ଜିଓର ଖାସ୍‌ ଅଫର୍‌, ଗୋଟିଏ ରିଚାର୍ଜ କରି ଚଲାଇପାରିବେ ଘରର ସବୁ ସଦସ୍ୟଙ୍କ ଫୋନ୍‌

ଗୋଟିଏ ରିଚାର୍ଜରେ ଘରସାରା ସମସ୍ତେ ଚଲାଇପାରିବେ ଫୋନ୍‌ । ଆଉ ଜଣ ଜଣ କରି ଘରର ସବୁ ମୋବାଇଲ ୟୁଜର୍ସଙ୍କର ରିଚାର୍ଜ କରିବା ଆବଶ୍ୟକତା ନାହିଁ । ତାଛଡା ଘରେ କାହାର ବି ରିଚାର୍ଜ ପ୍ଲାନ୍‌ ସରିଗଲେ ଏବେ ଆଉ ଚିନ୍ତା ନାହିଁ ।

ଗୋଟିଏ ରିଚାର୍ଜରେ ଘରସାରା ସମସ୍ତେ ଚଲାଇପାରିବେ ଫୋନ୍‌ । ଆଉ ଜଣ ଜଣ କରି ଘରର ସବୁ ମୋବାଇଲ ୟୁଜର୍ସଙ୍କର ରିଚାର୍ଜ କରିବା ଆବଶ୍ୟକତା ନାହିଁ । ତାଛଡା ଘରେ କାହାର ବି ରିଚାର୍ଜ ପ୍ଲାନ୍‌ ସରିଗଲେ ଏବେ ଆଉ ଚିନ୍ତା ନାହିଁ । ଯଦି ଆପଣ ଜଣେ ଜିଓ ପୋଷ୍ଟପେଡ ୟୁଜର ତାହେଲେ କମ୍ପାନୀ ଆପଣଙ୍କ ପାଇଁ ଆଣିଛି ବଢ଼ିଆ ଅଫର ।

ଜିଓର ପୋର୍ଟଫୋଲିୟୋରେ ଆପଣଙ୍କୁ ଅନେକ ରିଚାର୍ଜ ପ୍ଲାନ୍ସ ମିଳିଥାଏ । କମ୍ପାନୀ ଶସ୍ତା ମହଙ୍ଗା ଅନେକ ପ୍ଲାନ୍ସ ଅଫର କରିଥାଏ । ଯଦି ଆପଣ ଜିଓ ପୋଷ୍ଟପେଡ ୟୁଜର ତାହେଲେ କମ୍ପାନୀ ଏକ ବହୁତ ଖାସ୍‌ ଅଫରର ବେନିଫିଟ୍‌ ଆପଣଙ୍କୁ ଦେଉଛି । ଆମେ କହୁଛୁ ଜିଓ ଫ୍ୟାମିଲୀ ରିଚାର୍ଜ ପ୍ଲାନ୍‌ ବିଷୟରେ । ଆପଣ ତ ଜାଣିଛନ୍ତି ଜିଓ ଏମିତି ଅନେକ ପ୍ଲାନ ପ୍ରାୟ ସମୟରେ ଅଫର କରିଥାଏ । ଏଥିରେ ଆପଣଙ୍କୁ ଦୁଇ ୟୁଜର୍ସଙ୍କ ଠାରୁ ନେଇ ଚାରି ଜଣଙ୍କ ପର୍ଯ୍ୟନ୍ତ ପ୍ଲାନ୍‌ ମିଳିଥାଏ । ଜିଓର ପୋଷ୍ଟପେଡ ପ୍ଲାନର ଆରମ୍ଭ ୩୯୯ ଟଙ୍କାରୁ ଆରମ୍ଭ ହୋଇଥାଏ । କିନ୍ତୁ ଫ୍ୟାମିଲୀ ପ୍ଲାନ୍‌ ପାଇଁ ଆପଣଙ୍କୁ ଅତିକମରେ ୫୯୯ ଟଙ୍କା ଖର୍ଚ୍ଚ କରିବାକୁ ହେବ । ଏହି ପ୍ଲାନରେ ମେନ୍‌ ୟୁଜରଙ୍କ ବ୍ୟତୀତ ଆଉ ଜଣେ ୟୁଜରଙ୍କର ବି ସିମ୍‌ କାର୍ଡ ଆକ୍ଟିଭ ରହିବ । ତେବେ ଆସନ୍ତୁ ଜାଣିବା ଏହି ପ୍ଲାନ୍‌ ବିଷୟରେ ଡିଟେଲରେ ।

ଆପଣ ଏହାକୁ ଜିଓର ସବୁଠାରୁ ଶସ୍ତା ପ୍ଲାନ ବି କହିପାରିବେ । ଏଥିରେ ୟୁଜର୍ସଙ୍କୁ ୧୦୦ଜିବି ଡାଟା ପ୍ରତି ବିଲିଙ୍ଗ ସାଇକେଲ ପାଇଁ ମିଳିଥାଏ । ଡାଟା ଲିମିଟ୍‌ ଶେଷ ହେବା ପରେ ୟୁଜର୍ସଙ୍କୁ ୧୦ ଟଙ୍କା ପ୍ରତି ଜିବି ଖର୍ଚ୍ଚ କରିବାକୁ ହେବ । ଜିଓ ପ୍ଲାନରେ କଞ୍ଜ୍ୟୁମର୍ସଙ୍କୁ ୨୦୦ଜିବି ଡାଟା ରୋଲଓଭରର ସୁବିଧା ମଧ୍ୟ ମିଳିଥାଏ ।

ଅର୍ଥାତ୍‌ ଆପଣ ନିଜ ଡାଟାକୁ ପରେ ବି ୟୁଜ୍‌ କରିପାରିବେ । ଜିଓ ପ୍ଲାନରେ ଅନଲିମିଟେଡ ଭଏସ କଲିଙ୍ଗ ସହିତ ଡେଲି ୧୦୦ଏସଏମଏସ ମଧ୍ୟ ମିଳିଥାଏ । କେବଳ ଏତିକି ନୁହେଁ ୟୁଜର୍ସଙ୍କୁ ଜିଓ ଟିଭି, ଜିଓ ସିକ୍ୟୁରିଟୀ ଏବଂ ଜିଓ କ୍ଳାଉଡର ଆକ୍ସେସ ମିଳିବ । କମ୍ପାନୀର ଏହି ରିଚାର୍ଜ ପ୍ଲାନ୍ସ ସହିତ ନେଟଫ୍ଲିକ୍ସ ମୋବାଇଲ ସବସ୍କ୍ରିପସନ୍‌ ମଧ୍ୟ ଦେଉଛି । ଏହାବ୍ୟତୀତ ୟୁଜର୍ସଙ୍କୁ ଆମାଜନ୍‌ ପ୍ରାଇମର ସବସ୍କ୍ରିପସନ୍‌ ମଧ୍ୟ ଏକ ବର୍ଷ ପାଇଁ ମିଳିଥାଏ ।

ଯଦି ଆପଣ ତିନି ଜଣ ଲୋକଙ୍କ ପାଇଁ ଏହି ପ୍ଲାନକୁ ନେବାକୁ ଚାହୁଁଛନ୍ତି ତାହେଲେ ୭୯୯ ଟଙ୍କା ରିଚାର୍ଜ ପ୍ଳାନକୁ ବାଛି ପାରିବେ । ଏଥିରେ ୧୫୦ଜିବି ଡାଟା ସମ୍ପୂର୍ଣ୍ଣ ଭ୍ୟାଲିଡିଟୀ ପାଇଁ ମିଳିଥାଏ । ଏଥିରେ ମେନ୍‌ ୟୁଜର ଏକା ସାଥିରେ ଦୁଇଟି ଆଡିସନାଲ କଞ୍ଜ୍ୟୁମର୍ସ ଯୋଡିପାରିବେ । ଜିଓର ଏହି ପ୍ଲାନ୍‌ ଅନଲିମିଟେଡ କଲିଙ୍ଗ ଏବଂ ଡେଲି ୧୦୦ ଏସଏମଏସ ସହିତ ଆସିଥାଏ । ଏଥିରେ ମଧ୍ୟ ୟୁଜର୍ସଙ୍କୁ ଓଟିଟି ପ୍ଲାନ୍ସର ସବସ୍କ୍ରିପସନ୍‌ ମିଳିଥାଏ । ଚାରି ଜଣ ୟୁଜରଙ୍କ ପାଇଁ ଫ୍ୟାମିଲୀ ପ୍ଲାନ ୯୯୯ ଟଙ୍କାରେ ଆସିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.