ହ୍ଵାଟ୍ସଆପରେ ସହଜରେ ବନାନ୍ତୁ ନିଜ ଫଟୋକୁ ଷ୍ଟିକର, ସାଙ୍ଗ ମାନଙ୍କୁ ପଠାଇ ଚାଟିଙ୍ଗକୁ କରନ୍ତୁ ମଜାଦାର

ହ୍ଵାଟସଆପ୍‌ ଆମ ଲାଇଫର ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଗଲାଣି। କାହିଁକିନା ଏହାଦ୍ୱାରା ବହୁତ ଜିନିଷ ସହଜ ହୋଇଯାଇଛି। ୟୁଜର୍ସ ଏହା ଜରିଆରେ ସହଜରେ ଫଟୋ, ଭିଡିଓ ଅନ୍ୟ ଜଣଙ୍କୁ ସେୟାର କରିପାରୁଛନ୍ତି। ଏହାସହିତ ଲୋକେସନ୍‌ ମଧ୍ୟ ସେୟାର କରିପାରୁଛନ୍ତି। ୟୁଜର୍ସ ଏହାର ଚାଟକୁ ଆହୁରି ମଜାଦାର କରିବା ପାଇଁ ଜିଆଇଏଫ, ଇମୋଜିର ବ୍ୟବହାର କରନ୍ତି। କିଛି ଲୋକଙ୍କୁ ଷ୍ଟିକର ବହୁତ ପସନ୍ଦ ଆସିଥାଏ।

ଯଦି ଆପଣଙ୍କୁ ମଧ୍ୟ ଷ୍ଟିକର ପସନ୍ଦ ତାହେଲେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ହ୍ଵାଟ୍ସଆପ ଆପଣଙ୍କ ନିଜ ଫଟୋକୁ ଷ୍ଟିକର ବନାଇବାର ଅପ୍ସନ ବି ଦେଇଛି। ହଁ ଆଜ୍ଞା ୟୁଜର୍ସ ହ୍ଵାଟ୍ସଆପରେ ଆରାମରେ ନିଜର ଫଟୋକୁ ଷ୍ଟିକର ବନାଇପାରିବେ। ହ୍ଵାଟ୍ସଆପର ଏହି ଫିଚରର ନାମ ‘Sticker Maker’ ରଖିଛି। ତାହେଲେ ଆସନ୍ତୁ ଜାଣିବା ସେହି ପ୍ରୋସେସ୍‌ ଯାହାଦ୍ୱାରା ଆପଣ ନିଜ ଫଟୋକୁ ଷ୍ଟିକରରେ କନଭର୍ଟ କରିପାରିବେ।

ଷ୍ଟେପ ୧ – ସର୍ବପ୍ରଥମେ ହ୍ଵାଟ୍ସଆପ ୱେବ ଖୋଲନ୍ତୁ ଏବଂ କାହାର ବି ଚାଟ ଓ୍ଵିଣ୍ଡୋ ଓପନ କରନ୍ତୁ। ଏଠାରେ Attachments ଉପରେ ଟ୍ୟାପ୍‌ କରନ୍ତୁ ଏବଂ ଷ୍ଟିକର ସିଲେକ୍ଟ କରନ୍ତୁ।
ଷ୍ଟେପ ୨ – ଫାଇଲ explorer ଓପନ ହୋଇଯିବ। ଏବେ ଏହି ଇମେଜକୁ ଆପଣ ସିଲେକ୍ଟ କରନ୍ତୁ। ଯାହାକୁ ଆପଣ ହ୍ଵାଟ୍ସଆପ୍‌ ଷ୍ଟିକରରେ ବଦଳାଇବାକୁ ଚାହୁଁଛନ୍ତି।
ଷ୍ଟେପ ୩ – ଆପଣ cornersକୁ ଆଡଜଷ୍ଟ କରିପାରିବେ। ଇମେଜକୁ କ୍ରପ କରନ୍ତୁ ଏବଂ ଟେକ୍ସଟ ଏବଂ ଇମୋଜିକୁ ଆଡ କରନ୍ତୁ ଏହାପରେ ଏହାକୁ ଷ୍ଟିକରରେ ପରିବର୍ତ୍ତନ କରିଦିଅନ୍ତୁ।
ଷ୍ଟେପ ୪ – ଏହାପରେ Arrow ଉପରେ ଟ୍ୟାପ କରି ସେଣ୍ଡ କରନ୍ତୁ।

ତେବେ ଆପଣଙ୍କୁଜଣାଇବାକୁ ଚାହିଁବୁ ଯେ ଏହି ଷ୍ଟିକର ବନାଉଥିବା ଏହି ଫିଚର ହ୍ଵାଟ୍ସଆପ ଆପର ଆଣ୍ଡ୍ରଏଡ ଏବଂ ଆଇଓଏସ ୟୁଜର୍ସଙ୍କ ପାଇଁ ନୁହେଁ। କିନ୍ତୁ ଏହି ଫିଚର ସେମାନଙ୍କ ପାଇଁ ଅଧିକ କାମରେ ଆସିବ ଯେଉଁମାନେ ଅଧିକାଂଶ ଡେସ୍କଟପରେ ମେସେଜ୍‌ କରୁଛନ୍ତି। ଏହାବ୍ୟତୀତ ଏହି ନୂଆ ଫିଚର ଆପଣଙ୍କ ଫଟୋକୁ କ୍ୟାରିକେଚର ବନାଇନଥାଏ ବରଂ ଏହାକୁ ଲୋ ରିଜୋଲ୍ୟୁସନ ଷ୍ଟିକର ବନାଇଦେଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.