ଟ୍ରୁକଲର କିପରି ଅଜଣା ବ୍ୟକ୍ତିର ନାମ ଓ ଠିକଣାକୁ ଜାଣିପାରେ, ଜାଣନ୍ତୁ ଏହା ପଛରେ ଥିବା ଟ୍ରିକ୍ସ

ଭାରତରେ ସମସ୍ତ ସ୍ମାର୍ଟଫୋନ ୟୁଜର୍ସ ଟ୍ରୁକଲରର ବ୍ୟବହାର କରିଥାନ୍ତି। ଏହା ଆମକୁ କଲ କରୁଥିବା ନମ୍ବରର ନାମକୁ ପ୍ରଥମେ ସିନ୍‌ କରାଇଥାଏ। ଯଦ୍ୱାରା ଆମେ ଅଜଣା ବ୍ୟକ୍ତିଙ୍କ ନମ୍ବର ଆସିଲେ ସୁଦ୍ଧା ତାଙ୍କ ନାମ ଜାଣିପାରୁ। ତେବେ ଏହାର ଫାଇଦା ତ ସମସ୍ତେ ଉଠାନ୍ତି। କିନ୍ତୁ ଏହା କେମିତି ସମ୍ଭବ ହେଉଛି ତାହା କାହାକୁ ଜଣାନଥାଏ। ଗୋଟିଏ ମାତ୍ର ଆପ୍‌ ସବୁ ୟୁଜର୍ସଙ୍କ ଡାଟାକୁ କିପରି ସେଭ କରିଥାଏ। କଲ ଆସିବା ମାତ୍ରେ କିପରି ସଠିକ ନାମ ସ୍କ୍ରିନରେ ଦେଖାଏ, ଏ ସମସ୍ତ ତଥ୍ୟ ସମ୍ପର୍କରେ ଆଜି ଆମେ କହିବୁ।

ସ୍ପାମ କଲର୍ସଙ୍କୁ ରିସିଭ ନକରିବା ପାଇଁ ଏହା ସାହାଯ୍ୟ କରିଥାଏ। ଏହାର ଫାଇଦା ଆମେ ଉଠାଇଥାଉ। ସାଧାରଣତଃ ଏହାକୁ ନେଇ ଆମ ମନରେ ପ୍ରଶ୍ନ ଉଠେ ଯେ, କିପରି ଜଣଙ୍କ କଲ ରିସିଭ ନକରି କଲ୍‌ କଣ୍ଟାକ୍ଟ ହେବା ପୂର୍ବରୁ ଆପ୍‌ ଆଲର୍ଟ କରିଦେଇଥାଏ। ଆପ୍‌ କୁ କିପରି ଏହା ସମ୍ପର୍କରେ ଜଣାପଡେ।

ତେବେ ଏହା ପଛରେ ରହିଛି ଏକ ଜବରଦସ୍ତ ଟେକିନକ :-
-ଟ୍ରୁକଲରରେ କଲର ଆଇଡି ଆଲର୍ଟ ଦେଖାଯାଏ, ଯେଉଁଥିରେ ଇନକମିଙ୍ଗ କଲ ବାୟ ଲେଖାହୋଇଥାଏ। ଏହାସହ କଲ କରୁଥିବା ବ୍ୟକ୍ତିର ନାମ ସହ ଲୋକେସନ୍‌ ସମ୍ପର୍କରେ ଜଣାପଡ଼େ।
-କଲ କଣ୍ଟାକ୍ଟ ହେବା ପୂର୍ବରୁ ହିଁ ଆମ ଫୋନ ସ୍କ୍ରିନରେ ଏହାର ନୋଟିଫିକେସନ ପପ-ଅପ ବା ସୋ କରିଥାଏ । ପରେ ରିଙ୍ଗ ବାଜିଥାଏ।
– ଏହାପରେ ଆମେ ଅଜଣା ବ୍ୟକ୍ତିଙ୍କ ନାମ ସମ୍ପର୍କରେ ଜାଣି ପାରିଥାଉ।

ଟ୍ରୁକଲ ନିଜର ଏକ ବ୍ଲଗ ପୋଷ୍ଟରେ କହିଛି ଯେ, କଲ୍‌ ଆଲର୍ଟ ଫିଚର ରିସିଭରକୁ କଲରଙ୍କ ମୋବାଇଲ ଡାଟା କିମ୍ବା WIFI ର ଉପଯୋଗ କରି ଆଲର୍ଟ କରିଥାଏ। ସୂଚନା ଅନୁଯାୟୀ ମୋବଇଲ ଡାଟା କିମ୍ବା WIFI ଏକ ନିୟମିତ ସେଲୁଲାର ନେଟଓ୍ଵାର୍କ ଯାହା ଖବୁ ଶୀଘ୍ର କଣ୍ଟାକ୍ଟ ଟ୍ରେସିଂ କରିଥାଏ। ତେଣୁ କଲ ଆସିବା ପୂର୍ବରୁ ନୋଟିଫିକେସନ ପହଞ୍ଚିଯାଇଥାଏ।

ଏହି ଆପ୍ଲିକେସନକୁ ଦେଶରେ ଖୁବ ବ୍ୟବହାର କରାଯାଉଛି। କାରଣ ୟୁଜର୍ସ ଏହି ଆପ୍‌ ରୁ ଅନେକ ଫାଇଦା ଉଠାଇବା ସହ ଆଗୁଆ ସତର୍କ ରହୁଛନ୍ତି। ତେବେ ଆପଣ ଯଦି କଲ କରିବା ସମୟରେ ଚାହୁଁନାହାନ୍ତି ଯେ ସାମ୍ନା ଲୋକ ପାଖକୁ ଆପଣଙ୍କ ନାମ ଯେପରି ନପହଞ୍ଚିବ ତେବେ ଆପଣ ସେଟିଙ୍ଗସ୍‌ କୁ ଯାଇ ଏହାକୁ ଡିସେବଲ କରିପାରିବେ। ନୋଟିଫିକେସନର ଫିଚର ମଧ୍ୟ ସେବେ ଆକ୍ଟିଭ ହେବ, ଯେବେ କଲର ଏବଂ ରିସିଭର ଉଭୟଙ୍କ ପାଖେ ଟ୍ରୁକଲର ରହିଥିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.