ଏଚପି କମ୍ପାନୀ ଲଞ୍ଚ କଲା ଦୁଇ ସ୍କ୍ରୀନ ବିଶିଷ୍ଟ ଲ୍ୟାପଟପ୍, ଗେମ ସହ ଏହିସବୁ କ୍ଷେତ୍ରରେ ଦେବ ଫାଇଦା

ଏଚପି ଲ୍ୟାପଟପ କମ୍ପାନୀ ଶୁକ୍ରବାର ଦିନ ଭାରତରେ ତାହର ଦୁଇ ସ୍କ୍ରିନ ବିଶିଷ୍ଟ ଗେମିଙ୍ଗ ଲ୍ୟାପଟପ OMEN X 2S ଲଞ୍ଚ କରିଛି। କମ୍ପାନୀର କହିବା କଥା ହେଲା ଏହି ଡୁଆଲ ସ୍କ୍ରିନ ବିଶିଷ୍ଟ ଲ୍ୟାପଟପ ଦୂନିଆର ପ୍ରଥମ ଗେମିଙ୍ଗ ଲ୍ୟାପଟପ୍ ଅଟେ । ଏହାର ମୂଲ୍ୟ ୨,୦୯,୯୯୦ ଟଙ୍କା ରଖାଯାଇଛି। ଏହା ଅନେକ ଗେମ ଫୋକସଡ ଫିଚର୍ସରେ ତିଆରି ହୋଇଛି।

ଆସନ୍ତୁ ଜାଣିବା କଣ ରହିଛି ଫିଚର୍ସ

 

୧-ଏହି ଲ୍ୟାପଟପରେ ମେନ ସ୍କ୍ରିନ ଓ କିପ୍ୟାଡ ମଧ୍ୟରେ ୬ଇଞ୍ଚର ଏଚଡି ଡିସପ୍ଲେ ଲଗାଯାଇଛି। ଏଥିରେ ଗେମ  ଖେଲୁଥିବା ସମୟରେ ବ୍ୟବହାରକାରୀ ହ୍ବାଟସଆପରେ ମେସେଜ ମଧ୍ୟ କରିପାରିବେ ଏହା ସହତି ମ୍ୟୁଜିକ ମଧ୍ୟ ଶୁଣିପାରିବେ ଓ ଏହା  ମାଧ୍ୟମରେ ୟୁଟ୍ୟୁବରେ ଭିଡିଓ ମଧ୍ୟ ଦେଖିପାରିବେ।

୨ -ଦୁଇ ସ୍କ୍ରିନ ବିଶିଷ୍ଟ ଏହି ଲ୍ୟାପଟପରେ ରିୟଲ ଟାଇମ ସ୍କ୍ରିନ ମିରରିଂର ଫିଚର୍ସ ରହିଛି। ଏହା ମାଧ୍ୟମରେ ମେନ ସ୍କ୍ରିନରେ କୌଣସି ବି ବସ୍ତୁକୁ କାଟି ବଡ କରି ଦେଖିହେବ। ସେତେବେଳେ ଅନ୍ୟସ୍କ୍ରିନ ଏହା ସୁନିଶ୍ଚତ କରିଥାଏ ଯେ, ବ୍ୟବହାରକାରୀର ଭିଜନ ସିଧା ଅଛି କି ନାହିଁ ।

୩ -ଏହି ଲ୍ୟାପଟପ କେବଳ 20MM ପତଳା ହୋଇଛି ଯେଉଁଥିରେ ସମ୍ପୂର୍ଣ୍ଣ ମେଟାଲ ବଡ଼ି ମିଳିଥାଏ। କମ୍ପାନୀର କହିବା କଥା ହେଲା ଏହା 15ଇଞ୍ଚର ପ୍ରଥମ ଡାଇଗୋନାଲ ଗେମିଙ୍ଗ ଲ୍ୟାପଟପ ଅଟେ ଯେଉଁଥିରେ ଲିକ୍ୟୁଡି ମେଟାଲ କମ୍ପାଉଣ୍ଡର ବ୍ୟବହାର କରାଯାଇଛି ଯାହା ଗେମ ଖେଳୁଥିବା ସମୟରେ ଡିଭାଇସକୁ ଗରମ ହେବାରୁ ରୋକିଥାଏ।

୪-ଏଚପି OMEN 15 ଲ୍ୟାପଟପର ମୂଲ୍ୟ ୧,୨୪,୯୯୦ ଟଙ୍କା ରହିଛି ଯେଉଁଠି ଏଚପି ପବେଲିୟନ ଗେମିଙ୍ଗ 15ର ପ୍ରାରମ୍ଭିକ ମୂଲ୍ୟ  ୭୦,୯୯୦ ଟଙ୍କା ରହିଛି । ଗେମିଙ୍ଗ ମାଉସର ମୂଲ୍ୟ ୧,୭୯୯ ଟଙ୍କା ରହିଛି।

୫ -ଏହି ଗେମିଙ୍ଗ ଫୋକସଡ ଲ୍ୟାପଟପରେ ଲାଟେଷ୍ଟ 9th ଜେନେରେସନ ଇଣ୍ଟେଲକୋର i9 ହାଇ ପରଫମେନ୍ସ ପ୍ରୋସେସର ରହିଛି । ଯେଉଁଥିରେ 16 ଜିବି ପର୍ଯ୍ୟନ୍ତ ରାମ ମିଳିବ।

You might also like