ଟେକ୍

ଫୋନ୍‌ର ବ୍ୟାକ୍‌ଗ୍ରାଉଣ୍ଡରେ ମାଗଣାରେ ଏମିତି ଚଲାଇପାରିବେ YouTube ଭିଡିଓ, ଫଲୋ କରନ୍ତୁ ଏହି ଟ୍ରିକ୍‌

ୟୁଟ୍ୟୁବ୍‌ରେ ଭିଡିଓ, ମ୍ୟୁଜିକ୍‌ ଓ ଫିଲ୍ମ ଦେଖିବା ସହଜ ହୋଇଥିବାରୁ ଲୋକମାନେ ବହୁଳ ଭାବେ ଏହି ଆପ୍‌ ବ୍ୟବହାର କରିଥାନ୍ତି। କିନ୍ତୁ ଯଦି କେହି ୟୁଟ୍ୟୁବ୍‌ରେ ପ୍ରିମିୟମ୍‌ ମେମ୍ବରସିପ୍‌ର ସବ୍‌ସକ୍ରିପ୍‌ସନ୍‌ ନେଇ ନାହାନ୍ତି ତେବେ ଫୋନ୍‌ର ବ୍ୟାକ୍‌ ଗ୍ରାଉଣ୍ଡରେ ୟୁଟ୍ୟୁବ୍‌ ଭିଡିଓକୁ ଚଲାଇପାରିବେ ନାହିଁ। ଅର୍ଥାତ୍‌ ଯଦି ଆପଣ ୟୁଟ୍ୟୁବ୍‌ରୁ କୌଣସି ଅନ୍ୟ ସାଇଟ୍‌ ବା ଆପ୍‌କୁ ଯିବେ ତେବେ ୟୁଟ୍ୟୁବ୍‌ ଆପେ ଆପେ ବନ୍ଦ ହୋଇଯିବ। କିନ୍ତୁ ଯେଉଁମାନେ ପ୍ରିମିୟମ୍‌ ୟୁଜର ସେମାନେ ବ୍ୟାକ୍‌ ଗ୍ରାଉଣ୍ଡରେ ୟୁଟ୍ୟୁବ୍‌ ଭିଡିଓ ଚଲାଇପାରିବେ। ତେବେ ଆପଣ ଚାହିଁଲେ ମାଗଣାରେ ନିଜ ଆଣ୍ଡ୍ରଏଡ୍‌ ଓ ଆଇଓଏସ୍‌ ଡିଭାଇସ୍‌ର ବ୍ୟାକ୍‌ଗ୍ରାଉଣ୍ଡରେ ୟୁଟ୍ୟୁବ୍‌ ଭିଡିଓ ଚଲାଇପାରିବେ। ଆସନ୍ତୁ ଜାଣିବା କେମିତି…

ଆଣ୍ଡ୍ରଏଡ୍‌ରେ ଏମିତି ଚଲାନ୍ତୁ ଭିଡିଓ:

  • ପ୍ରଥମେ ଗୁଗଲ କ୍ରୋମ୍‌ରେ YouTube Videos ଖୋଲନ୍ତୁ।
  • ପେଜ୍‌ ଲୋଡ୍‌ ହେବା ପରେ ଡାହାଣ ପଟ ଉପରେ ଥିବା ତିନୋଟି ଡଟ୍‌ ଉପରେ କ୍ଲିକ୍‌ କରି ଡେସ୍କଟପ୍‌ ସାଇଟ୍‌ ଚୟନ କରନ୍ତୁ।
  • ଏବେ ଯେକୌଣସି ଭିଡିଓ ସର୍ଚ୍ଚ କରି ଓପନ୍‌ କରନ୍ତୁ। ଏବେ ଆଗାମୀ ପେଜ୍‌ରେ ଭିଡିଓ ଆପେ ଆପେ ପ୍ଲେ ହେବ।
  • ଏବେ ହୋମ୍‌ ସ୍କ୍ରିନ୍‌କୁ ବ୍ୟାକ୍‌ କରି ମେନ୍‌ ପେଜ୍‌କୁ ଗଲେ ଦେଖିବେ ବ୍ୟାକ୍‌ ଗ୍ରାଉଣ୍ଡରେ ଭିଡିଓ ବନ୍ଦ ହୋଇଯିବ।
  • ବର୍ତ୍ତମାନ ନୋଟିଫିକେସନ୍‌ ସେଡ୍‌କୁ ତଳ ପଟେ ଖୋଜନ୍ତୁ। ସେଥିରେ ଆପଣ ଓପନ୍‌ କରିଥିବା ଭିଡିଓର ମିଡିଆ କଣ୍ଟ୍ରୋଲ ଦେଖିବାକୁ ପାଇବେ।
  • ଏବେ ପ୍ଲେ ଉପରେ ଟ୍ୟାପ୍‌ କରନ୍ତୁ। ଦେଖିବେ ବ୍ୟାକ୍‌ ଗ୍ରାଉଣ୍ଡରେ ଭିଡିଓ ଚାଲିବ।

ଆଇଓଏସ୍‌ରେ ଏମିତି ଚଲାନ୍ତୁ:

  • ସଫାରୀ ବ୍ରାଉଜରରେ youtube.com ଖୋଲନ୍ତୁ।
  • ପେଜ୍‌ ଲୋଡ୍‌ ହେବା ପରେ ଆଡ୍ରେସ୍‌ ବାରର ବାମପଟେ aA icon ଉପରେ କ୍ଲିକ୍‌ କରନ୍ତୁ। ଏହା ପରେ ରିକ୍ୱେଷ୍ଟ ଡେସ୍କଟପ୍‌ ୱେବ୍‌ସାଇଟ୍‌କୁ ଯାଆନ୍ତୁ।
  • ଏବେ ଯେକୌଣସି ଭିଡିଓକୁ ସର୍ଚ୍ଚ କରି ପ୍ଲେ କରନ୍ତୁ। ଭିଡିଓ ଚାଲିବା ଆରମ୍ଭ ହେବା ପରେ ହୋମ୍‌ ସ୍କିନ୍‌ରୁ ବାହାରି ଆସନ୍ତୁ।
  • ଏହା ପରେ ଆଇଫୋନ୍‌ରେ କଣ୍ଟ୍ରୋଲ ସେଣ୍ଟରକୁ ଯାଆନ୍ତୁ। ଏଠାରେ ଡାହାଣ ପଟ ଉପରେ ଥିବା ମ୍ୟୁଜିକାଲ କଣ୍ଟ୍ରୋଲ ବକ୍ସ ଉପରେ କ୍ଲିକ୍‌ କରନ୍ତୁ। ଏବେ ପ୍ଲେ ବଟନ କ୍ଲିକ୍‌ କରନ୍ତୁ। ଦେଖିବେ ବ୍ୟାକ୍‌ଗ୍ରାଉଣ୍ଡରେ ଭିଡିଓ ଚାଲିବ।
WCW 11

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

2 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

35 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

37 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

44 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

52 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

53 mins ago