରେ ନିଜ ରେଜିଷ୍ଟର୍ଡ ମୋବାଇଲ ନମ୍ବରରୁ LPCKUID ଆଧାର ନମ୍ବର ଲେଖି ଦ୍ଵିତୀୟ ଥର ପାଇଁ ୧୯୪୭ କୁ ମେସେଜ କରିପାରିବେ । ଠିକ ଏହାରି ପରେ ଆପଣଙ୍କ ଆଧାର ନମ୍ବର ଲକ ହୋଇଯିବ ।

ଅନଲକ କରିବାର ତରିକା ଜାଣି ରଖନ୍ତୁ:

– ଆଧାରକୁ ଅନଲକ କରିବା ପାଇଁ ବି ପ୍ରଥମେ GETOTP ଆଧାର ନମ୍ବର ଲେଖି ୧୯୪୭ ନମ୍ବରକୁ ଏସଏମଏସ ପଠାନ୍ତୁ । ୬ ନମ୍ବର ବିଶିଷ୍ଟ ଓଟିପି ନମ୍ବର ମିଳିଗଲେ UNLOCKUID ଆଧାର ନମ୍ବର ଓ ଓଟିପି ଲେଖିବା ପରେ ୧୯୪୭ ନମ୍ବରକୁ ମେସେଜ ଦିଅନ୍ତୁ । ଠିକ ଏମିତି ଆପଣଙ୍କ ନମ୍ବର ଅନଲକ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.