ଆଜିର ଦୁନିଆରେ ସମସ୍ତେ ସୋସିଆଲ ମିଡିଆ ୟୁଜ୍ କରୁଛନ୍ତି। ଆଉ ନିଜର ପ୍ରତ୍ୟେକ ଦିନର ଲାଇଫ୍ ଷ୍ଟାଇଲକୁ ମେମୋରୀ କରିବ ପାଇଁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଦିଅନ୍ତି। ଆଉ ଏବେ ତ ଲାଇକ ସେୟାର କମେଣ୍ଟ ପାଇଁ ଲୋକେ ବହୁତ ମାତ୍ରାରେ ପୋଷ୍ଟ କରୁଛନ୍ତି। ତେବେ ସେତେବେଳେ ସମସ୍ୟା ହୁଏ ଯେତେବେଳେ ଆପଣ ପୋଷ୍ଟ କରିଥିବା ଫଟୋ ଏବଂ ଭିଡିଓ ଡିଲିଟ୍ ହୋଇଯାଏ। ଯଦି ଆପଣ ବି ଏମିତି ସମସ୍ୟାରେ ଅଛନ୍ତି ଆଉ ଭାବୁଛନ୍ତି କେମିତି ଆପଣ ନିଜର ଡିଲିଟ୍ ହୋଇଯାଇଥିବା ଫଟୋ ଭିଡିଓକୁ କେମିତି ଫେରିପାଇବେ ତାହେଲେ ଆମେ ଆପଣଙ୍କୁ ଏହାର ତରିକା ଜଣାଇବୁ। ଯାହାଦ୍ୱାରା ଆପଣ ଟେନସନ୍ ଫ୍ରିରେ ନିଜର ଫଟୋ ଭିଡିଓକୁ ରିଷ୍ଟୋର କରିପାରିବେ।
- ଏଥିପାଇଁ ସର୍ବପ୍ରଥମେ ଆପଣଙ୍କୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଓପନ କରିବାକୁ ହେବ।
- ଏହାପରେ ନିଜ ପ୍ରୋଫାଇଲ ପେଜକୁ ଆସନ୍ତୁ।
- ଏବେ ଡାହାଣ ପାଖ ଉପରେ ଥିବା ୩ ଡଟ୍ ଲାଇନ ଉପରେ କ୍ଲିକ କରନ୍ତୁ।
- ଏହାଉପରେ କ୍ଲିକ କରିବା ପରେ ହିଁ ଆପଣଙ୍କ ସ୍କ୍ରୀନ ଉପରେ ଅନେକ ଅପ୍ସନ ଶୋ କରିବ। ଆପଣଙ୍କୁ ଏଠାରେ ସେଟିଙ୍ଗ୍ ଅପ୍ସନକୁ ଚୟନ କରନ୍ତୁ।
- ନେକ୍ସଟ ଷ୍ଟେପରେ ଆକାଉଣ୍ଟ ଅପ୍ସନ ଉପରେ କ୍ଲିକ କରି ରିସେଣ୍ଟଲୀ ଡିଲିଟେଡ୍ ଅପ୍ସନକୁ ଚୟନ କରନ୍ତୁ।
- ଏବେ ଆପଣଙ୍କ ସ୍କ୍ରୀନ ଉପରେ ସେହି ସବୁ ଡିଲିଟ୍ ହୋଇଥିବା ଫଟୋ ଏବଂ ଭିଡିଓ ପୁର୍ନବାର ଶୋ କରିବ।
- ଆପଣ ଯେଉଁ ଫଟୋ ଏବଂ ଭିଡିଓକୁ ରିଷ୍ଟୋର କରିବାକୁ ଚାହୁଁଛନ୍ତି। ତାକୁ ସିଲେକ୍ଟ କରି ସହଜରେ ଫୋନରେ ରିଷ୍ଟୋର କରିପାରିବେ।