ଏବେ Group Call କୁ କରନ୍ତୁ Schedule
Whatsapp Call ପାଇଁ ନୂଆ ଫିଚର। ଆସୁଥିବା ଏହି ନୂଆ ଫିଚରରେ କଲ୍ କୁ ସେଡ୍ୟୁଲ କରିବାର କରିପାରିବେ। ଆଉ ଏଥିପାଇଁ ଆପଣଙ୍କୁ ଅପସନ ମଧ୍ୟ ଦିଆଯିବ।ଏହି ଫିଚର ସାହାଯ୍ୟରେ ୟୁଜର ନିଜ ଇଚ୍ଛାରେ କଲ କୁ କେତେବେଳେ ସେଡ୍ୟୁଲ କରିବେ ତାହାର ନାମ କଣ ଦିଆଯିବ, ସେ ସବୁ ନିଷ୍ପତ୍ତି ନେଇପାରିବେ।

ଏବେ ହ୍ଵାଟସଆପ୍ ଆହୁରି ନୂଆ ନୂଆ ଫିଚର୍ସ ଲଞ୍ଚ କରିବାକୁ ଯାଉଛି। ଏବେ କମ୍ପାନୀ କଲ୍ କୁ ସେଡ୍ୟୁଲ କରିବାର ଫିଚରକୁ ଲଞ୍ଚ କରିବାକୁ ଯାଉଛି। ହ୍ଵାଟସଆପ୍ ରେ ସେଡ୍ୟୁଲ ଗ୍ରୁପ କଲ୍ ନାମକ ଏକ ନୂଆ ଫିଚର ଆସିବ। ଯାହାକୁ ନେଇ ଏବେ କାମ ଚାଲିଛି। ଏହା ଉଭୟ ଆଣ୍ଡ୍ରଏଡ ଓ ଆଇଓଏସ୍ ୟୁଜର୍ସଙ୍କ ପାଇଁ ଉପଲବ୍ଧ ରହିବ।
ହ୍ଵାଟସଆପ୍ ରେ ଆସୁଛି ଏକ ଧମାକାଦାର ଫିଚର୍ସ। ଏହି ଫିଚର ବର୍ତ୍ତମାନ ଡେଭଲପମେଣ୍ଟ ଷ୍ଟେଜରେ ରହିଛି। ଆସୁଥିବା ଏହି ନୂଆ ଫିଚରରେ କଲ୍ କୁ ସେଡ୍ୟୁଲ କରିବାର କରିପାରିବେ। ଆଉ ଏଥିପାଇଁ ଆପଣଙ୍କୁ ଅପସନ ମଧ୍ୟ ଦିଆଯିବ। ଆସନ୍ତୁ ଜାଣିବା ଏହି ନୂଆ ଫିଚର୍ସର ଫାଇଦା ସମ୍ପର୍କରେ..
ହ୍ଵାଟସଆପ୍ ଲୋକପ୍ରିୟ ଚାଟିଂ ଆପ୍। ପ୍ରତିଥର ଏହା ନିଜ ୟୁଜର୍ସଙ୍କ ପାଇଁ ବଢ଼ିଆ ଫିଚର୍ସ ନେଇଆସେ। ଯେମିତିକି ୟୁଜର୍ସ ବୋର୍ ନହେବେ। ନୂଆ ଅପଡେଟରେ ହ୍ଵାଟସଆପ୍ ଆଇଓଏସ୍ ପାଇଁ ପିକ୍ଚର ଇନ ପିକ୍ଚର ମୋଡ, କ୍ୟାପସନ ସହିତ ଫରଓ୍ଵାର୍ଡ, ସେଲ୍ଫ ମେସେଜ ଓ ଅନ୍ୟାନ୍ୟ ସୁବିଧା ଦିଆଯାଇଛି। ଏହା ଆଗକୁ ଅନେକ ଫିଚର୍ସ କୁ ରୋଲ ଆଉଟ କରିବ। ଏହି ଫିଚର ବର୍ତ୍ତମାନ ଡେଭଲପମେଣ୍ଟ ଷ୍ଟେଜରେ ଅଛି। ତେବେ ଏହି ସୁବିଧା ଆସିବା ପରେ ୟୁଜର୍ସଙ୍କୁ କଥା ହେବା ଆହୁରି ସହଜ ହୋଇଯିବ।
ଓ୍ଵାବିଟାଇନଫୋରେ କୁହାଯାଇଛି ଯେ ଏହି ଫିଚର ଅଣ୍ଡର ଡେଭଲପମେଣ୍ଟ ଷ୍ଟେଜରେ ରହିଛି। ଏହାସହ ବିଟା ଟେଷ୍ଟର ପାଇଁ ଏବେ ଯାଏଁ ଲଞ୍ଚ ହୋଇନାହିଁ। ଏହି ଫିଚରରେ ୟୁଜସ ଗ୍ରୁପରେ ଅନ୍ୟ ମେମ୍ବର୍ସଙ୍କ ସହିତ କଲ କରିବାର ପ୍ଲାନିଂ କରିପାରିବେ। ସେଡ୍ୟୁଲ କରିପାରିବେ। ରିପୋର୍ଟ ଅନୁସାରେ ଏହି ଫିଚର ମେନ୍ୟୁ ରେ ସାମିଲ ହେବ। ନୂଆ ବଟନରେ ଏହି କାମ କରାଯିବ। ଆଗକୁ ୟୁଜର୍ସଙ୍କୁ ଆକାଉଣ୍ଟ ରେ ସେଡ୍ୟୁଲିଂ ଅପସନ ଖୁବ ସହଜରେ ମିଳିଯିବ ।
କଲକୁ କରନ୍ତୁ ସେଡ୍ୟୁଲ:
ଏହି ଫିଚର ସାହାଯ୍ୟରେ ୟୁଜର ନିଜ ଇଚ୍ଛାରେ କଲ କୁ କେତେବେଳେ ସେଡ୍ୟୁଲ କରିବେ ତାହାର ନାମ କଣ ଦିଆଯିବ, ସେ ସବୁ ନିଷ୍ପତ୍ତି ନେଇପାରିବେ। ଏହା ବିଲକୁଲ ମାଇକ୍ରୋସଫ୍ଟ ଟିମ୍ସ ଭଳି ରହିବ। ତାର ଲିଙ୍କ ମଧ୍ୟ ଜଏନ କରିବାକୁ ଥିବା କଣ୍ଟାକ୍ଟକୁ ପଠାଇହେବ। ଅଡ଼ିଓ ସହ ଭିଡ଼ିଓ ଦୁଇଟି କଲ କୁ ସେଡ୍ୟୁଲ କରିପାରିବେ। ଏହାସହ କଲ ଆରମ୍ଭ ପୂର୍ବରୁ ଗ୍ରୁପରେ ସମସ୍ତ ସଦସ୍ୟକୁ ଜଣାଇଦିଆଯିବ ଯେମିତି ସେମାନେ ତୁରନ୍ତ ସେହି ଲିଙ୍କରେ ଜଏନ କରିବେ।
Wabetainfo ଅନୁସାରେ ହ୍ଵାଟସଆପ୍ ଏକ ଏଭଳି ଫିଚର୍ସ ଉପରେ କାମ କରୁଛି। ଯାହା ସେଣ୍ଡ କରାଯାଇଥିବା ମେସେଜକୁ ଏଡ଼ିଟ କରିବା ଅପସନ ଦେବ। ରିପୋର୍ଟ ଅନୁସାରେ ୟୁଜର୍ସ ପଠାଇଥିବା ଭୁଲ ମେସେଜ କୁ ଡିଲେଟ ନକରି ମଧ୍ୟ ଏହାକୁ ଏଡ଼ିଟ କରି ଠିକ କରିପାରିବେ। କିନ୍ତୁ ଏଥିପାଇଁ ତାଙ୍କୁ ୧୫ ମିନିଟର ସମୟ ମିଳିବ। ୧୫ ମିନିଟ ମଧ୍ୟରେ ସମସ୍ତ ୟୁଜର୍ସ ନିଜ ମେସେଜକୁ ଏଡ଼ିଟ କରିପାରିବେ।
ଆଜିର ଆଧୁନିକ ଯୁଗରେ ଟେକ୍ନୋଲୋଜି ଆଗକୁ ଆଗକୁ ବଢ଼ିଚାଲିଛି। ଟେକ୍ନୋଲୋଜି ଯେତେ ଆଗକୁ ଆଗକୁ ଯାଉଛି କଥା ହେବାର ତରିକାରେ ବି ପରିବର୍ତ୍ତନ ଆସୁଛି। ପୂର୍ବରୁ ଲୋକମାନେ ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ କଥା ହେବା ପାଇଁ ପାରାର ଉପଯୋଗ କରୁଥିଲେ। ଏହା ପରେ ଚିଠି, ଟେଲିଫୋନ, ସ୍ମାର୍ଟଫୋନ ଏବଂ ଚାଟିଙ୍ଗ୍ ଆପ୍ସ ଯେମିତିକି ହ୍ଵାଟସଆପ, ଟେଲିଗ୍ରାମ, ଫେସବୁକ ଜରିଆରେ କଥା ହେଉଛନ୍ତି। ଏବେ ଲୋକମାନେ ଜଣେ ଜଣକଙ୍କ ସହ ସମ୍ପର୍କ ରଖିବା ପାଇଁ କଥାବାର୍ତ୍ତା ବଦଳରେ ଅଧିକ ଚାଟିଙ୍ଗ୍ କରୁଛନ୍ତି। ହ୍ଵାଟ୍ସଆପ୍ ଆଜିର ଜମାନାରେ କଥାବାର୍ତ୍ତା କରିବାର ସବୁଠୁ ଲୋକପ୍ରିୟ ଆପ୍ ହୋଇଛି। ଏହାଛଡା ଆହୁରି ବି ଏମିତି ଅନଲାଇନ୍ ଚାଟିଙ୍ଗ୍ ଆପ୍ ରହିଛି ଯାହାକୁ ମଧ୍ୟ ବ୍ୟବହାର କରୁଛନ୍ତି ଲୋକେ। ହ୍ଵାଟ୍ସଆପର ଉପଯୋଗ କେବଳ କଥା ହେବାକୁ କରାଯାଏ ନାହିଁ ଏତେ ଏହି ଆପ ଦ୍ୱାରା ପେମେଣ୍ଟ ମଧ୍ୟ କରିପାରିବେ। ଭିଡିଓ କଲ୍, ଫଟୋ ପଠାଇବା, ଗୀତ ପଠାଇବା, ଗ୍ରୁପ କଲ୍ ଭଳି ଅନେକ ଫାଇଦା ରହିଛି ହ୍ଵାଟ୍ସଆପରେ।