ପୋଲିସ କିପରି ହଜିଯାଇଥିବା ଫୋନକୁ ଫେରି ପାଇଥାଏ, ଜାଣନ୍ତୁ

ଆଜିର ଯୁଗ ସ୍ମାର୍ଟ ତା ସହ ଆମ ଫୋନ ମଧ୍ୟ। ସ୍ମାର୍ଟ ଯୁଗରେ ସ୍ମାର୍ଟ ଫୋନ ବିନା ଏବେ ସବୁ କାମ ଅଧୁରା। ତେଣୁ ବ୍ୟବହାର ଜଣା ନଥିଲେ ମଧ୍ୟ ସ୍ମାର୍ଟଫୋନ କେବଳ ପାଖରେ ଥିଲେ ଅଧା ଟେନସନ ଦୂର ହୋଇଯାଏ। ଏବେ ପ୍ରତିଟି ଖବର ସମ୍ପର୍କରେ ଜାଣିବା ପାଇଁ ହାତରେ ଖଣ୍ଡେ ଫୋନ ହିଁ ଯଥେଷ୍ଟ। ଏମିିତି ବି କହିବା ଠିକ ହେବ ଯେ, ଆଜିର ସମୟରେ ସ୍ମାର୍ଟ ଫୋନ ବିନା ଆମ ଜୀବନ ବିତିବା ଅସମ୍ଭବ।

ଅଳ୍ପ ସମୟ ଫୋନଠୁ ଦୂରେଇ ଗଲେ ସମୟ ଭାରି ଭାରି ଲାଗେ। କିନ୍ତୁ ଭାବନ୍ତୁ ତ ଯଦି ହଠାତ ଆପଣଙ୍କ ପାଖରୁ ଫୋନ ଚୋରି ହୋଇଯିବ। ତାହେଲେ କଣ କରିବେ? ନିଶ୍ଚୟ ଏମିତି ପରିସ୍ଥିତିର ଅନେକ ଜଣ ସମ୍ମୁଖିନ ହୋଇଥିବେ । ଆଉ ଭୟରେ ଶେଷରେ ପୋଲିସ ଷ୍ଟେସନର ରାସ୍ତା ବାଛିଥିବେ। କିନ୍ତୁ ଆଜି ଆମେ ଏମିତି ଏକ ଉପାୟ କହିବୁ ଯାହାକୁ ମାନିଲେ ଆପଣ ନିଜେ ମଧ୍ୟ ଫୋନକୁ ସହଜରେ ପାଇପାରିବେ।

ନିଜର ଚୋରି ହୋଇଯାଇଥିବା ଫୋନର ସଠିକ ଠିକଣା ଜାଣିବା ପାଇଁ ଏହି ଉପାୟ ସବୁଠୁ ବେଷ୍ଟ ହୋଇଥାଏ। ଏଥିପାଇଁ ଆପଣଙ୍କୁ ଅନ୍ୟର ସହାୟତା ନେବାକୁ ମଧ୍ୟ ପଡ଼ିବନି। ଫୋନ ଥରେ ଚୋରି ହୋଇଗଲେ ଏହାକୁ ଖୋଜିବା ବଡ଼ କଷ୍ଟ କାମ। ଏଥିପାଇଁ ବ୍ୟକ୍ତି ଜଣକ ଟେନସନରେ ଆସିଯାଇଥାନ୍ତି । ତେବେ ଏଥିପାଇଁ ଏବେ ଆଉ ଚିନ୍ତା କରନ୍ତୁ ନାହିଁ। ଆପଣାନ୍ତୁ ଏହି ସହଜ ଟ୍ରିକ। ଆପଣ ନିଜ ମୋବାଇଲ କଭରରେ ଥିବା IMEI ନମ୍ବର ସାହାଯ୍ୟରେ ନିଜ ଫୋନକୁ ସହଜରେ ପାଇପାରିବେ।

ଇଣ୍ଟରନ୍ୟାସନାଲ ମୋବାଇଲ ଇକ୍ୱିପମେଣ୍ଟ ଆଇଡେଣ୍ଟିଟି ବା IMEI ନମ୍ବର ସାହାଯ୍ୟରେ ଆପଣ ନିଜ ଫୋନର ଠିକଣା ସମ୍ପର୍କରେ ଜାଣିପାରିବେ। ଜାଣନ୍ତୁ ଏଥିପାଇଁ କିଛି ଜରୁରୀ ସୂଚନା। IMEI ନମ୍ବର ସାହାଯ୍ୟରେ ନିଜର ହଜିଯାଇଥିବା ଫୋନକୁ ପୁଣିଥରେ ଆପଣ ଫେରିପାଇବେ। ଏଥିପାଇଁ ଆପଣଙ୍କୁ ମୋବାଇଲ ଆପ ବ୍ୟବହାର କରିବାକୁ ପଡ଼ିବ। ଏହି ମୋବାଇଲ ଆପ ଜରିଆରେ ଆପଣ ନିଜ ଫୋନର IMEI ନମ୍ବରକୁ ଏଣ୍ଟର କରାଇ ହଜିଥିବା ଫୋନକୁ ଟ୍ରାକ କରିପାରିବେ। ସବୁଠୁ ଖାସ କଥା ଏବେ ଜାଣନ୍ତୁ, ଯଦି ଆପଣଙ୍କ ଫୋନରେ ସିମ କାର୍ଡ ନାହିଁ, ଇଣ୍ଟରନେଟ ଆକ୍ସେସ କିମ୍ବା ଜିପିଏସ୍‌ ଲୋକେସନ୍‌ ଅନ ନାହିଁ ତେବେ ବି ଆପଣଙ୍କ ଫୋନକୁ ଟ୍ରାକ କରାଯାଇପାରିବ।

IMEI ନମ୍ବର ଆପଣଙ୍କୁ ଫୋନର ବକ୍ସ ଉପରେ ହିଁ ମିଳିଯିବ। ଏହା ବକ୍ସ ଉପରେ ଥିବା ମଡେଲ ନମ୍ବର ଏବଂ ସିରିଏଲ ନମ୍ବର ପାଖରେ ଆପଣଙ୍କୁ ମିଳିିବ। ଏହି IMEI ରେ ୧୫ଟି ନମ୍ବର ବାରକୋର୍ଡ ଉପରେ ଲେଖାଯାଇଛି। ଏହି ନମ୍ବର ସାହାଯ୍ୟରେ ହିଁ ହଜିଯାଇଥିବା ଫୋନକୁ ଟ୍ରାକ କରାଯାଇପାରିବ।

-ଏଥିପାଇଁ ଅନ୍ୟ ଏକ ଫୋନରେ ଗୁଗୁଲ ପ୍ଲେ ଷ୍ଟୋରରୁ ଫ୍ରିରେ IMEI ଫୋନ ଟ୍ରାକର ଆପ୍‌ କୁ ଇନଷ୍ଟଲ କରନ୍ତୁ।
-ଆପ ଇନଷ୍ଟଲ ହେବା ପରେ IMEI ନମ୍ବରକୁ ଏଣ୍ଟର କରାଇ ସର୍ଚ୍ଚ ଅପସନ୍‌ ଉପରେ କ୍ଲିକ କରନ୍ତୁ।
-ଏହାପରେ ଆପଣଙ୍କୁ ନିଜ ହଜିଯାଇଥିବା ଫୋନର ଲୋକେସନ୍‌ ଜଣାପଡ଼ିଯିବ। ଏଥିପାଇର୍ ଆପଣଙ୍କୁ ଏକ ମେସେଜ ମଧ୍ୟ ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.