ଟେଲିଗ୍ରାମରେ ଟ୍ରାନ୍ସଫର କରିପାରିବେ ହ୍ବାଟସଆପ୍ ଚାଟ୍, ଜାଣନ୍ତୁ ସହଜ ଉପାୟ

ହ୍ବାଟସଆପ୍ ୟୁଜର୍ସଙ୍କୁ ଅନେକ ଥର ନିଜର ଚାଟ୍ କେଉଁ ସ୍ଥାନକୁ ଟ୍ରାନ୍ସଫର କରିବାକୁ ପଡିଥାଏ।ଏମିତିରେ ଅନେକ ୟୁଜର୍ସଙ୍କୁ ଏହା ବିଷୟରେ ପତ୍ତା ନଥାଏ କି କିପରି ହ୍ବାଟସଆପ୍ ଚାଟକୁ ଅଲଗା ଆପ୍ରେ କେମିତି ଟ୍ରାନ୍ସଫର କରିବେ। କିନ୍ତୁ ଏହାକୁ ଟ୍ରାନ୍ସଫର କରିବା ବହୁତ ସହଜ। ଆପଣ ଅନେକ ଆପ୍ସରେ ନିଜର ହ୍ବାଟସଆପ୍ ଚାଟକୁ ଇମ୍ପୋର୍ଟ କରିପାରିବେ। ତେବେ ଟେଲିଗ୍ରାମରେ କିପରି ନିଜର ହ୍ବାଟସଆପ ଚାଟକୁ ଇମ୍ପୋର୍ଟ କରିବେ, ଆସନ୍ତୁ ଜାଣିବା ସହଜ ଉପାୟ।

ହ୍ବାଟସଆପ୍ ଚାଟକୁ ଟେଲିଗ୍ରାମରେ ଏମିତି କରନ୍ତୁ ଟ୍ରାନ୍ସଫର :

ହ୍ବାଟସଆପ୍ ଚାଟ ଟେଲିଗ୍ରାମରେ ଟ୍ରାନ୍ସଫର କରିବା ପାଇଁ ପ୍ରଥମେ ହ୍ବାଟସଆପରେ ଓପନ କରନ୍ତୁ।

ତା’ ପରେ ଚାଟ୍କୁ ଓପନ କରନ୍ତୁ, ଯାହା ଟ୍ରାନ୍ସଫର କରିବାକୁ ଚାହୁଁଛନ୍ତି।

ଏହାପରେ ଡାହାଣ ପଟ ଟପ୍ ସାଇଡରେ ତିନିଟି ଡଟ୍ ନଜର ଆସିବ। ଏହା ଉପରେ କ୍ଲିକ୍ କରିବା ପରେ ଅପସନ ନଜର ଆସିବ। ଏଥିରେ ଆପଣ More ଉପରେ କ୍ଲିକ କରନ୍ତୁ।

More ଉପରେ କ୍ଲିକ କରିବା ପରେ ଅନେକ ଅପସନ ମିଳିବ। ଏହା ପରେ ଆପଣ Export ଉପରେ କ୍ଲିକ କରନ୍ତୁ। Export ଉପରେ କ୍ଲିକ କରିବା ପରେ ଆପଣଙ୍କ ସାମ୍ନାରେ ଦୁଇଟି ଅପସନ ଆସିବ।

ଗୋଟେ without media ଓ include media ଏହାକୁ ଆପଣ ନିଜ ହିସାବରେ ସିଲେକ୍ଟ କରନ୍ତୁ। ଏହାକୁ ସିଲେକ୍ଟ କରିବା ପରେ ଆପଣଙ୍କ ସାମ୍ନାରେ ଅନେକ ଆପ୍ସ ନଜର ଆସିବ।

ଏଥିରେ ଆପଣ ଟେଲିଗ୍ରାମକୁ ସିଲେକ୍ଟ କରି ଚାଟ୍କୁ ଟ୍ରାନ୍ସଫର କରିବାକୁ ଚାହୁଁଛନ୍ତି, ତାହାକୁ import କରିଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.