ଭୁଲିଯାଇଛନ୍ତି କି ଫୋନର ପାସୱାର୍ଡ଼ ? ଚୁଟକିରେ ନିଜ ଡିଭାଇସ କରନ୍ତୁ ଅନଲକ, ଜାଣନ୍ତୁ କିଛି ସହଜ ଉପାୟ

ଆଜିର ସମୟରେ ପ୍ରାୟ ସବୁ ଲୋକ ନିଜର ଫୋନ ବ୍ୟବହାର କରିଥାନ୍ତି ଏବଂ ଏହାର ସୁରକ୍ଷା ପାଇଁ ପିନ, ପାଟର୍ନ ଏବଂ ପାସୱାର୍ଡ଼ ଲଗାଇ ରଖିଥାନ୍ତି । ଏହାବ୍ୟତୀତ ଆଜିକାଲି ଫେସ ଅନଲକ ଫିଚରର ମଧ୍ୟ ବ୍ୟବହାର କରାଯାଉଛି । କାରଣ ବର୍ତ୍ତମାନ ଏହା କମ ଦାମର ଫୋନରେ ମଧ୍ୟ ଆସିଗଲାଣି । ତେବେ ବିଶେଷଜ୍ଞ ମାନଙ୍କ କହିବା ଅନୁଯାୟୀ ଫୋନର ପାଟର୍ନ କିମ୍ବା ପାସୱାର୍ଡ଼ ମୁସ୍କିଲ ହେବା ଆବଶ୍ୟକ ଯାହାଦ୍ୱାରା ଅନ୍ୟକେହି ଆପଣଙ୍କ ଫୋନ ଅତି ସହଜରେ ଅନଲକ କରିପାରିବ ନାହିଁ । ତେବେ ସାଧାରଣତଃ ଆପଣ ଦେଖିଥିବେ ଯେ ଲୋକମାନେ ନିଜ ଡିଭାଇସର ପାସୱାର୍ଡ଼ ଭୁଲି ଯାଇଥାନ୍ତି । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇଆସିଛୁ ଏପରି କିଛି ଉପାୟ ଯାହାଦ୍ୱାରା ଆପଣ ଫୋନର ପାସୱାର୍ଡ଼ ଭୁଲିଯାଇଥିଲେ ମଧ୍ୟ ଚୁଟକୀରେ ନିଜ ଫୋନକୁ ଅନଲକ କରିପାରିବେ । ତାହେଲେ ଆସନ୍ତୁ ଜାଣିବା କଣ ଏହି ଉପାୟ ।

smartphone lock

ନିଜ ସ୍ମାର୍ଟଫୋନକୁ ଅନଲକ କରିବା ପାଇଁ ସର୍ବପ୍ରଥମେ ଆପଣ ଅନ୍ୟ ଏକ ମୋବାଇଲ କିମ୍ବା କମ୍ପ୍ୟୁଟରର ବ୍ରାଉଜରକୁ ଯାଇ https://myaccount.google.com/find-your-phone-guide ଟାଇପ କରି ତା ଉପରେ କ୍ଲିକ କରନ୍ତୁ । ତାପରେ ଆପଣ ସେହି ଜିମେଲ ଆକାଉଣ୍ଟରେ ଲଗ ଇନ କରନ୍ତୁ ଯାହା ଆପଣଙ୍କ ଲକ ହୋଇଯାଇଥିବା ଫୋନରେ ଓପନ ହୋଇ ରହିଥିଲା ।

smartphone lock

 

ଲଗ-ଇନ କରିବା ପରେ ଆପଣଙ୍କୁ ସେହି ସମସ୍ତ ସ୍ମାର୍ଟଫୋନର ତାଲିକା ମିଳିଯିବ ଯେଉଁଥିରେ ଆପଣଙ୍କ ଜିମେଲ ଆକାଉଣ୍ଟ ଖୋଲାଯାଇଛି । ଏହାପରେ ଆପଣ ସେହି ଫୋନକୁ ସିଲେକ୍ଟ କରନ୍ତୁ ଯାହାର ଲକ ଆପଣ ଖୋଲିବା ପାଇଁ ଚାଁହୁଛନ୍ତି ।

smartphone lock

ବର୍ତ୍ତମାନ ଆପଣଙ୍କୁ ସ୍କ୍ରିନରେ ‘lock your phone’ ଅପ୍ସନ ଆସିବ ତାଉପରେ କ୍ଲିକ କରନ୍ତୁ । ଏହାପରେ ଆପଣଙ୍କୁ ନୂଆ ପାସୱାର୍ଡ଼ କିମ୍ବା ପାଟର୍ନ ଦେବାକୁ ପଡିବ ଯାହାପରେ ଆପଣଙ୍କ ସ୍ମାର୍ଟଫୋନର ପାସୱାର୍ଡ଼ ବଦଳିଯିବ । ବର୍ତ୍ତମାନ ଆପଣଙ୍କ ଫୋନର ଲକ ଖୋଲିଯିବ । ଯଦିଓ ଏଥିପାଇଁ ଆପଣଙ୍କ ଲକ ହୋଇଯାଇଥିବା ଫୋନରେ ଇଣ୍ଟରନେଟ କନେକ୍ସନ ରହିବା ମଧ୍ୟ ନିହାତି ଜରୁରୀ ।

smartphone lock

ଏହା ବ୍ୟତୀତ ଆପଣ ଗୁଗଲ ଆସିଷ୍ଟାଣ୍ଟର ମଧ୍ୟ ସାହାଯ୍ୟ ନେଇପାରିବେ । ଯଦି ଆପଣ ନିଜର ଗୁଗଲ ଆସିଷ୍ଟାଣ୍ଟକୁ ହିଁ ପୂର୍ବରୁ ସେଟ କରି ରଖିଛନ୍ତି ଏବଂ ନିଜର ଭଏସ ରେକର୍ଡ କରି ରଖିଛନ୍ତି । ତାସହିତ ‘Unlock with voice’ର ବିକଳ୍ପକୁ ଚୟନ କରିଛନ୍ତି ତାହେଲେ ଆପଣ କେବଳ ‘Ok Google’କହି ନିଜର ସ୍ମାର୍ଟଫୋନ ଅନଲକ କରି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.