ପିଲାଙ୍କ ଅନଲାଇନ ପାଠପଢ଼ାକୁ ଧ୍ୟାନରେ ରଖି ବଜାରକୁ ଆସିଲା HPର ଶସ୍ତା ଲାପଟପ, ରହିଛି ଦମଦାର ଫିଚର୍ସ

କରୋନା ମହାମାରୀ ସବୁ ସ୍ତରରେ ନିଜର ପ୍ରଭାବ ପକାଇଛି। ବିଶେଷ କରି ଏହା ପିଲାଙ୍କ ପାଠପଢ଼ାକୁ ଅନେକ ମାତ୍ରାରେ ପ୍ରଭାବିତ କରିଛି। ସଂକ୍ରମଣ ଭୟ କାରଣରୁ ସରକାର କେବଳ ଅନଲାଇନରେ କ୍ଲାସ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ କିଛି ପିଲାଙ୍କ ପାଖେ ସ୍ମାର୍ଟ ଫୋନ ନାହିଁ ତ’ ଅନ୍ୟ କାହା ପାଖେ କମ୍ପ୍ୟୁଟର ନାହିଁ। ଏହାକୁ ଦୃଷ୍ଟିରେ ରଖି କମ୍ପ୍ୟୁଟର ନିର୍ମାତା କମ୍ପାନୀ HP ନିଜର ଏକ ଶସ୍ତା ମଡେଲ ବଜାରକୁ ଆଣିଛି। ଯାହା ଛୋଟ ପିଲାଙ୍କ ଅନଲାଇନ୍‌ କ୍ଲାସ କରିବା ପାଇଁ ଭଲ ବିକଳ୍ପ ସାଜିବ।

ଟେକ୍‌ ସାଇଟ telecomtalkର ସୂଚନା ଅନୁଯାୟୀ HP କିଛି ଦିନ ଅଗରୁ HP Chromebook 11 ଲଞ୍ଚ କରିଛି। ଏହି ଲାପଟପ୍‌ ୨ୟରୁ ୭ମ ଶ୍ରେଣୀ ପିଲାଙ୍କ ପାଇଁ ତିଆରି କରାଯାଇଛି। ପିଲାଙ୍କ ପାଠପଢ଼ା ପାଇଁ ଏହା ଭଲ ଗାଜେଟ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁଯାୟୀ ଏହାର ଦାମ ୨୧,୯୯୯ ଟଙ୍କା ରଖାଯାଇଛି। ଏହାକୁ ଇ-କମର୍ସ ସାଇଟରୁ କିଣାଯାଇପାରିବ।

ଫିଚର୍ସ:

ଏହି ଲାପଟପ୍‌ ପିଲାଙ୍କ ପାଠପଢ଼ାକୁ ଧ୍ୟାନରେ ରଖି ତିଆରି କରାଯାଇଛି। ଲାପଟପରେ MT8183 Octa-Coreର ପ୍ରୋସେସର ଦିଆଯାଇଛି। ଏହାର ସ୍କ୍ରିନ ୧୧.୬ ଇଞ୍ଚର ରହିଛି। ୟୁଜର ଫ୍ରେଣ୍ଡଲି ପାଇଁ ଲାପଟପରେ voice-enabled Google Assistant ମଧ୍ୟ ଦିଆଯାଇଛି।

laptop 45
pc: smartprix

ମେମୋରୀ:

HP Chromebook 11ରେ 4GB RAM ଓ 64GB ଷ୍ଟୋରେଜ ସିଷ୍ଟମ ରହିଛି। ଏହାକୁ 256GB ପର୍ଯ୍ୟନ୍ତ ଏକ୍ସପାଣ୍ଡ କରାଯାଇପାରିବ। 37 WHr Li-Ion polymer ବ୍ୟାଟେରୀ ଦିଆଯାଇଛି। ଏହାକୁ ଥରେ ଚାର୍ଜ କଲେ ୧୬ଘଣ୍ଟା ପର୍ଯ୍ୟନ୍ତ କାମ କରିବ। ଚାର୍ଜିଂ ପାଇଁ USB Type-A ଓ Type-C port ଚାର୍ଜର ଦିଆଯାଇଛି। ଏହାସହ MicroSD slot ମଧ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.