ଗୁଗୁଲ୍ ମ୍ୟାପ୍ ରେ ସ୍ପିଡ୍ ଲିମିଟେଡ଼କୁ କିପରି କରିବେ ଅନ୍, ଜାଣନ୍ତୁ ଏହାର ସହଜ ଉପାୟ

ଗୁଗୁଲ୍ ମ୍ୟାପ୍ସର ସ୍ପିଡ୍ ଲିମିଟେଡ ୟୁଜର୍ସ ମାନଙ୍କୁ ରାସ୍ତା ଗତିର ସ୍ପିଡ୍ ବିଷୟରେ କହିଥାଏ । ଏବଂ ସୀମା ଅତିକ୍ରମ କରିବାକୁ ଚେତାବନୀ ଦେଇଥାଏ । ଏହା ସହିତ ଗୁଗୁଲ୍ ମ୍ୟାପ୍ ତାର ୟୁଜର୍ସ ମାନଙ୍କୁ ସେମାନଙ୍କର ଡ୍ରାଇଭିଂ ସ୍ପିଡ୍ ବିଷୟରେ ମଧ୍ୟ ଜଣାଇଥାଏ । ତଥାପି, ମ୍ୟାପ୍ସ କାରର ସ୍ପିଡୋମିଟର ଉପରେ ସ୍ପିଡ୍ କ୍ରସ୍ ଯାଞ୍ଚ କରିବାକୁ ମଧ୍ୟ କହିଥାଏ । ଏବଂ ବ୍ୟବହାରକାରୀମାନେ ଆପରେ ଦିଆଯାଇଥିବା ସ୍ପିଡୋମିଟର ଉପରେ ସମ୍ପୂର୍ଣ୍ଣ ନିର୍ଭର କରିପାରିବେ ନାହିଁ ବୋଲି କହିଥାଏ । ଏହା ଛଡା ସ୍ପିଡ୍ ଲିମିଟେଡ ନେଭିଗେଟ୍ କରିବା ସମୟରେ ମ୍ୟାପର ୱଟମ ବାମ ପାର୍ଶ୍ୱ କୋଣରେ ଦେଖାଯାଇଥାଏ ।

ଗୁଗୁଲ୍ ମ୍ୟାପ୍ 2019 ରେ ପ୍ରଥମ ଥର ୟୁଜର୍ସ ମାନଙ୍କ ପାଇଁ ଅନ୍-ସ୍କ୍ରିନ୍ ସ୍ପିଡୋମିଟର ଉପଲବ୍ଧ କରାଇଥିଲା। ଅବଶ୍ୟ, ଏହା କେବଳ ଏସିଆ, ୟୁରୋପ, ଦକ୍ଷିଣ ଆମେରିକା, ବ୍ରିଟେନ ଏବଂ ଆମେରିକାର ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ କରାଗଲା । ପରେ ଧୀରେ ଧୀରେ ଅନ୍-ସ୍କ୍ରିନ୍ ସ୍ପିଡୋମିଟର ସମଗ୍ର ବିଶ୍ୱରେ ଅଧିକ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେଲା ।

ଏହା ସହିତ, ଗୁଗୁଲ୍ ମଧ୍ୟ ସେହି ଅଂଚଳର ସ୍ପିଡ୍ ଲିମିଟେର୍ଡ୍ସ ବିଷୟରେ କହିଥାଏ ଯେଉଁଠାରେ ଉପଭୋକ୍ତାମାନେ ଅବସ୍ଥିତ ଥାନ୍ତି । ତଥାପି, ସ୍ପିଡ୍ ସୀମା କାର୍ଯ୍ୟ ବର୍ତ୍ତମାନ ସମସ୍ତ ଅଞ୍ଚଳ ପାଇଁ ଉପଲବ୍ଧ ନୁହେଁ। ଯଦି ଆପଣଙ୍କ ଅଞ୍ଚଳରେ ସ୍ପିଡ୍ ଲିମିଟେର୍ଡ୍ସ ଫିଚର୍ସ ଉପଲବ୍ଧ ଅଛି, ତେବେ ଏହାକୁ କିପରି ବ୍ୟବହାର କରିବେ ଆସନ୍ତୁ ଜାଣିବା ।

ମ୍ୟାପର ସ୍ପିଡ୍ ଲିମିଟେର୍ଡ୍ସ ୱଟମ ବାମ ପାର୍ଶ୍ୱ କୋଣରେ ଦେଖାଯାଇଥାଏ ।ଏହାକୁ ଆପଣ କିପରି ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ଟର୍ନ୍ ଅନ୍ କରିପାରିବେ ଜାଣନ୍ତୁ ।

ଏଥିପାଇଁ ପ୍ରଥମେ ଆପଣଙ୍କୁ ଗୁଗୁଲ୍ ମ୍ୟାପ୍ ଖୋଲିବାକୁ ପଡିବ ।

ଏହା ପରେ, ଉପର ଡାହାଣ କୋଣରେ ଥିବା ପ୍ରୋଫାଇଲ୍ ଫଟୋ ଉପରେ କ୍ଲିକ୍ କରିବାକୁ ପଡିବ ।

ଏହା ପରେ ଆପଣଙ୍କୁ ସେଟିଂ ସମୂହକୁ ଯିବାକୁ ପଡିବ ।

ଏହି ସ୍କ୍ରୋଲିଂ ପରେ ନାଭିଗେସନ୍ ସେଟିଂକୁ ଆସିବାକୁ ପଡିବ।

ଏହା ପରେ, ଆପଣଙ୍କୁ ସ୍ପିଡ୍ ଲିମିଟେଡ଼ ସେଟିଂକୁ ଯିବାକୁ ପଡିବ। ୟୁଜର୍ସ ମାନେ ଏହାକୁ ଅନ୍-ଅଫ୍ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.