ପେନ୍‌ଡ୍ରାଇଭ୍‌କୁ ବି କରିପାରିବେ ଲକ୍‌, ଜାଣନ୍ତୁ ସବୁଠୁ ସହଜ ଉପାୟ

ଆମେ ନିଜ ସ୍ମାର୍ଟଫୋନ୍‌, ଟ୍ୟାବ୍‌ଲେଟ୍‌, ହାର୍ଡ ଡିସ୍କ ଓ ପେନ୍‌ ଡ୍ରାଇଭ୍‌ ଭଳି ପର୍ସନାଲ ଡିଭାଇସ୍‌ରେ ଜରୁରୀ ଡାଟା ଷ୍ଟୋର କରିଥାଉ। ତେବେ ଫୋନ୍‌ ଓ ଟ୍ୟାବ୍‌ଲେଟ୍‌ରେ ତ ଆମେ ସ୍କ୍ରିନ୍‌ ଲକ୍‌ ଲଗାଇଥାଉ। କିନ୍ତୁ ପେନ୍‌ ଡ୍ରାଇଭ୍‌ରେ ଡାଟାକୁ ସୁରକ୍ଷିତ ରଖିବା ପାଇଁ କିଛି କରିପାରିନଥାଉ। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆପଣ ନିଜ ପେନ୍‌ଡ୍ରାଇଭରେ ମଧ୍ୟ ପାସ୍‌ଓ୍ଵାର୍ଡ ଲଗାଇ ଡାଟାକୁ ସୁରକ୍ଷିତ କରିପାରିବେ।

ସୂଚନାଯୋଗ୍ୟ ଯେ ଏହି ଫିଚର ଓ୍ଵିଣ୍ଡୋଜ୍‌ ଅପରେଟିଂ ସିଷ୍ଟମ୍‌ରେ ଡିଫଲ୍ଟ ଭାବେ ରହିଛି। ଏହାକୁ ବ୍ୟବହାର କରିବା ପାଇଁ ଆପଣ କିଛି ସାଧାରଣ ଉପାୟ ଆପଣାଇପାରିବେ।

ଏଥିପାଇଁ ପ୍ରଥମେ ନିଜ କମ୍ପ୍ୟୁଟରରେ ୟୁଏସ୍‌ବି ପେନ୍‌ ଡ୍ରାଇଭ୍‌ ଲଗାନ୍ତୁ। ଏହା ପରେ ଡ୍ରାଇଭ୍‌କୁ ଯାଇ ରାଇଟ୍‌ କ୍ଲିକ୍‌ କରନ୍ତୁ। ଏବେ ଆପଣଙ୍କୁ ‘Turn on BitLocker’ ର ଅପସନ୍‌ ଦେଖାଇବ। ଏହାକୁ ସିଲେକ୍ଟ କରନ୍ତୁ।

ଏବେ ‘Use password to protect the drive’  ଉପରେ ଟ୍ୟାପ୍‌ କରି ନିଜ ହିସାବରେ ପାସ୍‌ଓ୍ଵାର୍ଡ ସେଟ୍‌ କରନ୍ତୁ। ଯେତେବେଳ ଯାଏଁ ‘Save the key for future reference’ ଲେଖା ହୋଇଥିବା ନ ଆସେ, ସେତେବେଳ ଯାଏଁ Next ବଟନ୍‌ ଉପରେ କ୍ଲିକ୍‌ କରୁଥାନ୍ତୁ।

ଏବେ ଏନ୍‌କ୍ରିପ୍‌ସନ୍‌ ପ୍ରୋସେସ୍‌ ଅଟୋମେଟିକାଲି ଆରମ୍ଭ ହୋଇଯିବ। ଏହା ପରେ ଆପଣ ଦେଇଥିବା ପାସଓ୍ଵାର୍ଡ ଦ୍ୱାରା ପେନ୍‌ ଡ୍ରାଇଭ୍‌ ସୁରକ୍ଷିତ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.