ୟୁଜରଙ୍କ ଲାଗି ସବୁଠୁ ଅଧିକ ସୁବିଧା ପ୍ରଦାନ କରୁଥିବାରୁ ବହୁ ସଂଖ୍ୟକ ଲୋକ Whatsapp ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି। Whatsapp ରେ ଆପଣ କୌଣସି ବନ୍ଧୁ କିମ୍ବା ପରିଜନଙ୍କ ଚାଟ୍ ମଧ୍ୟ ଜିମେଲରେ ସେଭ୍ କରିପାରିବେ। ଆସନ୍ତୁ ଜାଣିବା କେମିତି…
ଆପଣ Whatsapp ର ପର୍ସନାଲ ଚାଟକୁ ମେଲ୍ ମାଧ୍ୟମରେ ଅନ୍ୟଜଣଙ୍କୁ ପଠାଇ ପାରିବେ। କେବଳ ଏତିକି ନୁହେଁ, ଆପଣ ଏହାକୁ ଜିମେଲରେ ସେଭ୍ ମଧ୍ୟ କରିପାରିବେ। ଚାଟ୍ ପଠାଇବା ପାଇଁ Whatsapp ସେଟିଂକୁ ଯାଇ Chat History ଭିତରେ ଏକ୍ସପୋର୍ଟ ଚାଟକୁ ଯିବାକୁ ହେବ। ଏଠାରେ ଆପଣ ସେସବୁ Contacts କୁ ସିଲେକ୍ଟ କରିପାରିବେ, ଯାହାର Chat କୁ ଇମେଲରେ ସେଭ୍ କରିବାକୁ ଚାହୁଁଛନ୍ତି। ଏଠାରେ ଆପ୍ ଆପଣଙ୍କୁ ମିଡିଆ ଫାଇଲ ସମେତ ବିନା ମିଡିଆ ଫାଇଲର Chat ଏକ୍ସପୋର୍ଟ କରିବାକୁ ମଧ୍ୟ ଅପ୍ସନ ଦେଉଛି।
ଏହି ଟ୍ରିକ୍ ଆପଣାଇ ଆପଣ ନିଜ ପ୍ରିୟଜନଙ୍କ ଚାଟକୁ ସବୁଦିନ ପାଇଁ ଜିମେଲରେ ସେଭ କରିପାରିବେ। ଏହି ଚାଟ୍ ଆଉ ଡିଲିଟ୍ ହେବା ଭୟ ରହିବ ନାହିଁ।