HP ଆଣିଲା AI ଫିଚର ଲାପଟପ୍‌, ୨୬ ଘଣ୍ଟା ଧରି ଚାଲିବ ବ୍ୟାଟେରୀ

HP ଭାରତରେ AI ଫିଚର ଥିବା ଦୁଇଟି ଲାପଟପ୍ ଲଞ୍ଚ କରିଛି । ଏହି HP ଲାପଟପ୍ ଗୁଡିକ ପର୍ସନାଲ AI ଆସିଷ୍ଟାଣ୍ଟ ସହିତ ଆସିଥାଏ । ଏଥିରେ ଜେନେରେଟିଭ୍ AI ସପୋର୍ଟ ପାଇଁ ଡେଡିକେଟେଡ୍‌ ନ୍ୟୁରାଲ୍ ପ୍ରୋସେସିଙ୍ଗ ୟୁନିଟ୍ (NPU) ଦିଆଯାଇଛି । କମ୍ପାନୀ ଦୁଇଟି ଲାପଟପ୍ – HP EliteBook Ultra ଏବଂ HP OmniBook X ଖାସ୍‌ କରି ବ୍ୟବସାୟ ଏବଂ ରିଟେଲ କଷ୍ଟମରଙ୍କ ପାଇଁ ଲଞ୍ଚ କରିଛି । ହାଲୁକା ଡିଜାଇନ୍ ସହିତ ଏହି ପ୍ରିମିୟମ୍ ଲାପଟପ୍ ଗୁଡିକ ୩୨ ଜିବି ରାମ୍ ଏବଂ ୧ TB SSD ଷ୍ଟୋରେଜ୍ ସପୋର୍ଟ ସହିତ ଆସିଥାଏ । ଆସନ୍ତୁ ଜାଣିବା ଏହି ଦୁଇଟି ଲାପଟପ୍ ର ଫିଚର କଣ ରହିଛି ।

HP EliteBook Ultra ରେ ୧୪ ଇଞ୍ଜର ୨.୨K ପିକ୍ସେଲ ରିଜୋଲ୍ୟୁସନର ଟଚସ୍କ୍ରିନ IPS ଡିସପ୍ଲେ ଅଛି । ଏହି ପ୍ରିମିୟମ୍ ଲାପଟପ୍ ର ଡିସପ୍ଲେ ରିଜୋଲ୍ୟୁସନ ହେଉଛି ୨୨୪୦ x ୧୪୦୦ ପିକ୍ସେଲ ଏବଂ ଏହା ୩୦୦ ନିଟ୍ ପର୍ଯ୍ୟନ୍ତ ପିକ୍‌ ବ୍ରାଇଟନେସ୍‌ ଫିଚରକୁ ସପୋର୍ଟ କରେ । ଏହି ଲାପଟପ୍ କ୍ୱାଲକମ୍ ସ୍ନାପଡ୍ରାଗନ୍ ଏକ୍ସ ଏଲିଟ୍ X1E-78-100 ପ୍ରୋସେସରରେ କାମ କରେ । ଏହା ସହିତ ଏଥିରେ କ୍ୱାଲକମ୍ ହେକ୍ସାଗନ୍ NPU ଉପଲବ୍ଧ ହେବ, ଯାହା AI ଫିଚରକୁ ସପୋର୍ଟ କରେ । ଏହି ଲାପଟପ୍ ୩୨ GB LPDDR5X RAM ଏବଂ ୧ TB SSD ଷ୍ଟୋରେଜ୍ ପର୍ଯ୍ୟନ୍ତ ସପୋର୍ଟ କରେ ।

ଏହି ଲାପଟପ୍ ରେ ଗ୍ରାଫିକ୍ସ ପାଇଁ Qualcomm Adreno GPU ଦିଆଯାଇଛି । ଏଥିରେ ଦୁଇଟି USB ଟାଇପ୍‌ C ପୋର୍ଟ, ଗୋଟିଏ USB ଟାଇପ୍‌ A ପୋର୍ଟ ଏବଂ ୩.୫ ମିଲିମିଟର ଅଡିଓ ଜ୍ୟାକ୍ ରହିବ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୫ MP IR କ୍ୟାମେରା ରହିବ । ଏହି ଲାପଟପ୍ ୱିଣ୍ଡୋଜ୍ ୧୧ ଅପରେଟିଂ ସିଷ୍ଟମ୍ ସହିତ ଆସିଥାଏ । ଏଥିରେ ୬୫W USB Type C ଫାଷ୍ଟ ଚାର୍ଜିଂ ଫିଚର ଅଛି । ଏହା ସହିତ ୫୯ Wh ବ୍ୟାଟେରୀ ଦିଆଯାଇଛି । କମ୍ପାନୀ ଦାବି କରିଛି ଯେ ଏହି ଲାପଟପ୍ ର ବ୍ୟାଟେରୀ ଗୋଟିଏ ଚାର୍ଜରେ ୨୬ ଘଣ୍ଟା ପର୍ଯ୍ୟନ୍ତ ବ୍ୟାକଅପ୍ ଦେବ ।

HP OmniBook X
ଏହି ଲାପଟପରେ ୧୪ ଇଞ୍ଚର ସ୍କ୍ରିନ୍ ମଧ୍ୟ ଦିଆଯାଇଛି, ଯାହା ସହିତ ୨.୨ K ରିଜୋଲୁସନ ସପୋର୍ଟ ମିଳିବ । ଏହି ଲାପଟପରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ଅଛି । ଏହି ଲାପଟପ୍ ରେ ୫୯Wh ବ୍ୟାଟେରୀ ଏବଂ ୬୫W USB Type C ଫାଷ୍ଟ ଚାର୍ଜିଂ ଫିଚର ମଧ୍ୟ ଅଛି । ଏଥିରେ ଦୁଇଟି USB ଟାଇପ୍‌ C ପୋର୍ଟ, ଗୋଟିଏ USB ଟାଇପ୍‌ A ପୋର୍ଟ, ୩.୫ ମିମି ଅଡିଓ ଜ୍ୟାକ୍, ୫ MP ୱେବକ୍ୟାମ ଭଳି ଫିଚର ଅଛି । କମ୍ପାନୀ ଦାବି କରିଛି ଯେ ଏହି ଲାପଟପ୍ ସିଙ୍ଗଲ୍‌ ଚାର୍ଜରେ ୨୬ ଘଣ୍ଟା ପର୍ଯ୍ୟନ୍ତ ବ୍ୟାଟେରୀ ବ୍ୟାକଅପ୍ ଦେବ ।

କମ୍ପାନୀ ଏହି ଲାପଟପ୍ ଗୁଡିକରେ ଟଚସ୍କ୍ରିନ ଡିସପ୍ଲେ ଦେଇଛି ଏବଂ ଏହାର ଓଜନ ୩.୫ କିଲୋଗ୍ରାମ ରହିଛି । କମ୍ପାନୀ ଏହି ଦୁଇଟି ଲାପଟପ୍ ରେ ୫୦ ପ୍ରତିଶତ ରିସାଇକିଲ୍‌ ଆଲୁମିନିୟମ୍ ବ୍ୟବହାର କରିଛି ।

 

You might also like