ଟେକ୍

କରୋନା ଭ୍ୟାକ୍‌ସିନ୍‌ ପାଇଁ Co-WIN ଆପ୍‌ରେ କରିବାକୁ ହେବ ରେଜିଷ୍ଟ୍ରେସନ୍‌, ଜାଣନ୍ତୁ ପୂରା ପ୍ରୋସେସ୍‌

ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆସିବାକୁ ଯାଉଛି କରୋନା ଭ୍ୟାକ୍‌ସିନ୍‌। ଏକ୍ସପର୍ଟ କମିଟିର ସୁପାରିଶ ପରେ ଡ୍ରଗ୍‌ କଣ୍ଟ୍ରୋଲ ଜେନେରାଲ ଅଫ୍‌ ଇଣ୍ଡିଆ ରବିବାର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର କୋଭିସିଲ୍ଡ ଓ ଭାରତ ବାୟୋଟିକ୍‌ର ସ୍ୱଦେଶୀ କୋଭାକ୍ସିନ୍‌କୁ ଜରୁରୀକାଳୀନ ସ୍ଥିତିରେ ବ୍ୟବହାର କରିବାକୁ ମଞ୍ଜୁରୀ ଦେଇଛନ୍ତି।

ଦେଶରେ କରୋନା ଟିକାକରଣ ପ୍ରକ୍ରିୟା ପାଇଁ କେନ୍ଦ୍ର ତରଫରୁ ଏକ ଆପ୍‌ ଲଞ୍ଚ୍‌ କରାଯାଇଛି, ଯାହାର ନାଁ ରଖାଯାଇଛି Co-WIN App। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା.ହର୍ଷବର୍ଦ୍ଧନ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ଏହି ଆପ୍‌ ମାଧ୍ୟମରେ ଟିକା ନେବାକୁ ଚାହୁଁଥିବା ଲୋକମାନେ ରେଜିଷ୍ଟ୍ରେସନ୍‌ କରିପାରିବେ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ଵିଟ୍‌ କରି କୋ-ଓ୍ଵିନ୍‌ ମାଧ୍ୟମରେ କି କି ସୁବିଧା ଦିଆଯାଉଛି ସେ ନେଇ ସୂଚନା ଦେଇଛନ୍ତି।

କୋ-ଓ୍ଵିନ୍‌ ଆପ୍‌ରେ ରହିଛି ଏହି ୫ଟି ମଡ୍ୟୁଲ:

କୋଓ୍ଵିନ୍‌ ଆପ୍‌ ଟିକାକରଣ ପ୍ରକିୟା, ପ୍ରଶାସନିକ କାର୍ଯ୍ୟକଳାପ, ଟିକାକରଣ କର୍ମୀଙ୍କ ପାଇଁ ଏକ ମଞ୍ଚ ଭଳି କାମ କରିବ। ଏଥିରେ ୫ଟି ମଡ୍ୟୁଲ ରହିଛି। ପ୍ରଥମ ପ୍ରଶାସନିକ ମଡ୍ୟୁଲ, ଦ୍ୱିତୀୟ ରେଜିଷ୍ଟ୍ରେସନ୍‌ ମଡ୍ୟୁଲ, ତୃତୀୟ ଭ୍ୟାକ୍‌ସିନେସନ୍‌ ମଡ୍ୟୁଲ, ଚତୁର୍ଥ ଲାଭାନ୍ଵିତ ସ୍ୱୀକୃତି ମଡ୍ୟୁଲ ଓ ପଞ୍ଚମ ରିପୋର୍ଟ ମଡ୍ୟୁଲ। ରେଜିଷ୍ଟ୍ରେସନ୍‌ କରୁଥିବା ବ୍ୟକ୍ତି କେଉଁ କାମ ପାଇଁ ରେଜିଷ୍ଟ୍ରେସନ୍‌ କରିବାକୁ ଚାହୁଁଛନ୍ତି, ଏହି ଅପ୍‌ସନ୍‌ରୁ ଚୟନ କରିପାରିବେ।

ତେବେ ବର୍ତ୍ତମାନ ସାଧାରଣ ଲୋକଙ୍କ ପାଇଁ ଏହି ଆପ୍‌ ଉପଲବ୍ଧ ହୋଇନାହିଁ। କେବଳ ଅଧିକାରୀମାନେ ହିଁ ଏବେ ଏହି ଆପ୍‌କୁ ଆକ୍ସେସ୍‌ କରିପାରୁଛନ୍ତି। ସରକାରଙ୍କ ନିର୍ଦ୍ଦେଶ ପରେ ଏହି ଆପ୍‌କୁ ସମସ୍ତଙ୍କ ବ୍ୟବହାର ପାଇଁ ଉପଲବ୍ଧ କରାଯିବ।

WCW 11

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

13 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

26 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

35 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

38 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago