ନମ୍ବର ସେଭ ନ କରି ବି Whatsappରେ ପଠାଇ ପାରିବେ ମେସେଜ, ଜାଣନ୍ତୁ ପ୍ରୋସେସ

ପରସ୍ପର ସହ ଯୋଗାଯୋଗ ରଖିବା ପାଇଁ ଇନ୍‌ଷ୍ଟାଣ୍ଟ ମେସେଜିଙ୍ଗ ଆପ Whatsapp ଏକ ଭଲ ପ୍ଲାଟଫର୍ମ । ବିଶ୍ୱସ୍ତରରେ ଖୁବ ଲୋକପ୍ରିୟତା ବି ହାସଲ କରିସାରିଛି ଏହି ଆପ । କିନ୍ତୁ କିଛି ଥର ଏମିତି ହୋଇଥାଏ ଆମକୁ ଏମିତି କିଛି ବ୍ୟକ୍ତିଙ୍କୁ ମେସେଜ କରିବାକୁ ପଡିଥାଏ ଯେଉଁମାନଙ୍କ ନମ୍ବର ଆମେ ଫୋନରେ ସେଭ କରିବାକୁ ଚାହିଁ ନଥାଉ । ତେବେ ମନରେ ପ୍ରଶ୍ନ ଆସେ ବିନା ନମ୍ବର ସେଭ କରି ଜଣଙ୍କୁ କେମିତି ମେସେଜ କରିହେବ । ତେବେ ଆଜି ଆମେ ଆପଣଙ୍କୁ କିଛି ତରିକା ବାବଦରେ କହିବୁ ଯାହାଦ୍ୱାରା ବିନା ନମ୍ବର ସେଭ କରି ବି ଖୁବ ସହଜରେ Whatsappରେ ମେସେଜ ପଠାଇହେବ ।

ପ୍ରଥମେ ନିଜ ସ୍ମାର୍ଟ ଫୋନରେ ୱେବ ବ୍ରାଉଜର ଖୋଲନ୍ତୁ । ଏବେ https://wa.me /***** ଟାଇପ କରନ୍ତୁ । ***** ର ମାନେ ହେଉଛି କୌଣସି ଦେଶର କୋଡ଼ । କଣ୍ଟ୍ରି କୋଡ଼ ସହିତ ମୋବାଇଲ ନମ୍ବର ଦିଅନ୍ତୁ ଯେଉଁଠିକି ଆପଣ ମେସେଜ ପଠାଇବାକୁ ଚାହୁଁଛନ୍ତି । ଯେମିତି ଆପଣ ନମ୍ବର ଦେଇ ସର୍ଚ୍ଚ କରିବେ ଆପଣଙ୍କ ସାମ୍ନାରେ ଏକ ପେଜ ଖୋଲିଯିବ । ଆଉ ମେସେଜ ପଠାଇବା ଅପସନ ମିଳିଯିବ ।

1. ସେହି Whatsapp ଗ୍ରୁପ ଖୋଲନ୍ତୁ । ଯେଉଁଥିରେ ଆପଣ ଓ ସେହି ବ୍ୟକ୍ତି ଦୁଇ ଜଣ ଥିବେ ।

2. ଏବେ ଗ୍ରୁପ ନାଁରେ ଟାଇପ କରନ୍ତୁ । ଆପଣଙ୍କ ସାମ୍ନାକୁ ଗ୍ରୁପ ଇନଫର୍ମେଶନ ପେଜ ଖୋଲିଯିବ ।

3. ଏବେ ତଳେ ଦିଆଯାଇଥିବା ସୋ ମୋର ବିକଳ୍ପ ଉପରେ କ୍ଲିକ କରନ୍ତୁ ।

4. ଏବେ ଆପଣଙ୍କୁ ନିଜ ଗ୍ରୁପ ମେମ୍ବରଙ୍କ ବିଷୟରେ ତଥ୍ୟ ମିଳିଯିବ ।

5.ଏବେ ଆପଣ ସେହି କଣ୍ଟାକ୍ଟ ଉପରେ ଟ୍ୟାପ କରନ୍ତୁ । ଯାହାକୁ ମେସେଜ ପଠାଇବାକୁ ଚାହୁଁଛନ୍ତି । ଏମିତି କରିବା ଦ୍ୱାରା ଆପଣଙ୍କୁ ମେସେଜ ପଠାଇବା ଅପସନ ସୋ କରିବ ।

6. ମେସେଜ ଅପସନ ଉପରେ କ୍ଲିକ କରିବା ପରେ ଆପଣ ଯାହାଙ୍କୁ ମେସେଜ କରିବାକୁ ଚାହୁଁଛନ୍ତି ତାଙ୍କ ଚାଟ ସ୍କ୍ରିନ ଖୋଲିଯିବ ।

 

You might also like