ଟେକ୍

ଏବେ ଅଜଣା କଲକୁ ରୋକିବ ଏହି ଫିଚର

ହ୍ଵାଟସଆପ୍‌ ରେ ୟୁଜର୍ସ ଙ୍କ ପାଇଁ ଏବେ ଅଜଣା ଅନିଚ୍ଛା କଲ କୁ ରିଜେକ୍ଟ କରିବା ହେଲା ସହଜ। ମେଟା ମାଲିକାନା ଇନଷ୍ଟାଣ୍ଟ ମେସେଜିଂ ଆପ୍‌ ନିକଟରେ Silence Unknown Callers କୁ ଜାରି କରିଛି। ମାନେ ୟୁଜର୍ସ ଅଜଣା ତଥା ସ୍ପାମ କଲକୁ ସାଇଲେଣ୍ଟ କରିବା ପାଇଁ ଅନୁମତି ପାଇବେ। ତେବେ ଏହି କଲ ଆପଣଙ୍କ କଣ୍ଟାକ୍ଟ ଲିଷ୍ଟରେ ମଧ୍ୟ ନଥାଇପାରନ୍ତି। ଏହି ଘୋଷଣା ଗତ ସପ୍ତାହରେ କରାଯାଇଥିଲା। ଆଉ ଏବେ ଏହା ଉଭୟ ଆଣ୍ଡ୍ରଏଡ ଓ ଆଇଓସ୍‌ ଭର୍ସନରେ ମୋବାଇଲ ଆପ୍‌ ରେ ହ୍ଵାଟସଆପ୍‌ ର ଷ୍ଟେବଲ ଭର୍ସନରେ ଉପଲବ୍ଧ କରାଯାଇଛି। ଏବେ ଜାଣନ୍ତୁ ଏହାର ସୁବିଧା ଏବଂ ବ୍ୟବହାର କରିବାର ଉପାୟ।

Silence Unknown Caller ଫିଚର କୁ ହ୍ଵାଟସଆପ୍‌ ରେ ନୂଆ ପ୍ରାଇଭେସି ଫିଚର ରୂପେ ଆସିଛି। ମେଟାର ସିଇଓ ମାର୍କ ଜୁକରବର୍ଗଙ୍କ କହିବା ଅନୁସାରେ ଏହି ଫିଚର ସାହାଯ୍ୟରେ ଅଜଣା ନମ୍ବର ରୁ ଆସୁଥିବା କଲ କୁ ଅଟୋମେଟିକ ସାଇଲେଣ୍ଟ କରାଯାଇପାରିବ।

ସୂଚନା ଅନୁସାରେ ସାଇଲେଣ୍ଟ ଅନନୋନ କଲର ଫିଚର ରେ ୟୁଜର୍ସ ଙ୍କୁ ରିଙ୍ଗ ଟୋନ ବଦଳରେ କେବଳ ନୋଟିଫିକେସନ ମିଳିଥାଏ। ତେବେ ପରେ କିନ୍ତୁ ଆପଣ ଏହାକୁ ନିଜ କଲ ଲିଷ୍ଟ ଟ୍ୟାବ ରେ ଦେଖିପାରିବେ। ଯଦି ଆପଣ ନିଜ ହ୍ଵାଟସଆପ ରେ ଅଜଣା କଲ କୁ ସାଇଲେଣ୍ଟ ମୋଡରେ ରଖିବାକୁ ଚାହୁଁଛନ୍ତି ତେବେ ଆପଣ ଏହି ଷ୍ଟେପକୁ ଫଲୋ କରି ଫିଚରକୁ ସେଟ କରିପାରିବେ।

-ଏଥିପାଇଁ ପ୍ରଥମେ ହ୍ଵାଟସଆପ୍‌ କୁ ଓପନ କରନ୍ତୁ।
-ଆଣ୍ଡ୍ରଏଡ ୟୁଜର୍ସ ତିନୋଟି ଡଟ ଅପ୍ସନ ରେ କ୍ଲିକ କରିବା ପରେ ସେଟିଂ ଅପସନ ରେ ପହଞ୍ଚିବବେ। ଆଇଫୋନ ୟୁଜର୍ସ ଏଥିପାଇଁ ସେଟିଂ ମେନ୍ୟୁକୁ ଯାଇ ଗିୟର ଆଇକନ କୁ ସିଲେକ୍ଟ କରିବେ।
-ସେଟିଂ ରେ ଆପଣଙ୍କୁ ପ୍ରାଇଭେସି ଅପସନ ରେ ଟ୍ୟାପ କରିପାରିବେ।
-ଏଠାରେ ଆପଣଙ୍କୁ ଏକ ନୂଆ ଫିଚର କଲ୍ସ ର ଦେଖିବାକୁ ମିଳିବ।
-ଏହାକୁ ଟ୍ୟାପ କଲା ପରେ Silence Unknown Caller ଅପସନ କୁ ଅନ କରିବାକୁ ପଡ଼ିବ।
-ଏହାପରେ ଫିଚର ଆକ୍ଟିଭେଟ ହୋଇଯିବ। ଅଜଣା ନମ୍ବରକୁ ଆସୁଥିବା କଲ ର କେବଳ ଏକ ନୋଟିଫିକେସନ ଆସିବ।
-ଏହାକୁ ଆପଣ କେବେ ବି କଲ ଟ୍ୟାବ ରେ ଦେଖିପାରିବେ।

D Sonali

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago