କଣ କିବୋର୍ଡ ଖରାପ ହୋଇଯାଇଛି ତାହେଲେ ମାଉସ ସାହାଯ୍ୟରେ ବି କରିପାରିବେ ଟାଇପିଙ୍ଗ୍‌, ଜାଣନ୍ତୁ କେମିତି

ଯଦି ଆପଣଙ୍କ ଲାପଟପ୍‌ କିମ୍ବା ଡେସ୍କଟପର କିବୋର୍ଡ କାମ କରିବା ସମୟରେ ଖରାପ ହୋଇଯାଏ କିମ୍ବା କାମ କରୁନାହିଁ, ତାହେଲେ ଆପଣ ଏମିତି ସ୍ଥିତିରେ ଅନ୍‌ ସ୍କ୍ରୀନ କିବୋର୍ଡର ବ୍ୟବହାର କରିପାରିବେ। ଅନ ସ୍କ୍ରୀନ କିବୋର୍ଡ ନର୍ମାଲ କିବୋର୍ଡ ଭଳି ହିଁ କାମ କରିଥାଏ। ଏହାକୁ ବ୍ୟବହାର କରିବା ବି ବହୁତ ସହଜ। କିବୋର୍ଡ ଖରାପ ହେବା ଦ୍ୱାରା ଆପଣ ଏକ୍ସଟେନସନ୍‌ ସାହାଯ୍ୟରେ କଥା କହି ବି ଟାଇପିଙ୍ଗ୍‌ କରିପାରିବେ। ତେବେ ଆସନ୍ତୁ ଜାଣିବା ଅନ୍‌ ସ୍କ୍ରୀନ କିବୋର୍ଡକୁ କେମିତି କରିବେ ବ୍ୟବହାର।

  • ଅନ୍‌ ସ୍କ୍ରୀନ କିବୋର୍ଡକୁ ଓପନ କରିବା ପାଇଁ ପ୍ରଥମେ ଷ୍ଟାର୍ଟ ବଟନ୍‌ ଉପରେ କ୍ଲିକ କରନ୍ତୁ।
  • ଷ୍ଟାର୍ଟ ଉପରେ କ୍ଲିକ କରିବା ପରେ ସେଟିଙ୍ଗ୍‌ ଅପ୍ସନ ଉପରେ କ୍ଲିକ କରନ୍ତୁ।
  • ଏଠାରେ ଆପଣଙ୍କ ସାମ୍ନାରେ ଅନେକ ଅପସନ୍‌ ଦେଖାଇବ। ଏଥିମଧ୍ୟରୁ ଆପଣଙ୍କୁ Ease of Access ଉପରେ କ୍ଲିକ କରିବାକୁ ହେବ।
  • ଏଠାରେ ଆପଣଙ୍କୁ ଅନ୍‌ ସ୍କ୍ରୀନ କିବୋର୍ଡ ଅପ୍ସନ ଦେଖାଯିବ।
  • ଅନସ୍କ୍ରୀନ କିବୋର୍ଡ ଉପରେ କ୍ଲିକ କଲେ କିବୋର୍ଡ ଆପଣଙ୍କ ସ୍କ୍ରୀନ ଉପରେ ଆସିଯିବ।
  • ଏହାପରେ ଆପଣ ମାଉସ ସାହାଯ୍ୟରେ ଏହି ଅନସ୍କ୍ରୀନ କିବୋର୍ଡର ବ୍ୟବହାର କରିପାରିବେ।

କଥା କହି ବି କରିପାରିବେ ଟାଇପ୍‌

ଯଦି ଆପଣଙ୍କୁ ଅନସ୍କ୍ରୀନ କିବୋର୍ଡର ବ୍ୟବହାର କରିବାକୁ ପସନ୍ଦ କରୁନାହାଁନ୍ତି ତାହେଲେ ଆପଣ କଥା କହି ବି ଟାଇପିଙ୍ଗ୍‌ କରିପାରିବେ। ଏଥିପାଇଁ ଆପଣଙ୍କୁ ଗୁଗଲ କ୍ରୋମ୍‌ ବ୍ରାଉଜରରେ VoiceNote II – Speech to text ଏକ୍ସଟେନସନକୁ ଡାଉନଲୋଡ୍‌ କରି ଯୋଡିବାକୁ ହେବ। ଏହାପରେ ଆପଣ ଯାହା ବି କହିବେ ତାହା ଟାଇପ୍‌ ହୋଇ ଚାଲିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.