ହ୍ୱାଟ୍ସଆପ୍ ରେ ବିନା ଟାଇପ୍ ରେ ଏଭଳି କରନ୍ତୁ ମେସେଜ୍

ଆଜିକାଲିର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଲୋକେ ସହଜ ଉପାୟ ଆପଣାଇବାକୁ ବହୁତ ପସନ୍ଦ କରୁଛନ୍ତି । ଯଦି ଆପଣଙ୍କୁ କୁହାଯିବ ବିନା ଟାଇପ କରି ହ୍ୱାଟ୍ସଆପ୍ ମେସେଜ କରନ୍ତୁ, ତେବେ ଆପଣ କହିବେ ଏହା କିପରି ସମ୍ଭବ ହେବ । କିନ୍ତୁ ଏହା କରିବା ସମ୍ଭବ । ଆଜି ଆମେ ଆପଣଙ୍କୁ ଏକ ସହଜ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହା ଜରିଆରେ ଆପଣ ସହଜରେ ହ୍ୱାଟ୍ସଆପରେ ମେସେଜ ପଠାଇ ପାରିବେ । ତେବେ ଆସନ୍ତୁ ଜାଣିବା ଏହା କିପରି କରିବେ ।

ପ୍ରଥମେ ହ୍ୱାଟ୍ସଆପ୍ ଚାଟ୍ ବକ୍ସ ଖୋଲନ୍ତୁ, ଯାହାକୁ ଆପଣ ମେସେଜ ପଠାଇବାକୁ ଚାହୁଁଛନ୍ତି । ଏହାପରେ କି-ବୋର୍ଡ ଓପନ କରନ୍ତୁ । ସେଠାରେ ଆପଣଙ୍କୁ ଉପର ସାଇଟରେ ଗୋଟେ ମାଇକ୍ରୋଫୋନ ଦେଖାଯିବ ତାହା ଉପରେ କ୍ଲିକ କରନ୍ତୁ । ସେଠାରେ ଏହି ମାଇକ ଆକ୍ଟିଭ ହୋଇଯିବ । ଆପଣ ଯାହା ମେସେଜ ପଠାଇବାକୁ ଚାହୁଁଛନ୍ତି ତାହା ମାଇକରେ କହିଦିଅନ୍ତୁ । ଆପଣ କହିଥିବା ମେସେଜ ସେଣ୍ଡ ବକ୍ସରେ ଲେଖି ହୋଇଯିବ । ଏହାପରେ ସେଣ୍ଡ ବଟନରେ କ୍ଲିକ କରି ମେସେଜକୁ ପଠାଇ ଦିଅନ୍ତୁ ।

ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ହ୍ୱାଟ୍ସଆପ୍ ଏକ ମ୍ୟୁଟ ଭିଡିଓ ଫିଚର୍ସ ଜାରି କରିଥିଲା । ଏହି ଫିଚର୍ସର ବିଶେଷତ୍ୱ ହେଉଛି ୟୁଜର୍ସ ଭିଡିଓ ପଠାଇବା ପୂର୍ବରୁ ମ୍ୟୁଟ କରିପାରିବେ । ଅର୍ଥାତ ଯେତେବେଳେ ଅନ୍ୟ ୟୁଜର୍ସଙ୍କ ନିକଟରେ ଭିଡିଓ ପହଁଚିବ ସେତେବେଳେ କୌଣସି ଶଦ୍ଦ ହେବ ନାହିଁ । ଏହି ଫିଚର୍ସ ସମସ୍ତ ୟୁଜର୍ସଙ୍କ ପାଇଁ ଫାଇଦା ହେବ ବୋଲି କମ୍ପାନୀ କହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.