ଏହି ଟିପ୍ସକୁ ଫଲୋ କଲେ ବଢ଼ିଯିବ iPhone ବ୍ୟାଟେରୀ କ୍ଷମତା, ବିନା କୌଣସି ସମସ୍ୟାରେ ବର୍ଷ ବର୍ଷ ଧରି ଚାଲିବ

ଆଇଫୋନ ହେଉ ଅବା ଆଣ୍ଡ୍ରଏଡ଼ ଫୋନ ଆପଣ କିଣିବା ସମୟରେ ନିଶ୍ଚିତ ଭାବେ ଏହାର ବ୍ୟାଟେରୀ ବିଷୟରେ ଶୁଣିଥିବେ ଓ ଜାଣିଥିବେ । କିଣିବା ସମୟରେ ତ କମ୍ପାନୀ ବ୍ୟାଟେରୀର ଲଙ୍ଗ ଲାଷ୍ଟିଙ୍ଗ ବାବଦରେ ପ୍ରତିଶ୍ରୁତି ଦେଇଦିଅନ୍ତି । କିନ୍ତୁ କିଛି ଦିନ ଯିବା ପରେ ଫଳ କିନ୍ତୁ ଓଲଟା ହୁଏ । ଫୋନର ବ୍ୟାଟେରୀ ଖରାପ ହୋଇଯାଏ କିମ୍ବା ଅନ୍ୟ କୌଣସି ଅସୁବିଧା ବାହାରେ । କମ୍ପାନୀର ସର୍ଭିସିଙ୍ଗ ସେଣ୍ଟରରେ ନେଇ ଦେଲେ କିଛି ଜଣ ସଜାଡି ଦିଅନ୍ତି ତ କିଛି ଥର ସଜାଡି ନ ହେବା କାରଣରୁ ଫୋନ ପୁରାପୁରି ନଷ୍ଟ ହୋଇଯାଏ । ତେବେ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ଦେବାକୁ ଯାଉଛୁ ଯାହାକୁ ବ୍ୟବହାର କରି ଆପଣ ନିଜ ଆଇଫୋନର ବ୍ୟାଟେରୀକୁ ଅଧିକ ସମୟ ପର୍ଯ୍ୟନ୍ତ ସ୍ଥାୟୀ ରଖିପାରିବେ । ଆସନ୍ତୁ ସେବିଷୟରେ ଜାଣିବା ।

ଆଇଫୋନର ବ୍ୟାଟେରୀକୁ ନେଇ ସାଧାରଣତଃ ଅଭିଯୋଗ ଉଠିଥାଏ । ଆଉ ଆଇଫୋନର ଡ଼ିମେରିଟ ଗୁଡିକ ଭିତରେ ପ୍ରଥମେ ଆସେ ଏହାର ବ୍ୟାଟେରୀ ଅବଧି । ସେମିତିରେ ବି ଆପଲ ଅଫିସିଆଲ ଭାବରେ ଆଇଫୋନ ବ୍ୟାଟେରୀ ବାବଦରେ କୌଣସି ସୂଚନା ଦେଇନଥାଏ । ଆଉ ଏବେ ତ ଫୋନ ସହିତ ଚାର୍ଜର ବି ଦିଆଯାଉନାହିଁ । ଯଦିବା ନୂଆ ନୂଆ ଭର୍ସନରେ ଆପଣ ଅଧିକ ଲାଇଫ ବ୍ୟାଟେରୀ ପାଇଁ ଦାବି କରିଆସୁଛି କିନ୍ତୁ ପ୍ରକୃତରେ କିନ୍ତୁ ସେମିତି ହେଉନାହିଁ । ତେଣୁ କିଛି ଟିପ୍ସ ଜାଣିରଖନ୍ତୁ ଯାହା ଦ୍ୱାରା ଆପଣ ଆଇଫୋନ ବ୍ୟାଟେରୀ କ୍ଷମତାକୁ ବଢ଼ାଇ ପାରିବେ । ଆଉ ବିନା କୌଣସି ସମସ୍ୟାରେ ବର୍ଷ ବର୍ଷ ଧରି ଚାଲିବ ।

ବ୍ୟାକ ଗ୍ରାଉଣ୍ଡ ଆପ ରିଫ୍ରେଶକୁ ବନ୍ଦ କରନ୍ତୁ:
ଆପଣଙ୍କ ପାଇଁ ପ୍ରଥମ କାମ ଏହା କି ସେଟିଂସ ପାଇଁ ବ୍ୟାକଗ୍ରାଉଣ୍ଡ ଆପ ରିଫ୍ରେଶକୁ ବନ୍ଦ କରନ୍ତୁ । କାରଣ ଆଇଫୋନରେ ସବୁଠୁ ଅଧିକ ଅସୁବିଧା ବ୍ୟାଟେରୀକୁ ନେଇ ହୋଇଥାଏ । ଯଦି ଆପଣ ବ୍ୟାଟେରୀ ସେଟିଙ୍ଗସକୁ ଯାଇ ଲୋ ପାୱାର ମୋଡକୁ ଅନ କରନ୍ତି ତେବେ ଆପଣଙ୍କ ବ୍ୟାକଗ୍ରାଉଣ୍ଡ ଆପ ରିଫ୍ରେଶ ବନ୍ଦ ହୋଇଯିବ ।

ଆଇଫୋନକୁ ଅପଡେଟ କରନ୍ତୁ:
-ପ୍ରଥମେ ଆଇଫୋନ ସେଟିଙ୍ଗସ୍‌ କୁ ଯାଆନ୍ତୁ।
-ଜେନେରାଲ କୁ ଟ୍ୟାପ କରନ୍ତ।ୁ
-ଏବେ ସଫ୍ଟେଓ୍ଵୟାର ଅପଡେଟ ଦେଖାଯିବ । ଏମିତିରେ ତାହା ଉପରେ ଟ୍ୟାପ କରନ୍ତୁ ଏବେ ଆଇଫୋନ ଅପଡେଟ ହେବା ଆରମ୍ଭ ହେବ।

ଡିମ ଡିସପ୍ଲେ ବ୍ରାଇଟନେସ୍‌:
-ଫୋନରେ କଣ୍ଟ୍ରୋଲ ସେଣ୍ଟରକୁ ଓପନ କରନ୍ତୁ।
-ବ୍ରାଇଟନେସ ସ୍ଲାଇଡର କୁ ତଳକୁ ସ୍କ୍ରୋଲ କରନ୍ତୁ।
-ଅଟୋ ବ୍ରାଇଟସେନକୁ ଆକ୍ଟିଭ କରିବା ପାଇଁ ସେଟିଙ୍ଗସ୍‌ କୁ ଯାଆନ୍ତୁ।
-ଜେନେରାଲ ଉପରେ ଟ୍ୟାପ କରନ୍ତୁ।
-ଆକ୍ସେବିଲିଟି କୁ ଓପନ କରନ୍ତ।ୁ
-ଡିସପ୍ଲେ ଆକମୋଡେସନ କୁ ଟ୍ୟାପ କରନ୍ତୁ।
-ଅଟୋ ବ୍ରାଇଟନେସ ଅନ କୁ ସେଟ କରନ୍ତୁ।

ଲୋ ପାଓ୍ଵାର ମୋଡକୁ ଇନାବେଲ କରନ୍ତୁ:
-ସେଟିଙ୍ଗସକୁ ଯାଆନ୍ତୁ।
-ତଳକୁ ସ୍କ୍ରୋଲ କରନ୍ତୁ ଓ ବ୍ୟାଟେରୀ ଉପରେ ଟ୍ୟାପ କରନ୍ତୁ।
-ଲୋ ପାଓ୍ଵାର ମୋଡକୁ ଅନ କରନ୍ତୁ।

ଏହାସହିତ ଆପଣଙ୍କ ଆଇଫୋନ୍ ବ୍ୟାଟେରୀ ଯେତେବେଳେ ୮୦ ପ୍ରତିଶତରୁ କମ୍ ଦେଖାଇବ ଆପଣ ସେତେବେଳେ ନିଜ ଫୋନ୍ ବ୍ୟାଟେରୀ ରିପ୍ଲେସ କରିପାରିବେ। ତବେ ଆଇ ଫୋନ୍ ଆଉ ଏକ ଅନ୍ୟ କାରଣରୁ ମଧ୍ୟ ଖରାପ ହୋଇଥାଏ। ଯଦି ଆପଣଙ୍କ ଫୋନରେ ରନିଂ ଆପ ସ୍କ୍ରିନ୍ ଉପରେ ରହିଛି ତେବେ ଏହା ଫୋନ୍ ଖରାପ କରିପାରେ। କାରଣ ଆପ ଗୁଡ଼ିକ ଫୋନ୍ ସ୍କ୍ରିନରେ ଚାଲିବା ଦ୍ଵାରା ମଧ୍ୟ ଏହା ଆପଣଙ୍କ ବ୍ୟାଟେରୀ ଉପରେ ପ୍ରଭାବ ପକାଇଥାଏ। ତେଣୁ ଏଥି ପାଇଁ ଆପଣ ବ୍ୟାକଗ୍ରାଉଣ୍ଡ ଆପ ରିିଫ୍ରେସ କରିବା ଦରକାର।

Leave A Reply

Your email address will not be published.