ବାସ୍‌ ଗୋଟିଏ କ୍ଲିକରେ ହଟାନ୍ତୁ ଫୋନରୁ ସମସ୍ତ ଡୁପ୍ଲିକେଟ କଣ୍ଟାକ୍ଟ ନମ୍ବର, ଜାଣନ୍ତୁ ପ୍ରୋସେସ୍‌

ଆପଣ ଲକ୍ଷ୍ୟ କରିଥିବେ ଯେ ଅଧିକାଂଶ ଲୋକ ମାତ୍ର ଦୁଇ ତିନି ବର୍ଷ ଫୋନ ବ୍ୟବହାର କରି ବଦଳାଇ ଦିଅନ୍ତି। ଏମିତି କିଛି ଲୋକ ତ ଏମିତି ଅଛନ୍ତି ଯେଉଁମାନେ ଗୋଟେ ବର୍ଷ ନୂଆ ଫୋନ ଧରିଥିବେ କି ନାହିଁ ପୁଣି ନୂଆ ଏକ ସ୍ମାର୍ଟଫୋନ ବ୍ୟବହାର କରନ୍ତି। ତେବେ ନୂଆ ଫୋନରେ ସିମ ପକାଇ ଆମେ କଣ୍ଟାକ୍ଟ ନମ୍ବରକୁ କପି କରିବା ସହ ସେହି ନମ୍ବରକୁ ପୁଣି ଇ-ମେଲ ଆଇଡି ସହିତ ବି ସିଙ୍କ କରିଥାଉ। ଏହି କାରଣରୁ ନୂଆ ଫୋନରେ କଣ୍ଟାକ୍ଟ ଲିଷ୍ଟ ୨-୩ ଥର ଦେଖିବାକୁ ମିଳିଥାଏ। ଏହି ନମ୍ବରକୁ ଡୁପ୍ଲିକେଟ୍‌ କଣ୍ଟାକ୍ଟ ନମ୍ବର କୁହାଯାଏ। ତେବେ ନୂଆ ଫୋନରେ କଣ୍ଟାକ୍ଟ ଲିଷ୍ଟ ଏକରୁ ଅଧିକ ଥର ଦେଖାଯିବା କାରଣରୁ ଆମକୁ ଗୋଟେ ଗୋଟେ ସିଲେକ୍ଟ କରି ଡିଲିଟ୍‌ କରିବା ମୁସ୍କିଲ ହୋଇଯାଇଥାଏ। ତେଣୁ ଆପଣଙ୍କର ଏହି ସମସ୍ୟାର ସମାଧାନ ପାଇଁ ଆମେ ଆପଣଙ୍କ ପାଇଁ ଏକ ବହୁତ ସୁନ୍ଦର ଭିଡିଓ ନେଇ ଆସିଛୁ। ଯାହାଦ୍ୱାରା ଆଣ୍ଡ୍ରଏଡ୍‌ ୟୁଜର ମାନେ ଏହି ଡୁପ୍ଲିକେଟ୍‌ କଣ୍ଟାକ୍ଟକୁ ମାତ୍ର ଗୋଟିଏ କ୍ଲିକରେ ଡିଲିଟ୍‌ କରିପାରିବେ।

ଏଥିପାଇଁ ଦୁଇଟି ତରିକା ରହିଛି। ପ୍ରଥମଟି ମୋବାଇଲ ଆପ୍‌ ଏବଂ ଦ୍ୱିତୀୟଟି ଜିମେଲ। ଯଦି ଆମେ ଆପ୍‌ ବିଷୟରେ କହିବା ତାହେଲେ ଏଥିପାଇଁ ଆପଣଙ୍କୁ ପ୍ଳେ-ଷ୍ଟୋରରୁ ଏକ ଥାର୍ଡ ପାର୍ଟି ଆପ୍‌ Cleaner – Merge Duplicate Contact ଡାଉନଲୋଡ କରିବାକୁ ହେବ। ଆପଣ ଏହି ଆପକୁ ଓପନ କରିବା ମାତ୍ରକେ ହିଁ ଫୋନରେ ଥିବା ସବୁ କଣ୍ଟାକ୍ଟ ସ୍କାନ ହୋଇଯିବ।

ଆପଣଙ୍କୁ ଫୋନର ସମସ୍ତ କଣ୍ଟାକ୍ଟ ଏହି ଆପରେ ଡୁପ୍ଲିକେଟ୍‌ କଣ୍ଟାକ୍ଟ ସହିତ ଦେଖାଯିବ। ଏବେ ମର୍ଜ ବଟନ୍‌ ଉପରେ କ୍ଲିକ କରନ୍ତୁ। ଏହାପରେ ଆପଣଙ୍କର ସମସ୍ତ ଡୁପ୍ଲିକେଟ୍‌ କଣ୍ଟାକ୍ଟ ଡିଲିଟ ହୋଇଯିବ ଏବଂ ଅରିଜିନାଲ୍‌ କଣ୍ଟାକ୍ଟ ରହିବ।

ଏବେ ଆସନ୍ତୁ ଜାଣିବା ଜିମେଲ ସାହାଯ୍ୟରେ ଆପଣ କେମିତି ଡୁପ୍ଲିକେଟ୍‌ କଣ୍ଟାକ୍ଟସକୁ ହଟାଇବେ?

ସର୍ବପ୍ରଥମେ ଜିମେଲ ଲଗଇନ୍‌ କରନ୍ତୁ। ଏବେ ମେଲର ରାଇଟ ହାଣ୍ଡ ଟପ୍‌ କର୍ଣ୍ଣରରେ ଆପ୍ଲିକେସନ୍‌ ବାର ଦେଖାଯିବ, ସେଠାରେ କ୍ଲିକ କରନ୍ତୁ। ଏବେ ଆପଣଙ୍କୁ କଣ୍ଟାକଟ ଅପ୍ସନ ଦେଖାଦେବ. ଏବେ ଲେଫ୍ଟ ସାଇଡ ଡ୍ରପଡାଉନ ଅପ୍ସନସରେ ଆପଣଙ୍କୁ ମର୍ଜ ଆଣ୍ଡ ଫିକ୍ସ ଅପସନ୍‌ ଦେଖାଯିବ। ଏହା ଉପରେ କ୍ଲିକ କରିବା ମାତ୍ରେ ଆପଣ ଉଭୟ ଅରିଜିନାଲ ଓ ଡୁପ୍ଲିକେଟ କଣ୍ଟାକ୍ଟ ନମ୍ବର ଦେଖିପାରିବେ। ଏବେ ମର୍ଜ ଅଲ ଉପରେ କ୍ଲିକ କରି ଆପଣ ଡୁପ୍ଲିକେଟ ନଂବରଗୁଡିକୁ ଡିଲିଟ୍‌ କରିପାରିବେ। ଆପଣ ଚାହିଁଲେ ୟାକୁ ମର୍ଜ ବି କରିପାରିବେ। ଥରେ ମର୍ଜ କରିବା ପରେ ଆପଣଙ୍କ ଫୋନର ସମସ୍ତ କଣ୍ଟାକ୍ଟସ ଲିଷ୍ଟ ଅପଡେଟ୍‌ ହୋଇଯିବ ଏବଂ ଗୋଟିଏ ନମ୍ବର ଅନେକ ବାରମ୍ବାର ଦେଖାଯିବନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.