ସ୍ମାର୍ଟଫୋନ୍‌ରୁ ଡିଲିଟ୍‌ ହୋଇଯାଇଛି କି ଫଟୋ, ଆଦୌ ବ୍ୟସ୍ତ ନହୋଇ ଏହି ଉପାୟରେ କରନ୍ତୁ ରିଷ୍ଟୋର

ବର୍ତ୍ତମାନ ସାରା ଦୁନିଆରେ ପ୍ରାୟ ୫୦୦ କୋଟି ଲୋକ ଇଣ୍ଟରନେଟ୍‌ ବ୍ୟବହାର କରୁଛନ୍ତି। ଏଣୁ ୪୫୦ କୋଟି ଲୋକ ସ୍ମାର୍ଟଫୋନ୍‌ ବ୍ୟବହାର କରୁଥିବା କହିଲେ ଚଳେ। ବେଳେବେଳେ ଅସାବଧାନତା ଯୋଗୁ ଆମେ ଭୁଲରେ ଫୋନ୍‌ରୁ ଜରୁରୀ ଫଟୋ ଡିଲିଟ୍‌ କରି ଦେଇଥାଉ, ଯାହା ପରେ ଦରକାର ପଡ଼ିଥାଏ। ଫଟୋ ପାଇଁ ଆମେ ଚିନ୍ତିତ ହୋଇଯାଉ। ତେବେ ଜାଣି ଖୁସି ହେବେ ଯେ ଡିଲିଟ୍‌ ହୋଇଥିବା ଫଟୋ ବି ପୁଣି ଥରେ ରିକଭର ହୋଇପାରିବ। ଆଜି ଆସନ୍ତୁ ଜାଣିବା ଡିଲିଟ୍‌ ହୋଇଥିବା ଫଟୋକୁ ପୁଣିଥରେ ରିଷ୍ଟୋର କରିବାର ତିନୋଟି ଉପାୟ…

ଗୁଗଲ ଫଟୋଜ୍‌ରୁ ଡିଲିଟ୍‌ ହୋଇଥିବା ଫଟୋ କେମିତି ପାଇବେ:

android2

ସବୁ ଆଣ୍ଡ୍ରଏଡ୍‌ ଫୋନ୍‌ରେ ଗୁଗଲର ଫଟୋଜ୍‌ ଆପ୍‌ ରହିଥାଏ। ଗୁଗଲ ଫଟୋଜ୍‌ରେ ଫଟୋ ବ୍ୟାକ୍‌ଅପ୍‌ର ବି ଅପ୍‌ସନ୍‌ ରହିଥାଏ, ଯାହା ସାହାଯ୍ୟରେ ଆପଣ ଗୁଗଲ ଡ୍ରାଇଭରେ ଫଟୋକୁ ବ୍ୟାକଅପ୍‌ ମଧ୍ୟ କରିପାରିବେ। ଗୁଗଲ ଫଟୋଜ୍‌ରୁ କୌଣସି ଫଟୋ ଡିଲିଟ୍‌ ହୋଇଗଲେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପ୍‌କୁ ଓପନ କରନ୍ତୁ ଓ ସାଇଜ ମେନ୍ୟୁରୁ Trash କିମ୍ବା Bin କୁ ସିଲେକ୍ଟ କରନ୍ତୁ। ସେଠାରେ ଆପଣଙ୍କୁ ସମସ୍ତ ଡିଲିଟ୍‌ ହୋଇଥିବା ଫଟୋ ମିଳିଯିବ। ଏବେ ଯେଉଁ ଫଟୋକୁ ରି-ଷ୍ଟୋର କରିବାକୁ ଚାହୁଁଛନ୍ତି, ତାହାକୁ ସିଲେକ୍ଟ କରନ୍ତୁ ଓ ରିକଭର କରନ୍ତୁ। ଏଠାରେ ୬୦ ଦିନ ପୂର୍ବରୁ ଡିଲିଟ୍‌ ହୋଇଥିବା ଫଟୋ ମିଳିବ ନାହିଁ।

ଫୋନ୍‌ର ମେମୋରୀ କାର୍ଡରୁ ଡିଲିଟ୍‌ ହୋଇଥିବା ଫଟୋ କେମିତି ପାଇବେ:

easeus data recovery wizard

ଫୋନ୍‌ରୁ କିମ୍ବା ଫୋନ୍‌ ମେମୋରୀ କାର୍ଡରୁ ଫଟୋ ଡିଲିଟ୍‌ ହୋଇଥିଲେ ମଧ୍ୟ ଆପଣ ସହଜରେ ଏହି ଫଟୋ ପାଇପାରିବେ। ଏଥିପାଇଁ ମେମୋରୀ କାର୍ଡକୁ ଫୋନ୍‌ରୁ ବ୍ୟବହାର କରି କାର୍ଡ ରିଡର ସାହାଯ୍ୟରେ କମ୍ପ୍ୟୁଟରରେ ଲଗାନ୍ତୁ ଓ ଯେକୌଣସି ରିକଭରି ସଫ୍ଟେଓ୍ଵୟାର ସାହାଯ୍ୟରେ ପୁଣି ଥରେ ରିକଭର କରନ୍ତୁ। ଏହା ସମ୍ଭବ କାରଣ ଯେବେ ଯାଏଁ କାର୍ଡରେ ଅନ୍ୟ କୌଣସି ଡାଟା କପି କରାଯାଇନାହିଁ ସେବେ ପର୍ଯ୍ୟନ୍ତ ଡାଟା ମେମୋରୀ କାର୍ଡରେ ରହିଥାଏ। ଆପଣ ଚାହିଁଲେ କମ୍ପ୍ୟୁଟରରେ EaseUS Data Recovery Wizard ଡାଉନ୍‌ଲୋଡ୍‌ କରିପାରିବେ।

ଆଣ୍ଡ୍ରଏଡ୍‌ ଫୋନ୍‌ରୁ ଡିଲିଟ୍‌ ହୋଇଥିବା ଫଟୋ କେମିତି ପାଇବେ:

DiskDigger

ଆଣ୍ଡ୍ରଏଡ୍‌ ଫୋନ୍‌ରେ ଫଟୋ ରିକଭରି ପାଇଁ ସବୁଠାରୁ ଭଲ ଆପ୍‌ ହେଉଛି DiskDigger। ଏହି ଆପ୍‌କୁ ଆପଣ ଗୁଗଲ ପ୍ଲେ ଷ୍ଟୋରରୁ ବି ଡାଉନ୍‌ଲୋଡ୍‌ କରିପାରିବେ। ଏହି ଆପ୍‌ ସାହାଯ୍ୟରେ ଆପଣ ଡିଲିଟ୍‌ ହୋଇଥିବା ଭିଡିଓକୁ ମଧ୍ୟ ପୁଣି ଥରେ ପାଇପାରିବେ। ଫଟୋ ଓ ଭିଡିଓ ବ୍ୟତୀତ ଆଉ କିଛି ପାଇବାକୁ ଚାହୁଁଥିଲେ ଏଥିପାଇଁ ପଇସା ଦେବାକୁ ପଡ଼ିବ। ତେବେ ଏହି ଆପ୍‌ କେବଳ କରପ୍ଟ ହୋଇନଥିବା ଫଟୋକୁ ହିଁ ରିକଭର କରିପାରିବ।

You might also like