ସିଙ୍ଗଲ ଚାର୍ଜରେ ୧୬ ଘଣ୍ଟାର ବ୍ଯାକଅପ୍ ଦେବ HP Chromebook 11a ଲାପଟପ୍, ଜାଣନ୍ତୁ କ’ଣ ରହିଛି ଦାମ୍ ଏବଂ ଫିଚର୍ସ

HP Chromebook 11a ଭାରତରେ ଲଞ୍ଚ ହୋଇସାରିଛି। ଏହା HP ର ଶସ୍ତା ଲାପଟପ୍। ଛାତ୍ରଛାତ୍ରୀ ଏବଂ ପ୍ରଥମ ଥର ପାଇଁ କିଣୁଥିବା ୟୁଜର୍ସଙ୍କ ପାଇଁ ଏହାର ପ୍ରାରମ୍ଭିକ ଦାମ୍ ୨୧,୯୯୯ ଟଙ୍କା ରହିଛି। ଯାହାକୁ ଆପଣ ଫ୍ଲିପକାଟର୍ରୁ କିଣିପାରିବେ। ଏହା ସିଙ୍ଗଲ ଚାର୍ଜରେ ୧୬ ଘଣ୍ଟାର ବ୍ଯାକଅପ୍ ଦେଇଥାଏ। ଏହାକୁ କେବଳ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ସେମାନେ ଗୁଗଲ ଡକ୍ଯୁମେଣ୍ଟ ଏବଂ ଅନଲାଇନ କ୍ଲାସ ପାଇଁ ବ୍ଯବହାର କରିବେ। ଭାରତରେ କରୋନା ସଂକ୍ରମଣ ବଡୁଥିବାରୁ ସ୍କୁଲ ଓ କଲେଜର ଅନଲାଇନ କ୍ଲାସ ହେଉଛି। ଯେଉଁଥି ପାଇଁ ଅଭିଭାବକ ନିଜ ପିଲା ପାଇଁ ଶସ୍ତାରେ କିଣିପାରିବେ।

HP ର ଏହି କ୍ରୋମବୁକ୍ କ୍ରୋମ୍ IOS ରେ କାମ କରିବ। ଯାହା ସାହାଯ୍ଯରେ ଗୁଗଲ ପ୍ଲେ ଷ୍ଟୋର ଆକ୍ସେସ କରିପାରିବେ। ଲାପଟପରେ ୧୧.୬ ଇଞ୍ଚ ଏଚପି ଆଇପିଏସ ଟଚ୍ ଡିସପ୍ଲେ,ରହିଛି, ଯାହାର ରିଜୋଲ୍ଯୁସନ ୧୩୬୬୮*୭୬୮ ପିକ୍ସେଲ ରହିଛି। ଏହାର ଓଜନ ୧ କିଗ୍ରା ରହିଛି, ଯାହାର ମିଡିୟାଟେକ ଏମଟି ୮୧୩୩ ଅକ୍ଟୋକେର ପ୍ରୋସେସର ରହିଛି। ଏଥିରେ ୨୨୦ ନିଟସ ବ୍ରାଇଟନେସ ଏବଂ ସ୍କ୍ରିନ-ଟୁ ସ୍କ୍ରିନ ରେସିଓ ୭୩.୮ ପ୍ରତିଶତ ରହିଛି।

HP Chromebook 11a କ୍ଯାମେରା:

HP Chromebook 11a ଏଚଡି କ୍ଯାମେରା ରହିଛି। ଯାହା ଅନଲାଇନ କ୍ଲାସ କିମ୍ବା ମିଟିଂ ପାଇଁ ବହୁତ ବଢିଆ। ଏହାସହିତ ଫୁଲ ସାଇଜର କିବୋର୍ଡ ମଧ୍ୟ ରହିଛି। କମ୍ପାନୀ ଏଥିରେ ୬୪ ଜିବିର ଇଣ୍ଟରନାଲ ଷ୍ଟୋରେଜ ଏବଂ ୧୦୦ ଜିବିର କ୍ଲାଉଡ ଷ୍ଟୋରେଜ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.